Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡିସେମ୍ବର ୧୬ରେ ସ୍ୱଦେଶ ଫେରିବେ ହସିନା: ବାଂଲାଦେଶରେ ବ୍ୟାପକ ହିଂସା, ଗୋପାଳଗଞ୍ଜରେ ୨ ଦିନିଆ ଲକଡାଉନ୍‌
ଅନ୍ତରାଷ୍ଟ୍ରୀୟ

ଡିସେମ୍ବର ୧୬ରେ ସ୍ୱଦେଶ ଫେରିବେ ହସିନା: ବାଂଲାଦେଶରେ ବ୍ୟାପକ ହିଂସା, ଗୋପାଳଗଞ୍ଜରେ ୨ ଦିନିଆ ଲକଡାଉନ୍‌

November 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Hasina to return home on December 16: Widespread violence in Bangladesh, 2-day lockdown in Gopalganj

ଢାକା: ଆସନ୍ତା ଡିସେମ୍ବର ୧୬ ବିଜୟ ଦିବସରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଘୋଷଣା କରିବା ପରେ ବାଂଲାଦେଶର ରାଜନୈତିକ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଉଠିଛି। ଭାରତରେ ନିର୍ବାସିତ ଥିବା ହସିନାଙ୍କ ଏହି ଘୋଷଣାକୁ କେନ୍ଦ୍ର କରି ବିଭିନ୍ନ ଅଞ୍ଚଳରେ ବ୍ୟାପକ ପୋଡ଼ାଜଳା, ବୋମାମାଡ଼ ଓ ଶୋଭାଯାତ୍ରା ଦେଖିବାକୁ ମିଳିଥିବା ବେଳେ ତାଙ୍କ ଗଡ଼ କୁହାଯାଉଥିବା ଗୋପାଳଗଞ୍ଜ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଦୁଇ ଦିନିଆ ଲକଡାଉନ୍‌ ଜାରି କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୭ଟି ଜିଲ୍ଲାରେ ୧୨୦ ପ୍ଲାଟୁନ୍‌ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଯବାନ ମୁତୟନ କରାଯିବା ସହ ରେଳ ଓ ମୋବାଇଲ୍‌ ବ୍ୟାଙ୍କିଂ ସେବା ଉପରେ କଟକଣା ଲଗାଯାଇଛି। ଏସବୁ ଜିଲ୍ଲାରେ ଅନେକ ପୋଲିସ ଷ୍ଟେସନ ଅଚଳ ହୋଇପଡ଼ିଥିବା ବେଳେ ଚଳିତ ମାସରେ ପୂର୍ବତନ ଅନ୍ତରୀଣ ନେତା ମହମ୍ମଦ ୟୁନୁସଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରାମୀଣ ବ୍ୟାଙ୍କର ୧୦୦ରୁ ଅଧିକ ଶାଖାରେ ଅଗ୍ନିକାଣ୍ଡ ଘଟିଛି। ପ୍ରଶାସନ ପକ୍ଷରୁ ଜିଲ୍ଲାରେ ମୋବାଇଲ୍ ବ୍ୟାଙ୍କିଂ ସେବା ଏବଂ ଢାକାକୁ ସିଧାସଳଖ ରେଳ ଚଳାଚଳ ମଧ୍ୟ ସ୍ଥଗିତ ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ପ୍ରଶାସନ ପକ୍ଷରୁ ୭ଟି ଜିଲ୍ଲା (ଢାକା, ଗାଜିପୁର, ନାରାୟଣଗଞ୍ଜ, ମୟମନସିଂହ, ଗୋପାଳଗଞ୍ଜ, ଚଟ୍ଟୋଗ୍ରାମ ଏବଂ କକ୍ସ ବଜାର)ରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)ର ୧୨୦ ପ୍ଲାଟୁନ୍ ଯବାନଙ୍କୁ ମୁତୟନ କରାଯାଇଛି। ଏଥିମଧ୍ୟରୁ କେବଳ ଗୋପାଳଗଞ୍ଜରେ ୫୬ ପ୍ଲାଟୁନ୍ ମୁତୟନ ହୋଇଛନ୍ତି ଏବଂ ଲାଇଭ୍ ଡ୍ରୋନ୍ ଫିଡ୍ ଓ ବଡି-ୱର୍ଣ୍ଣ କ୍ୟାମେରା ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖାଯାଉଛି। ୨୦୨୪ ଅଗଷ୍ଟ ୫ରେ ଛାତ୍ର ଆନ୍ଦୋଳନ ପରେ ଭାରତ ପଳାୟନ କରିଥିବା ଏବଂ ପରବର୍ତ୍ତୀ ସମୟରେ ୨୦୨୪ ବିରୋଧ ପ୍ରଦର୍ଶନ ଦମନ ମାମଲାରେ ମାନବତା ବିରୋଧୀ ଅପରାଧ ପାଇଁ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ପାଇଥିବା ହସିନା, ୧୯୭୧ ମୁକ୍ତିଯୁଦ୍ଧ ବିଜୟ ବାର୍ଷିକୀରେ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ହସିନାଙ୍କ ରାଜନୈତିକ ଦଳ ଆୱାମୀ ଲିଗ୍‌କୁ ବର୍ତ୍ତମାନ ସମୟରେ ବାଂଲାଦେଶରେ ନିଷିଦ୍ଧ ଘୋଷିତ କରିଦିଆଯାଇଛି। ଅନ୍ୟପକ୍ଷେ ଡିସେମ୍ବର ୧୬ ପୂର୍ବରୁ ନିଷିଦ୍ଧ ଆୱାମୀ ଲିଗକୁ ପୁନର୍ଜୀବିତ କରିବାର ଯେକୌଣସି ପ୍ରୟାସକୁ ପ୍ରତିହତ କରିବା ପାଇଁ ଶାସକ ବିଏନ୍‌ପି ଓ ଡିସେମ୍ବର ପାଇଁ ବିଏନ୍‌ପି, ଜମାତ ଓ ଏନ୍‌ସିପି ଭଳି ସହଯୋଗୀ ରାଜନୈତିକ ଦଳଗୁଡ଼ିକ ସାରା ଦେଶରେ ଗଣ-ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ଗୋପାଳଗଞ୍ଜ ବାଂଲାଦେଶ ଶେଖ୍ ହସିନା
Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍‌କୁ ଏଆଇ ଚିପ୍ ଚାଲାଣ ମାମଲା: କ୍ୟାପିଟଲ୍ ହିଲରେ ଜେରା ହେବେ ଜେନସେନ୍ ହୁଆଙ୍ଗ୍

