Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି
ଆଜିର ଖବର

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ୍
ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଡାକ ବିଭାଗର ଇଷ୍ଟେଟ୍ସ ମ୍ୟାନେଜମେଣ୍ଟ ସ୍କିମକୁ ୧୬ତମ ଅର୍ଥ ଆୟୋଗର କାର୍ଯ୍ୟକାଳ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପାଞ୍ଚ ବର୍ଷ ମଧ୍ୟରେ ଏଥିପାଇଁ ମୋଟ ୧,୪୯୧ କୋଟି ଟଙ୍କା ବ୍ୟୟ କରାଯିବ।

ରଣନୈତିକ ଉଦ୍ଦେଶ୍ୟ:

ଏହି ଯୋଜନାର ଲକ୍ଷ୍ୟ ହେଉଛି ଡାକ ବିଭାଗର ଭିତ୍ତିଭୂମି ତଥା ଅସ୍ଥାବର ସମ୍ପତ୍ତିର ସାମଗ୍ରିକ ରୂପାନ୍ତରଣ ଏବଂ ଆଧୁନିକୀକରଣ। ଏଥିରେ ଡାକଘର ଓ ଆବାସିକ କଲୋନିଗୁଡ଼ିକର ନିର୍ମାଣ, ପୁନଃନିର୍ମାଣ, ନବୀକରଣ ଏବଂ ସମାନ ଢାଞ୍ଚାରେ ବ୍ରାଣ୍ଡିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିସହ ଦେଶର ଐତିହ୍ୟସମ୍ପନ୍ନ ଡାକ ଭବନଗୁଡ଼ିକର ସଂରକ୍ଷଣ କରାଯିବ। ଏହି ଆଧୁନିକୀକରଣ ଯୋଜନା ଡାକ ସେବାର ପ୍ରଥମ ପର୍ଯ୍ୟାୟ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ସମଗ୍ର ଦେଶରେ ନାଗରିକକୈନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥା ଆହୁରି ଉନ୍ନତ ହେବ। ଏହି ଯୋଜନା ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତର ବ୍ୟାପକ ଲକ୍ଷ୍ୟ ସହ ସମନ୍ୱିତ।

ବିଶ୍ୱର ଅନ୍ୟତମ ବୃହତ୍ତମ ଡାକ ନେଟୱର୍କ ଭାବେ ଭାରତୀୟ ଡାକ ବିଭାଗର ଦେଶରେ ୧.୬୫ ଲକ୍ଷ ଡାକଘର ରହିଛି। ଏଥିମଧ୍ୟରୁ ୧,୪୯,୩୮୫ଟି ଡାକଘର ଗ୍ରାମାଞ୍ଚଳରେ ଅବସ୍ଥିତ। ଚିଠିପତ୍ର ଆଦାନପ୍ରଦାନ, ବ୍ୟାଙ୍କିଂ ସେବା (ପୋଷ୍ଟ ଅଫିସ୍ ସେଭିଂସ୍ ବ୍ୟାଙ୍କ/ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ), ବୀମା (ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ), ଆଧାର ସେବା, ଡାକଘର ପାସପୋର୍ଟ ସେବା କେନ୍ଦ୍ର ଏବଂ ଡାକଘର ନିର୍ଯାତ କେନ୍ଦ୍ର (ଡିଏନ୍‌କେ) ଜରିଆରେ ଗ୍ରାମାଞ୍ଚଳର କାରିଗରମାନଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ଭାରତୀୟ ଡାକ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

କାର୍ଯ୍ୟକାରୀ ସମୟସୀମା:

ଏହି ଯୋଜନାକୁ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଏହା ୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୩୦-୩୧ ଆର୍ଥିକ ବର୍ଷରେ ଶେଷ ହେବ।

ଅନୁମୋଦିତ ଯୋଜନାର ପ୍ରମୁଖ ଉପାଦାନ:

