Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୦୦ ଦିନ ପରେ ପୁଣି ବସିବ ସଂସଦ: ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ପାଇଁ ଅଙ୍କକଷା
ଜାତୀୟ ଖବର

୧୦୦ ଦିନ ପରେ ପୁଣି ବସିବ ସଂସଦ: ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ପାଇଁ ଅଙ୍କକଷା

November 26, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Parliament to reconvene after 100 days: Calculations underway for the passage of the Women's Reservation and Delimitation Bills.

ନୂଆଦିଲ୍ଲୀ: ଦୀର୍ଘ ୧୦୦ ଦିନରୁ ଅଧିକ ସମୟର ବ୍ୟବଧାନ ପରେ ସଂସଦର ଅଧିବେଶନ ପୁଣିଥରେ ବସିବାକୁ ଯାଉଛି। ଅଗଷ୍ଟ ମାସରେ ମୌସୁମୀ ଅଧିବେଶନ ସ୍ଥଗିତ ହେବା ପରେ ଏହାକୁ ଆନୁଷ୍ଠାନିକ ଭାବେ ସମାପ୍ତ କରାଯାଇ ନଥିଲା, ଯାହା ଫଳରେ ଏବେ କୌଣସି ସ୍ୱତନ୍ତ୍ର ଅଧିବେଶନ ବଦଳରେ ଅଟକି ରହିଥିବା ମୌସୁମୀ ଅଧିବେଶନକୁ ହିଁ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୩୦ ତାରିଖରେ ଲୋକସଭା ଏବଂ ଡିସେମ୍ବର ୨ ତାରିଖରେ ରାଜ୍ୟସଭାର ବୈଠକ ବସିବ ଏବଂ ଉଭୟ ଗୃହର ଏହି ସଂକ୍ଷିପ୍ତ ଅଧିବେଶନ ଡିସେମ୍ବର ୩ ତାରିଖରେ ଶେଷ ହେବାର ସମ୍ଭାବନା ରହିଛି।

ଅଧିବେଶନର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନଥିଲେ ମଧ୍ୟ ଏହାକୁ ଜରୁରୀ ସରକାରୀ କାର୍ଯ୍ୟ ବୋଲି ଦର୍ଶାଯାଇଛି। ତେବେ କୌଣସି ଠୋସ୍ ସୂଚନା ଅଭାବରୁ ରାଜନୈତିକ ମହଲରେ କଳ୍ପନାଜଳ୍ପନା ତୀବ୍ର ହୋଇଛି। ମୌସୁମୀ ଅଧିବେଶନରେ ପାସ୍ ହୋଇପାରି ନଥିବା ସମ୍ବିଧାନ ସଂଶୋଧନ ବିଲ୍‌ଗୁଡ଼ିକୁ ପୁଣିଥରେ ଗୃହରେ ପାରିତ କରାଇବା ପାଇଁ ସରକାର ଉଦ୍ୟମ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଶେଷ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ସହ ଯୋଡ଼ା ଯାଇଥିବା ମହିଳା ସଂରକ୍ଷଣ ବିଲ୍ ଏବଂ ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପାଇଁ ଏକ ଆୟୋଗ ଗଠନ ସଂକ୍ରାନ୍ତୀୟ ପୃଥକ୍‌ ବିଲ୍‌କୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସୂତ୍ର ଅନୁଯାୟୀ, ଏହି କାରଣରୁ ହିଁ ଅଗଷ୍ଟ ମାସରେ ମୌସୁମୀ ଅଧିବେଶନକୁ ଆନୁଷ୍ଠାନିକ ଭାବେ ସମାପ୍ତ କରାଯାଇ ନଥିଲା। ନିୟମ ଅନୁଯାୟୀ, ଯଦି କୌଣସି ଅଧିବେଶନକୁ ସମାପ୍ତ ନକରି କେବଳ ମୁଲତବୀ ରଖାଯାଏ, ତେବେ ମାତ୍ର ଦୁଇ ଦିନର ନୋଟିସରେ ତାହାକୁ ପୁନର୍ବାର ଆରମ୍ଭ କରାଯାଇପାରିବ। କିନ୍ତୁ ଏକ ନୂତନ ଅଧିବେଶନ ଡାକିବା ପାଇଁ ଦୁଇ ସପ୍ତାହ ପୂର୍ବରୁ ନୋଟିସ୍ ଦେବା ବାଧ୍ୟତାମୂଳକ। ଆସନ୍ତା ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି ଏବଂ ଏହାର କାର୍ଯ୍ୟସୂଚୀରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ସାମିଲ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବା ନେଇ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଇଥିଲେ।

ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ୧୦୬ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ନାରୀ ଶକ୍ତି ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି, କିନ୍ତୁ କଂଗ୍ରେସ ଏଥିରେ ବାଧା ସୃଷ୍ଟି କରୁଛି। ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟ କରି ସେ ସ୍ପଷ୍ଟ କରିଥିଲେ ଯେ, ମହିଳାମାନଙ୍କୁ ସେମାନଙ୍କ ହକ୍ ଓ ସଂରକ୍ଷଣ ଦେବା ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂକଳ୍ପ, ଯାହାକୁ କେହି ଅଟକାଇ ପାରିବେ ନାହିଁ। ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣ ବିଲ୍ ସହ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ଯୋଡ଼ିବା ନେଇ ଆପତ୍ତି ଉଠାଇବା ସହ ଏହା ଦ୍ୱାରା ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ବାଚନ ମଣ୍ଡଳୀର ମାନଚିତ୍ର ବଦଳାଯାଉଥିବା ଅଭିଯୋଗ କରିଆସୁଛନ୍ତି।