November 30, 2026

ଜସପ୍ରିତ ବୁମରାହଙ୍କ ଲଜ୍ଜାଜନକ ରେକର୍ଡ: ୨୯୨ ବଲ୍ ପରେ ନେଲେ ୱିକେଟ୍

November 29, 2026

ମିଆଁମାରରେ ସେନାର ବିମାନ ଆକ୍ରମଣ: ବିବାହ ଉତ୍ସବରେ ବୋମାମାଡ଼ ଯୋଗୁଁ ୩୦ ମୃତ

November 29, 2026

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026
Latest News

ଚୀନ୍‌କୁ ଏଆଇ ଚିପ୍ ଚାଲାଣ ମାମଲା: କ୍ୟାପିଟଲ୍ ହିଲରେ ଜେରା ହେବେ ଜେନସେନ୍ ହୁଆଙ୍ଗ୍

November 30, 2026

ଡିସେମ୍ବର ୧୬ରେ ସ୍ୱଦେଶ ଫେରିବେ ହସିନା: ବାଂଲାଦେଶରେ ବ୍ୟାପକ ହିଂସା, ଗୋପାଳଗଞ୍ଜରେ ୨ ଦିନିଆ ଲକଡାଉନ୍‌

November 30, 2026

ରାଜଧାନୀରେ ପୁଣି ଗ୍ୟାଙ୍ଗ୍‌ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍‌ ଓ ଅଟୋ ଭାଙ୍ଗିଲେ

November 29, 2026

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରେ ଅଘଟଣ ଟଳିଲା, ଯୁବତୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ

November 29, 2026

ମହାପ୍ରଭୁଙ୍କୁ ଦର୍ଶନ କଲେ ସୋନୁ ସୁଦ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.