  • ନୂତନ ନିର୍ମାଣ (୨୮୦ କୋଟି ଟଙ୍କା): ଡାକ ବିଭାଗର ଖାଲି ଜମିରେ ୧୯୦ଟି ନୂତନ ଡାକଘର କୋଠା ନିର୍ମାଣ କରାଯିବ। ଏହାଦ୍ୱାରା ବର୍ତ୍ତମାନ ଭଡ଼ାରେ ଚାଲୁଥିବା ଡାକଘରଗୁଡ଼ିକୁ ନିଜସ୍ୱ କୋଠାକୁ ସ୍ଥାନାନ୍ତର କରାଯାଇ ଭଡ଼ା ବାବଦ ଖର୍ଚ୍ଚ ହ୍ରାସ କରାଯିବ।
  • ପୁନଃନିର୍ମାଣ (୧୦୮ କୋଟି ଟଙ୍କା): ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବିଭାଗର ୫୦ଟି ଡାକଘର କୋଠାକୁ ଭାଙ୍ଗି ପୁନଃନିର୍ମାଣ କରାଯିବ। ଏହାଦ୍ୱାରା କୋଠାଗୁଡ଼ିକର ଦୀର୍ଘକାଳୀନ ସୁରକ୍ଷା ସୁନିଶ୍ଚିତ ହେବ।
  • ନବୀକରଣ ଓ ବ୍ରାଣ୍ଡିଂ (୩୧୮ କୋଟି ଟଙ୍କା): ଏସ୍‌ପିଏ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭାଗର ୨,୫୫୦ଟି ଉପଡାକଘରର ଉନ୍ନତୀକରଣ କରାଯିବ ଏବଂ ସେଗୁଡ଼ିକରେ ସମାନ ଢାଞ୍ଚାରେ ବ୍ରାଣ୍ଡିଂ ଓ ସାଜସଜ୍ଜା ବ୍ୟବସ୍ଥା କରାଯିବ।
  • ଭଡ଼ା ଘରେ ଚାଲୁଥିବା ଡାକଘରର ଉନ୍ନତୀକରଣ (୩୭.୫୦ କୋଟି ଟଙ୍କା): ଭଡ଼ା ଘରେ ଚାଲୁଥିବା ୨,୫୦୦ଟି ଡାକଘରର ଉନ୍ନତୀକରଣ ସହ ସମାନ ଢାଞ୍ଚାରେ ବ୍ରାଣ୍ଡିଂ ଓ ସାଜସଜ୍ଜା ବ୍ୟବସ୍ଥା କରାଯିବ।
  • ଐତିହ୍ୟ ସଂରକ୍ଷଣ (୧୮୦ କୋଟି ଟଙ୍କା): ଡାକ ବିଭାଗର ଐତିହାସିକ ପରମ୍ପରା ଓ ଗୌରବକୁ ସୁରକ୍ଷିତ ରଖିବା ପାଇଁ ୨୦ଟି ପ୍ରମୁଖ ଐତିହ୍ୟସମ୍ପନ୍ନ ଡାକଘର କୋଠାର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ।
  • ଆବାସିକ କଲୋନିର ନବୀକରଣ (୩୫୭.୫୦ କୋଟି ଟଙ୍କା): କର୍ମଚାରୀଙ୍କ କଲ୍ୟାଣ ଓ ସନ୍ତୋଷ ବୃଦ୍ଧି ଲକ୍ଷ୍ୟରେ ଅଧିକ ଚାହିଦା ଥିବା ୧୫୦ଟି ଡାକ ବିଭାଗୀୟ ଆବାସିକ କଲୋନିର ନବୀକରଣ କରାଯିବ।
  • ସହାୟକ ଓ ସମାବେଶୀ କାର୍ଯ୍ୟକଳାପ (୧୦୦ କୋଟି ଟଙ୍କା): ଏହି ଯୋଜନାରେ ସୌରଶକ୍ତି ବ୍ୟବହାର, ବର୍ଷାଜଳ ସଂରକ୍ଷଣ ଭଳି ପରିବେଶ ଅନୁକୂଳ ବ୍ୟବସ୍ଥା କରାଯିବ। ସୁଗମ୍ୟ ଭାରତ ଅଭିଯାନ ଅଧୀନରେ ରାମ୍ପ୍‌, ବ୍ରେଲ୍‌ ସଙ୍କେତ ଭଳି ସମସ୍ତଙ୍କ ବ୍ୟବହାରଯୋଗ୍ୟ ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଶୌଚାଳୟ ଓ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର କକ୍ଷ ନିର୍ମାଣ କରାଯିବ।
  • ସମନ୍ୱିତ ପ୍ରଯୁକ୍ତି କେନ୍ଦ୍ର (୧୦୦ କୋଟି ଟଙ୍କା): ଉନ୍ନତ ଡାକ ପ୍ରଯୁକ୍ତି (ଏପିଟି) ସେବାର ବିକାଶ ଏବଂ ସ୍ୱଦେଶୀ ଓପନସୋର୍ସ ଟେକ୍‌ ଷ୍ଟାକ୍‌କୁ ସହାୟତା ଯୋଗାଇବା ପାଇଁ ବେଙ୍ଗାଲୁରୁଠାରେ ଡାକ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର (ସିଇପିଟି)ର ସ୍ଥାୟୀ ଭିତ୍ତିଭୂମି ସ୍ଥାପନ କରାଯିବ।
ଇଷ୍ଟେଟ୍ ପରିଚାଳନା ଯୋଜନା କେନ୍ଦ୍ର କ୍ୟାବିନେଟ୍ କ୍ୟାବିନେଟ୍‌ର ମଞ୍ଜୁରି ଡାକ ବିଭାଗ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଯାତ୍ରାରେ ଅଘଟଣ : ମହାନଦୀରେ ଭାସିଯାଇ ପଶ୍ଚିମବଙ୍ଗର ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

November 25, 2026

ଆତ୍ମନିର୍ଭର ଭାରତ ଅଭିଯାନରେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ

November 25, 2026

ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

November 25, 2026

ଆସାମର ଡୋଲୁଠାରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026
Latest News

ଡାକ ବିଭାଗର ଇଷ୍ଟେଟ୍ ପରିଚାଳନା ଯୋଜନା ଜାରି ରଖିବାକୁ କ୍ୟାବିନେଟ୍‌ର ମଞ୍ଜୁରି

November 25, 2026

ବାଲିଯାତ୍ରାରେ ଅଘଟଣ : ମହାନଦୀରେ ଭାସିଯାଇ ପଶ୍ଚିମବଙ୍ଗର ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

November 25, 2026

ଆତ୍ମନିର୍ଭର ଭାରତ ଅଭିଯାନରେ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ

November 25, 2026

ଇଫି ୨୦୨୬: ‘କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମରୋ’ର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

November 25, 2026

ଆସାମର ଡୋଲୁଠାରେ ଗ୍ରୀନଫିଲ୍ଡ ବିମାନବନ୍ଦରକୁ କ୍ୟାବିନେଟ୍ ମଞ୍ଜୁରି

November 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.