Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆ-କା-ମା-ବୈ ଧ୍ୱନିରେ ପ୍ରକମ୍ପିତ ଜଳାଶୟ, ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ
ଆଜିର ଖବର

ଆ-କା-ମା-ବୈ ଧ୍ୱନିରେ ପ୍ରକମ୍ପିତ ଜଳାଶୟ, ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ

November 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଧର୍ମ, ପରମ୍ପରା ଓ ଆସ୍ଥାର ମହାସଙ୍ଗମରେ ଆଜି ଉତ୍ସବମୁଖର ସାରା ଓଡ଼ିଶା। ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟର ସବୁଠି ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ। ଭୋରରୁ ନଦୀ, ପୁଷ୍କରିଣୀ ଓ ସମୁଦ୍ରକୂଳରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ପାରମ୍ପରିକ ରୀତିନୀତି ଅନୁସାରେ ପବିତ୍ର ଜଳରେ ସ୍ନାନ କରି ଡଙ୍ଗା ଭସାଇଛନ୍ତି ହଜାର ହଜାର ଲୋକ। ଅନ୍ୟପଟେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଲମ୍ବା ଧାଡ଼ି।

ଆ-କା-ମା-ବୈ… ଗୁଞ୍ଜରିତ ହେଲା ଜଳାଶୟ, ମନେ ପଡ଼ିଲା ଓଡ଼ିଆ ନୌବାଣିଜ୍ୟର ଗୌରବମୟ ଇତିହାସ

କାର୍ତ୍ତିକ ପୂର୍ଣ୍ଣିମା କହିଲେ ମନକୁ ଆସେ ଡଙ୍ଗା ଭସାର ପାରମ୍ପରିକ ପରମ୍ପରା। ଆଜି ଭୋରରୁ ଛୋଟଠାରୁ ବଡ଼ ସମସ୍ତେ ଡଙ୍ଗା ଭସାଇବାରେ ମାତିଛନ୍ତି। କଦଳୀ ପଟୁଆ, କାଗଜ ଓ ସୋଲରେ ତିଆରି ଡଙ୍ଗାରେ ପାନ, ଗୁଆ, ଦୀପ ଓ ଧୂପ ରଖି ଜଳରେ ଭସାଇଛନ୍ତି ଶ୍ରଦ୍ଧାଳୁ। ଏହି ସମୟରେ ସବୁଠି ଶୁଭୁଛି ପାରମ୍ପରିକ ଗୀତ ‘ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସିକ ଧରମ ମୋର’।

ଏହି ପରମ୍ପରା କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ଓଡ଼ିଆ ଜାତିର ପ୍ରାଚୀନ ନୌବାଣିଜ୍ୟ ଓ ସମୁଦ୍ରଯାତ୍ରାର ଗୌରବମୟ ଇତିହାସର ସ୍ମୃତି ବହନ କରେ। ପ୍ରାଚୀନ କାଳରେ ସାଧବପୁଅମାନେ ବାଣିଜ୍ୟ ପାଇଁ ସମୁଦ୍ରପଥରେ ବିଦେଶ ଯାତ୍ରା କରୁଥିଲେ। ସେହି ଐତିହାସିକ ପରମ୍ପରାକୁ ମନେ ପକାଇ ଶହଶହ ବର୍ଷ ଧରି ପାଳିତ ହୋଇଆସୁଛି ବୋଇତ ବନ୍ଦାଣ ଉତ୍ସବ।

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ମହାପ୍ରଭୁ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ଏହି ପବିତ୍ର ଦିନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରିବାକୁ ଗତ ରାତିରୁ ହିଁ ପୁରୀରେ ଭକ୍ତଙ୍କ ଭିଡ଼ ଜମିଛି। ଭୋରରୁ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ ମହୋଦଧିରେ ବୁଡ଼ ପକାଇ ଡଙ୍ଗା ଭସାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି।

ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ ପୂରା ସହରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ, ଦାନ ଓ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି।

ସୁରକ୍ଷା ବଳୟରେ ପୁରୀ, ମୁତୟନ ହୋଇଛନ୍ତି ୪୫ ପ୍ଲାଟୁନରୁ ଅଧିକ ଫୋର୍ସ

କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ୪୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଭିତର ଓ ବାହାର ସମେତ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଉପରେ ପୁଲିସ ପ୍ରଶାସନ ନଜର ରଖିଛି।

ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାଜ୍ୟବ୍ୟାପୀ ବୋଇତ ବନ୍ଦାଣ

କେବଳ ପୁରୀ ନୁହେଁ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ଉତ୍ସାହ ଦେଖିବାକୁ ମିଳିଛି। ଭୋରରୁ ବିନ୍ଦୁସାଗରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ସ୍ନାନ ପରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ପରମ୍ପରା ପାଳନ କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି।

ଧାର୍ମିକ ଭାବନା ସହ ଓଡ଼ିଆ ଅସ୍ମିତା, ପରମ୍ପରା ଓ ସାମୁଦ୍ରିକ ଇତିହାସକୁ ଯୋଡ଼ି ରଖିଥିବା ଏହି ପର୍ବ ପୁଣିଥରେ ମନେ ପକାଇ ଦେଇଛି ଓଡ଼ିଆ ଜାତିର ଗୌରବମୟ ଅତୀତକୁ। କାର୍ତ୍ତିକ ମାସର ଶେଷ ଦିନରେ ଭକ୍ତି, ଆସ୍ଥା ଓ ପରମ୍ପରାର ଏହି ଅପୂର୍ବ ସମାଗମରେ ଉତ୍ସବମୁଖର ହୋଇଉଠିଛି ସାରା ଓଡ଼ିଶା।

ଆ କା ମା ବୈ ଓଡ଼ିଆ ନୌବାଣିଜ୍ୟ। କାର୍ତ୍ତିକ ପୂର୍ଣ୍ଣିମା ୨୦୨୬ ବିନ୍ଦୁସାଗର ବୋଇତ ବନ୍ଦାଣ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ଦୌଡ: ଭାରତ ପାଇଁ କର ବା ପରିସ୍ଥିତି

November 24, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ

November 24, 2026

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026

ବୃଦ୍ଧଙ୍କ ସମ୍ପତ୍ତିରେ ଆଉ ଚାଲିବନି ମନମାନି, ପୁଅ-ବୋହୂଙ୍କୁ ହାଇକୋର୍ଟଙ୍କ ଝଟକା

November 24, 2026
Latest News

ଏସିଆ କପ୍ ରାଇଜିଂ ଷ୍ଟାର୍ସ ସେମିଫାଇନାଲ ଦୌଡ: ଭାରତ ପାଇଁ କର ବା ପରିସ୍ଥିତି

November 24, 2026

‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ

November 24, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା : ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ୨୪ ଆହତ

November 24, 2026

WhatsApp Web ବ୍ୟବହାର କରୁଛନ୍ତି କି? ଗୋଟିଏ ଭୁଲ୍‌ରେ ଲିକ୍ ହୋଇଯିବ ସବୁ ଚାଟ୍!

November 24, 2026

ଆକାଉଣ୍ଟ ହ୍ୟାକ୍‌ ହେଲେ ଡରନ୍ତୁ ନାହିଁ! RBIର ନୂଆ ଯୋଜନାରେ ତୁରନ୍ତ ଅଟକିବ ଟଙ୍କା ଟ୍ରାନ୍ସଫର

November 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.