ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହକାରୀ ଦୌରା ଜଜ ଅମରେଶ ମହାପାତ୍ର ୧୭ ବର୍ଷ ପୂର୍ବର ବହୁଚର୍ଚ୍ଚିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସତ୍ୟନାରାୟଣ ପାଇକରାୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିବା ମାମଲାର ରାୟ ଶୁଣାଇଛନ୍ତି। ଉକ୍ତ ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧୀରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହାପରେ ଉକ୍ତ ମାମଲା ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ବିଚାରଧୀନ ଥିବା ଅବସ୍ଥାରେ ଚାରି ଜଣ ଅଭିଯୁକ୍ତଙ୍କ ଇତି ମଧ୍ୟରେ ମୃତ୍ୟୁ ଘଟିଥିଲା।
ଉକ୍ତ ମାମଲା ସଂଖ୍ୟା ଏସଟି ୩୭/୧୧୫/୨୦୧୬ କୁ ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ଓ ରଞ୍ଜନ କୁମାର ବେଦମତ୍ତା ଅଭିଯୁକ୍ତଙ୍କ ପକ୍ଷରୁ ପରିଚାଳନା କରୁଥିଲେ। ସାକ୍ଷ ପ୍ରମାଣ ଅଭାବରୁ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବିଚାରପତି ଶ୍ରୀ ମହାପାତ୍ର ଆଜି ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ସଚ୍ଚିତ ମିଶ୍ର ଏବଂ ରମେଶ କୁମାର ବିଷୋୟୀ ପରିଚାଳନା କରୁଥିଲେ।


