Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା
ଆଜିର ଖବର

କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା

November 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବରଗଡ଼: କିଏ ପିନ୍ଧିବେ କଂସ ମହାରାଜଙ୍କ ମୁକୁଟ? କାହାର ଗର୍ଜନରେ ଥରିବ ମଥୁରା ନଗରୀ? କାହା ଅଭିନୟରେ ଜୀବନ୍ତ ହେବ ପୌରାଣିକ ଅତ୍ୟାଚାରୀ ରାଜା କଂସଙ୍କ ଚରିତ୍ର? ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ନେଇ ଏବେଠୁ ଉତ୍ସାହ ଓ ଉତ୍କଣ୍ଠା। କାରଣ ଆଜି ହେବ ନୂଆ କଂସ ମହାରାଜଙ୍କ ଚୟନ। ୪୪ ଜଣ କଳାକାରଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ସୁଶୋଭିତ ହେବ କଂସଙ୍କ ମୁକୁଟ। ଏଥିପାଇଁ ଆଜି ଅନୁଷ୍ଠିତ ହେବ ହାଇଭୋଲଟେଜ୍ ଅଡିସନ୍।

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ଭୂମିକା କେବଳ ଏକ ଅଭିନୟ ନୁହେଁ, ବରଂ ଏହା ହେଉଛି ଧନୁଯାତ୍ରାର ମୁଖ୍ୟ ଆକର୍ଷଣ। ତେଣୁ ଏହି ଗୁରୁଦାୟିତ୍ୱ କାହାକୁ ମିଳିବ, ତାହା ଉପରେ ସମସ୍ତଙ୍କ ନଜର। ନୂଆ କଂସ କଳାକାର ଚୟନ ପାଇଁ ଆଜି ସକାଳ ୧୦ଟାରୁ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ରେ ଆରମ୍ଭ ହେବ ଅଡିସନ୍ ପ୍ରକ୍ରିୟା।

ଏଥିପାଇଁ ମୋଟ୍ ୪୪ ଜଣ କଳାକାର ଆବେଦନ କରିଛନ୍ତି। ତେବେ ଆବେଦନପତ୍ର ସଂଖ୍ୟା ରହିଛି ୪୬। କାରଣ ଦୁଇଜଣ କଳାକାର ଅତିରିକ୍ତ ଫର୍ମ ଦାଖଲ କରିଛନ୍ତି। ଏହି ସମସ୍ତ ଆବେଦନକାରୀଙ୍କ ମଧ୍ୟରୁ କିଏ କଂସ ଭୂମିକା ପାଇଁ ଯୋଗ୍ୟ ବିବେଚିତ ହେବେ, ତାହା ଆଜିର ଅଡିସନ୍‌ରୁ ସ୍ପଷ୍ଟ ହେବ।

କଂସ ମହାରାଜ ଚୟନ ପ୍ରକ୍ରିୟାକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଜିଲ୍ଲାରୁ ଆସିଥିବା ୭ ଜଣ ଜୁରି ସଦସ୍ୟ ଅଡିସନ୍‌ରେ ସାମିଲ ହେବେ। କଳାକାରଙ୍କ ଅଭିନୟ ଦକ୍ଷତା, ସଂଳାପ ପରିବେଷଣ, ଶାରୀରିକ ଭାବଭଙ୍ଗୀ ଓ ଚରିତ୍ରକୁ ଜୀବନ୍ତ କରିବାର କ୍ଷମତାକୁ ପରଖିବେ ଜୁରି ସଦସ୍ୟ। ସେମାନଙ୍କ ମୂଲ୍ୟାୟନ ଆଧାରରେ ଆଗାମୀ ଦୁଇ ବର୍ଷ ପାଇଁ ନୂଆ କଂସ କଳାକାର ଚୟନ କରାଯିବ।

ଆସନ୍ତା ୨୦୨୭ ଜାନୁଆରୀ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏହି ୯ ଦିନ ଧରି ବରଗଡ଼ ପାଲଟିବ ମଥୁରା ନଗରୀ। ଅମ୍ବାପାଲି ହେବ ଗୋପପୁର। ଶ୍ରୀକୃଷ୍ଣଙ୍କ ଲୀଳାଖେଳା ସହ କଂସ ମହାରାଜଙ୍କ ରାଜୁତିରେ କମ୍ପିବ ସମଗ୍ର ଅଞ୍ଚଳ।

ତେବେ ଏଥର ଧନୁଯାତ୍ରାରେ ଦର୍ଶକ ଦେଖିବେ ନୂଆ କଂସଙ୍କ ଅଭିନୟ। ପୁରୁଣା କଂସଙ୍କ ସ୍ଥାନରେ କେଉଁ ନୂଆ କଳାକାର ନିଜ ଅଭିନୟର ଯାଦୁ ଦେଖାଇବେ, ତାହା ଜାଣିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି। ୪୪ ଜଣଙ୍କ ଭିତରୁ ଜଣଙ୍କୁ ମିଳିବ ଏହି ସମ୍ମାନଜନକ ସୁଯୋଗ। ଏବେ ଅପେକ୍ଷା ଅଡିସନ୍‌ର ଫଳାଫଳକୁ। କିଏ ହେବେ ମଥୁରାର ନୂଆ ସମ୍ରାଟ? କାହା ଗର୍ଜନରେ ଥରିବ ଧନୁଯାତ୍ରାର ମଞ୍ଚ? ଏହା ଉପରେ ରହିଛି ସମସ୍ତଙ୍କ ନଜର।

BaragadaDhanuYatra2027 DhanuYatra2027 KansaMaharaj
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ବିଧାୟକ ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ

November 27, 2026

Salary Slip ବିନା ମିଳିବ Personal Loan, କେମିତି କରିବେ ଆବେଦନ?

November 27, 2026

ଡିସେମ୍ବର ୧ରୁ ବଦଳିବ GST ନିୟମ! ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି, ଅନଲାଇନ୍‌ରେ ହେବ ପଞ୍ଜିକରଣ ବାତିଲ

November 27, 2026

ଖାଦ୍ୟଯୋଗାଣ, ଖାଉଟିକଲ୍ୟାଣ ବିଭାଗ ଓ ପିଏନ୍‌ବି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

November 27, 2026
Latest News

ଟ୍ୟୁସନ ଯାଇ ଘରକୁ ଫେରିଲେନି ଅଷ୍ଟମ ଶ୍ରେଣୀ ଛାତ୍ର, ନିଖୋଜ ନେଇ ଥାନାରେ ଅଭିଯୋଗ

November 27, 2026

କଂଗ୍ରେସ ବିଧାୟକ ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ

November 27, 2026

କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା

November 27, 2026

ସିବିଏସ୍ଇ ତ୍ରି-ଭାଷା ନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ : ତିନୋଟି ଭାଷା ପଢ଼ା ଜାରି ରଖିପାରିବେ ଛାତ୍ରଛାତ୍ରୀ

November 27, 2026

Salary Slip ବିନା ମିଳିବ Personal Loan, କେମିତି କରିବେ ଆବେଦନ?

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.