Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ତମ ପ୍ରଗତି ବୈଠକ ଅନୁଷ୍ଠିତ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ତମ ପ୍ରଗତି ବୈଠକ ଅନୁଷ୍ଠିତ

November 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ତମ ପ୍ରଗତି ବୈଠକ ଅନୁଷ୍ଠିତ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୫ତମ ପ୍ରଗତି ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସେବା ତୀର୍ଥଠାରେ ସକ୍ରିୟ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ଗଠିତ ଆଇସିଟି-ସକ୍ଷମ, ବହୁମୁଖୀ ପ୍ଲାଟଫର୍ମ- ପ୍ରଗତିର ୫୫ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ମଞ୍ଚ ବିଭିନ୍ନ ପ୍ରକଳ୍ପ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଜନିତ ବାଧା ଦୂର କରିବା ସହ ସେଗୁଡ଼ିକର ବିତରଣକୁ ଉନ୍ନତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଏକତ୍ରିତ କରିଥାଏ।

ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ସଡ଼କ, ବିଦ୍ୟୁତ୍, କୋଇଲା ଏବଂ ରେଳ କ୍ଷେତ୍ରରେ ଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏସବୁ ପ୍ରକଳ୍ପର ମୋଟ ମୂଲ୍ୟ ୭୮,୦୦୦ କୋଟି ଟଙ୍କାରୁ ଅଧିକ ହେବ । ସେ ‘ପ୍ରଧାନମନ୍ତ୍ରୀ ସ୍କିଲିଂ ଆଣ୍ଡ ଏମ୍ପ୍ଲୟାବିଲିଟି ଟ୍ରାନ୍ସଫର୍ମେସନ୍ ଥ୍ରୁ ଅପଗ୍ରେଡେଡ୍ ଆଇଟିଆଇ’ ବା ଆଇଟିଆଇଗୁଡ଼ିକର ଉନ୍ନତିକରଣ ଜରିଆରେ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଏବଂ ନିଯୁକ୍ତି ଯୋଗ୍ୟତା (ପିଏମ-ସେତୁ)ର କାର୍ଯ୍ୟକାରିତା ସହିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପରିତନ୍ତ୍ରର ମଧ୍ୟ ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତା ବିଳମ୍ବିତ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହିତ ଏହାର ଲାଭ ଉଦ୍ଦିଷ୍ଟ ନାଗରିକ, ବ୍ୟବସାୟିକ ସଂସ୍ଥା ଏବଂ ଅର୍ଥବ୍ୟବସ୍ଥା ନିକଟରେ ପହଞ୍ଚି ପାରିନଥାଏ । ସ୍ପଷ୍ଟ ଉତ୍ତରଦାୟିତ୍ୱ ଏବଂ ବାସ୍ତବବାଦୀ ସମୟସୀମା ସହିତ ବିଳମ୍ବ ହୋଇ ପଡ଼ି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସେ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଥିଲେ। ସମୟୋଚିତ କାର୍ଯ୍ୟକାରିତା ସହିତ ଉଚ୍ଚ ମାନର ନିର୍ମାଣ ଗୁଣବତ୍ତା ଆବଶ୍ୟକ ବୋଲି ସେ ଦୃଢ଼ ମତ ରଖିଥିଲେ ।

ବିଭିନ୍ନ ସଡ଼କ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ତ୍ୱରିତ କାର୍ଯ୍ୟକାରିତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ବ୍ୟୟ ଅପେକ୍ଷା ଫଳାଫଳ ଉପରେ ଧ୍ୟାନ ଦେବାର ଆବଶ୍ୟକତାକୁ ଦୋହରାଇଥିଲେ। କୋଇଲା ପ୍ରକଳ୍ପର ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସମୟୋଚିତ ପ୍ରକଳ୍ପ କାର୍ଯ୍ୟକାରିତା ସହିତ ପୁନର୍ବାସ ଏବଂ ଥଇଥାନ ସମୟୋଚିତ ଓ ମର୍ଯ୍ୟାଦାଜନକ ଭାବରେ କରାଯିବା ଉଚିତ ।

ଶକ୍ତି ପ୍ରକଳ୍ପ ସମୀକ୍ଷା କରିବା ସମୟରେ, ପ୍ରଧାନମନ୍ତ୍ରୀ ବିକେନ୍ଦ୍ରୀକୃତ ସୌର ଓ ପବନ ଶକ୍ତି ପ୍ରକଳ୍ପ ପାଇଁ ଅଭିନବ ମଡେଲ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ସ୍ଥାନୀୟ ସମ୍ବଳ ଉପଲବ୍ଧତା ଓ ଚାହିଦାକୁ ବିଚାରକୁ ନେଇ ଏପରି ପ୍ରକଳ୍ପଗୁଡ଼ିକୁ ଯେଉଁଠାରେ ସମ୍ଭବ ଉପଯୋଗ କେନ୍ଦ୍ର ନିକଟରେ ବିକଶିତ କରାଯିବା ଉଚିତ। ଭରସାଯୋଗ୍ୟ ଓ ସୁଲଭ ଶକ୍ତିର ଉପଲବ୍ଧତାକୁ ଉନ୍ନତ କରିବା ଏବଂ ପରିବହନ ଭିତ୍ତିଭୂମି ଉପରେ ଚାପ କମ କରିବା ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ହେବା ଉଚିତ ।