ସଂସଦରେ ସଂଖ୍ୟାଗଣିତ ଦୃଷ୍ଟିରୁ ଦେଖିଲେ, ଗତଥର ରାଜ୍ୟସଭାରେ ବିଲ୍ ପାସ୍ କରାଇବା ପାଇଁ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପାଖରେ ୧୪୨ରୁ ଅଧିକ ସଦସ୍ୟ ଥିଲେ, ଯାହା ଆବଶ୍ୟକୀୟ ସଂଖ୍ୟାଠାରୁ ୨୧ କମ୍ ଥିଲା। ସେହିପରି ଲୋକସଭାରେ ୫୨୮ ଜଣ ସଦସ୍ୟ ଉପସ୍ଥିତ ରହି ଭୋଟ୍ ଦେଇଥିବା ବେଳେ ମ୍ୟାଜିକ୍ ସଂଖ୍ୟା ୩୫୨ ଥିଲା। ସେତେବେଳେ ବିଲ୍ ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ପଡ଼ିଥିଲା। ପ୍ରଥମ ବିଲ୍‌ଟି ପାରିତ ହୋଇନପାରିବାରୁ ସୀମା ପୁନଃନିର୍ଦ୍ଧାରଣ ସମେତ ଅନ୍ୟ ଦୁଇଟି ବିଲ୍‌କୁ ଭୋଟ୍‌ ପାଇଁ ଉପସ୍ଥାପନ କରାଯାଇ ନଥିଲା, କାରଣ ସେଗୁଡ଼ିକ ମହିଳା ସଂରକ୍ଷଣ ବିଲ୍ ସହ ଅନ୍ତର୍ନିହିତ ଭାବେ ଜଡ଼ିତ ବୋଲି କେନ୍ଦ୍ର ସରକାର କହିଥିଲେ।

ବର୍ତ୍ତମାନର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଆସିଛି। ତୃଣମୂଳ କଂଗ୍ରେସରେ ବିଭାଜନ ପରେ ରାଜ୍ୟସଭାରେ ଶାସକ ମେଣ୍ଟର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ ୧୫୩ରେ ପହଞ୍ଚିଛି। ଏହା ସହିତ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦ୍ରାବିଡ଼ ମୁନେତ୍ର କଝଗମ୍ ବା ଡିଏମ୍‌କେର ସମର୍ଥନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ସହ ଦଶନ୍ଧି ପୁରୁଣା ମେଣ୍ଟ ଭାଙ୍ଗିବା ପରେ ବିରୋଧୀ ମେଣ୍ଟରୁ ଅଲଗା ହୋଇଥିବା ଏହି ତାମିଲ ଦଳ ପାଖରେ ରାଜ୍ୟସଭାରେ ୮ ଜଣ ଏବଂ ଲୋକସଭାରେ ୨୨ ଜଣ ସାଂସଦ ଅଛନ୍ତି। ଯଦି ଏହି ଦଳର ସମର୍ଥନ ମିଳେ, ତେବେ କେନ୍ଦ୍ର ସରକାର ଉଭୟ ଗୃହରେ ସହଜରେ ଆବଶ୍ୟକୀୟ ସଂଖ୍ୟା ହାସଲ କରି ବିଲ୍ ପାରିତ କରାଇବାରେ ସଫଳ ହୋଇପାରିବେ।

Delimitation Bills parliament Women's Reservation
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲିଠାରୁ ଭାରତ ବନାମ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

November 26, 2026

ପ୍ୟାକେଟ୍‌ ଖାଦ୍ୟରେ ରହିବ ପୃଥକ୍‌ ସତର୍କତା ଚିହ୍ନ : ସୁପ୍ରିମକୋର୍ଟ

November 26, 2026

ତାମିଲନାଡୁ ସରକାରଙ୍କ ଘୋଷଣା: ପୁରୁଷ କର୍ମଚାରୀଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

November 26, 2026

ଭାରତରେ କଟକଣା ଲାଗିଲା ପାକିସ୍ତାନୀ ୱେବ ସିରିଜ: ନେଟଫ୍ଲିକ୍ସକୁ ଚେତାବନୀ ଦେଲେ ଭାରତ ସରକାର

November 26, 2026
Latest News

୧୦୦ ଦିନ ପରେ ପୁଣି ବସିବ ସଂସଦ: ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାସ୍ ପାଇଁ ଅଙ୍କକଷା

November 26, 2026

ସମ୍ବିଧାନର ମୂଲ୍ୟବୋଧ ରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ହିଁ ଗଣତନ୍ତ୍ରର ସଫଳତା: ମୁଖ୍ୟମନ୍ତ୍ରୀ

November 26, 2026

ସାମାନ୍ୟ ଘରୋଇ କଳିରୁ ଭୟଙ୍କର ହତ୍ୟାକାଣ୍ଡ, କଟୁରୀ ଚୋଟରେ ଚାଲିଗଲା ଜୀବନ

November 26, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପର ନିରୀକ୍ଷଣ

November 26, 2026

ଆଇଟିଇଆର୍‌ରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

November 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.