Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ
ଆଜିର ଖବର

‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ

November 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ
‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ

ଭୁବନେଶ୍ଵର: ‘ବ୍ରେନ୍‌ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’ ସାରା ବିଶ୍ୱରେ ଏକ ଜଟିଳ ଜନସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି। ତେଣୁ, ଏହାର ମୁକାବିଲା ପାଇଁ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ବୁଧବାର ଦିନ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏଥିରେ ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ ଲକ୍ଷଣଗୁଡ଼ିକ ସମ୍ପର୍କରେ ସଚେତନ କରାଯିବା ସହ ଯୁବପିଢ଼ି କିଭଳି ସମାଜରେ ‘ଷ୍ଟ୍ରୋକ୍ ସ୍ପଟର୍’ ଭୂମିକା ଗ୍ରହଣ କରିପାରିବେ ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା। ବିଶ୍ୱ ଷ୍ଟ୍ରୋକ୍ ସଂଗଠନର ସଦସ୍ୟ ଥିବା ଆଇଏଫଆଇ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ ଷ୍ଟ୍ରୋକ୍ ସଚେତକ ହେବା ପାଇଁ ଶପଥ ନେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ପ୍ରଣତୀ ପରିଡ଼ା ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ଜଣାଇଥିଲେ। ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ସନ୍ତୋଷୀ ସାହୁ, ଅଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଷ୍ଟ୍ରୋକ୍ ମୁକାବିଲା କ୍ଷେତ୍ରରେ ପରିବର୍ତ୍ତନର ସୂତ୍ରଧର ହେବାକୁ ଆହ୍ଵାନ ଦେଇଥିଲେ।

ପ୍ରମୁଖ ଡିଜିଟାଲ ମିଡିଆ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ୍ ନେଟୱର୍କ ଏବଂ ଓଡ଼ିଶାଲାଇଭ୍ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ ଯୋଗ ଦେଇଥିଲେ। ଷ୍ଟ୍ରୋକର କାରଣ ଓ ନିରାକରଣ ସମ୍ପର୍କରେ ସମସ୍ତେ ଜାଣିବା ସହ ଆବଶ୍ୟକ ସମୟରେ ରୋଗୀଙ୍କର ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଷ୍ଟ୍ରୋକ୍ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଆଇଏଫଆଇ ଫାଉଣ୍ଡେସନ୍ ପକ୍ଷରୁ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ସଚେତନତାମୂଳକ ଏକ ପୋଷ୍ଟର ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ନୀଳାମ୍ବର ରଥ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପନିର୍ଦ୍ଦେଶକ (ପ୍ରଶାସନ) ଶୈଳେଶ କୁମାର ମିଶ୍ର ଏବଂ ଉପନିର୍ଦ୍ଦେଶକ (ଶିକ୍ଷାଦାନ ଓ ନେତୃତ୍ଵ) ପ୍ରଜ୍ଞା ପଣ୍ଡାଙ୍କ ସହ ବିଭିନ୍ନ ସହଯୋଗୀ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଆଇଏଫଆଇ ପକ୍ଷରୁ ପ୍ରିୟଙ୍କା ସୁଚରିତା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସୌମ୍ୟାଶ୍ରୀ ମହାପାତ୍ର, ସୀତାଂଶୁ ଶେଖର ସୂତାର, ସ୍ମୃତିରେଖା ବାରିକ, ଇତିଶ୍ରୀ ପାଇକରାୟ, ସୌରଭ ଦାସ ଏବଂ ଅଙ୍କିତା କୁମାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପ୍ ଅଫ୍ ହସ୍ପିଟାଲ୍ସ, ପାରାଦୀପ ଫସଫେଟସ୍ ଲିମିଟେଡ୍, ବିଶ୍ଵ ଦକ୍ଷତା କେନ୍ଦ୍ର, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍, ଏବଂ ଏଏମଏଲ୍ କମ୍ୟୁନିକେସନ୍ସ ପାର୍ଟନର ଭାବେ ଯୋଡ଼ି ହୋଇଥିଲେ। ଏହି ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶ୍ଵ ଦକ୍ଷତା କେନ୍ଦ୍ର ବ୍ରେନ୍ ଷ୍ଟ୍ରୋକ୍ ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ସରକାରଙ୍କ ଘୋଷଣା: ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

November 26, 2026

ମୃତ୍ୟୁ ପ୍ରମାଣପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ

November 26, 2026

ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ

November 26, 2026

ଦୀଘା ମନ୍ଦିରରୁ ହଟିଲା ‘ଧାମ’, ଧନ୍ୟବାଦ ଦେଲେ ମୋହନ ମାଝୀ

November 26, 2026
Latest News

‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’ ଅଭିଯାନରେ ସାମିଲ ହେଲେ ପ୍ରାୟ ୩୦୦ ଛାତ୍ରଛାତ୍ରୀ

November 26, 2026

ତାମିଲନାଡୁ ସରକାରଙ୍କ ଘୋଷଣା: ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

November 26, 2026

ମୃତ୍ୟୁ ପ୍ରମାଣପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟକର୍ମୀ

November 26, 2026

ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ

November 26, 2026

ଦୀଘା ମନ୍ଦିରରୁ ହଟିଲା ‘ଧାମ’, ଧନ୍ୟବାଦ ଦେଲେ ମୋହନ ମାଝୀ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.