ଆଇଟିଆଇ ପରିତନ୍ତ୍ର ବା ଇକୋସିଷ୍ଟମ ଏବଂ ପିଏମ-ସେତୁ କାର୍ଯ୍ୟକାରିତା ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବମାନଙ୍କୁ ଆଇଟିଆଇ ଗୁଡ଼ିକୁ ମଜବୁତ କରିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ପିଏମ-ସେତୁ ଅଧୀନରେ ଶିଳ୍ପ ଅଂଶଗ୍ରହଣକୁ ଗଭୀର କରିବା ପାଇଁ ନେତୃତ୍ୱ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଶିଳ୍ପ ପାଇଁ ଆଇଟିଆଇ ଗୁଡ଼ିକ ସହିତ ସହଭାଗୀ ହେବା, ସେମାନଙ୍କର ଉନ୍ନତିରେ ଯୋଗଦାନ ଦେବା ଏବଂ ବର୍ତ୍ତମାନ ଓ ଭବିଷ୍ୟତର ମାନବଶକ୍ତି ଆବଶ୍ୟକତା ସହିତ ତାଲିମକୁ ସମନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ଏକ ଉପଯୁକ୍ତ ସମୟ। ସେ ରାଜ୍ୟ, ଆଇଟିଆଇ ଏବଂ ଶିଳ୍ପ ମଧ୍ୟରେ ଘନିଷ୍ଠ ସହଯୋଗ ପାଇଁ ଆହ୍ୱାନ କରିଥିଲେ ଯାହା ଦ୍ୱାରା ଏହି ସହଭାଗୀତାକୁ ଯୁବକମାନଙ୍କ ପାଇଁ ଉତ୍ତମ ତାଲିମ ଓ ନିଯୁକ୍ତି ସୁଯୋଗରେ ପରିଣତ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ସରକାରୀ କ୍ଷେତ୍ରର ଉଦ୍ୟୋଗ (ପିଏସୟୁ) ଗୁଡ଼ିକୁ ସେମାନଙ୍କର ଭବିଷ୍ୟତର ମାନବଶକ୍ତି ଆବଶ୍ୟକତାର ମୂଲ୍ୟାଙ୍କନ କରିବା ଏବଂ ପ୍ରାସଙ୍ଗିକ ବାଣିଜ୍ୟରେ ତାଲିମ ଓ ନିଯୁକ୍ତି ପାଇଁ ଆଇଟିଆଇ ସହ ସମ୍ପର୍କକୁ ମଜବୁତ କରିବାକୁ ଆହ୍ୱାନ କରିଥିଲେ। ସେ ପିଏସୟୁଗୁଡ଼ିକୁ ବ୍ୟବହାରିକ ତାଲିମ ଏବଂ ଶିକ୍ଷାର୍ଥୀତାକୁ ସମର୍ଥନ କରିବା ତଥା ତାଲିମପ୍ରାପ୍ତ ଆଇଟିଆଇ ସ୍ନାତକଙ୍କ ଗ୍ରହଣ ଉପରେ ଅଧିକ ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ। ଏହିପରି କାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଅଭିଜ୍ଞତା ପ୍ରଦାନ କରିବ ଏବଂ ପିଏସୟୁଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ଦକ୍ଷ ମାନବଶକ୍ତି ପାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଦକ୍ଷତା ବିକାଶକୁ ଶିଳ୍ପ କ୍ଲଷ୍ଟର ଏବଂ ବ୍ୟକ୍ତିଗତ କ୍ଷେତ୍ରର ଆବଶ୍ୟକତା ଅନୁସାରେ ସଂଗଠିତ କରାଯିବା ଉଚିତ । ସେ ପ୍ରତ୍ୟେକ କ୍ଷେତ୍ରରେ ବର୍ତ୍ତମାନର ଶିଳ୍ପ ଏବଂ ଆଗାମୀ ନିବେଶ ସହିତ ଆଇଟିଆଇ ବାଣିଜ୍ୟ, ପାଠ୍ୟକ୍ରମ ଏବଂ ତାଲିମ କ୍ଷମତାକୁ ସମନ୍ୱିତ କରିବାକୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ସ୍ଥାନୀୟ ଦୃଷ୍ଟିରୁ ପ୍ରାସଙ୍ଗିକ ଦକ୍ଷତା ବିକାଶର ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଯାହା ଦ୍ୱାରା ଘର ପାଖରେ ନିଯୁକ୍ତି ସୁଯୋଗ ଉନ୍ନତ ହୋଇପାରିବ। ସେ କହିଥିଲେ, ଆଇଟିଆଇ ଏବଂ ସ୍ଥାନୀୟ ନିଯୁକ୍ତିଦାତାଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଘର ପାଖରେ ନିଯୁକ୍ତି ସୁଯୋଗକୁ ବିସ୍ତାର କରିପାରିବ ଏବଂ ସଙ୍କଟ-ଜନିତ ପ୍ରବାସକୁ ହ୍ରାସ କରିବାରେ ସାହାଯ୍ୟ କରିପାରିବ । ଏହା ସହିତ ଯୁବକଯୁବତୀମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଯୋଗଦାନ ଦେବାରେ ସକ୍ଷମ କରିପାରିବ ।

ପ୍ରଧାନମନ୍ତ୍ରୀ ଆଇଟିଆଇ ଶିକ୍ଷା ପାଇଁ ‘କ୍ଲାସରୁମ୍-କମ୍ପାନୀ-କ୍ୟାରିଅର’ (ଥ୍ରୀସି) ପଦ୍ଧତି ସପକ୍ଷରେ ମତ ରଖିଥିଲେ । ସେ କହିଥିଲେ, ଏହା ଶ୍ରେଣୀଗୃହ ଶିକ୍ଷାକୁ ଶିଳ୍ପର ବ୍ୟବହାରିକ ଅଭିଜ୍ଞତା ସହ ସଂଯୋଗ କରିଥାଏ। ଏହାପରେ ନିଯୁକ୍ତି ଓ କ୍ୟାରିଅରର ପ୍ରଗତିରେ ଯୋଗଦାନ କରିଥାଏ। ସେ ଗୁରୁତ୍ୱାରୋପ କରି କହିଥିଲେ, ଆଇଟିଆଇ ଓ ଶିଳ୍ପ ମିଳିତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାସଙ୍ଗିକ ବୈଷୟିକ ଜ୍ଞାନ, ପ୍ରକୃତ କାର୍ଯ୍ୟ ପରିସ୍ଥିତି ସହ ପରିଚିତ ହେବା ଏବଂ ତାଲିମରୁ ନିଯୁକ୍ତି ପର୍ଯ୍ୟନ୍ତ ଏକ ସ୍ପଷ୍ଟ ପଥ ପ୍ରଦାନ କରିବା ଉଚିତ ।

ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ପ୍ରଗତି ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

“ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଦେଶ ଗସ୍ତ କରନ୍ତୁ ନାହିଁ”: ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

November 26, 2026

ବିଦେଶୀ ଭଣ୍ଡାରରୁ ଭାରତକୁ ଆସିଲା ସୁନା, RBIର ରଣନୀତି ପଛରେ କ’ଣ ରହିଛି କାରଣ?

November 26, 2026

ନଗଦ ଟଙ୍କାର ଯୁଗ ଶେଷ ହେବ କି? ଡିଜିଟାଲ୍ ପେମେଣ୍ଟ ଦେଉଛି ବଡ଼ ସଙ୍କେତ

November 26, 2026

ରୂପା ମୂଲ୍ୟରେ ପ୍ରାୟ ୧୦ ହଜାର ହ୍ରାସ: ଜାଣନ୍ତୁ ସୁନା ଦର

November 26, 2026
Latest News

ଭାରତର ‘ମେକ୍ ଇନ୍ ଇଣ୍ଡିଆ’କୁ ନେଇ ଟ୍ରମ୍ପ ପ୍ରଶାସନର ଚିନ୍ତା! ଉତ୍ପାଦନ ବୃଦ୍ଧି ଆମେରିକା ପାଇଁ ବିପଦ କାହିଁକି?

November 26, 2026

“ଡିସେମ୍ବର ୧୫ ପର୍ଯ୍ୟନ୍ତ ବିଦେଶ ଗସ୍ତ କରନ୍ତୁ ନାହିଁ”: ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

November 26, 2026

ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର, ଗୋଟିଏ ପରୀକ୍ଷାରେ ମିଳିବ ଏକାଧିକ ନିଯୁକ୍ତି ସୁଯୋଗ!

November 26, 2026

ବିଦେଶୀ ଭଣ୍ଡାରରୁ ଭାରତକୁ ଆସିଲା ସୁନା, RBIର ରଣନୀତି ପଛରେ କ’ଣ ରହିଛି କାରଣ?

November 26, 2026

ନଗଦ ଟଙ୍କାର ଯୁଗ ଶେଷ ହେବ କି? ଡିଜିଟାଲ୍ ପେମେଣ୍ଟ ଦେଉଛି ବଡ଼ ସଙ୍କେତ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.