Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଳିଆ ଯୋଜନାରେ ପ୍ରାୟ ୨୦୦ କୋଟି ଟଙ୍କାର  ଘୋଟାଲା- ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତାଲା ଦେବେ କି  ରାଜ୍ୟ ସରକାର ?
ବିଶେଷ ଖବର

କାଳିଆ ଯୋଜନାରେ ପ୍ରାୟ ୨୦୦ କୋଟି ଟଙ୍କାର  ଘୋଟାଲା- ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତାଲା ଦେବେ କି  ରାଜ୍ୟ ସରକାର ?

September 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କାଳିଆ ଯୋଜନାରେ ପ୍ରାୟ ୨୦୦ କୋଟି ଟଙ୍କାର ଘୋଟାଲା- ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନାରେ ଏତାଲା ଦେବେ କି ରାଜ୍ୟ ସରକାର ?

କେଦାର ମିଶ୍ର

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ସରକାର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ “କାଳିଆ” ଯୋଜନା ଲାଗୁ କରିଥିଲେ। ୨୦୧୯ ନିର୍ବାଚନରେ ଏହି ଯୋଜନା ଏକ ପ୍ରକାର “ଗେମ ଚେଞ୍ଜର”ର ଭୂମିକା ନେଇଥିଲା। ନବୀନ ସରକାର ଉପରେ ପୁଣିଥରେ ଆସ୍ଥା ରଖିବା ଲାଗି ଲୋକଙ୍କୁ ଏହି ଯୋଜନା ପ୍ରଭାବିତ କରିଥିଲା। ଏହି ଯୋଜନା ଅନ୍ତର୍ଗତ ଦ୍ଵିତୀୟ କିସ୍ତିର ପଇସା ବଣ୍ଟନ ଉପରେ  ନିର୍ବାଚନ କମିଶନ ପ୍ରତିବନ୍ଧକ ଲଗାଇଥିବାରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲେ। ନିର୍ବାଚନ ଜିତିଲେ ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଟଙ୍କା ଲୋକଙ୍କ ବ୍ୟାଙ୍କ ଖାତାକୁ ଜୀବ ବୋଲି ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ ଓ ତାକୁ ପୂରଣ କରିଥିଲେ ମଧ୍ୟ। ମୋଟାମୋଟି କହିବାକୁ ଗଲେ  “କାଳିଆ’ ଯୋଜନା ନବୀନ ସରକାରଙ୍କ ପାଇଁ ନିର୍ବାଚନୀ ବର୍ଷରେ ସବୁଠୁ ଲାଭଦାୟକ ଯୋଜନା ରହିଥିଲା।

କ୍ଷୁଦ୍ର ଓ ନାମମାତ୍ର ଚାଷୀ, କୃଷି ଶ୍ରମିକ ଓ ଭାଗଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଓ ବୀମା ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଏହି ଯୋଜନା କାର୍ୟକାରୀ ହୋଇଥିଲା। ଯୋଜନା ଲାଗୁ ହେବା ସମୟରେ ଏଥିରେ ବହୁ ସଂଖ୍ୟକ ବଡ ଚାଷୀ, ସରକାରୀ କର୍ମଚାରୀ ଓ ଅଣ ଚାଷୀ ଲାଭ ଉଠାଇଥିବାର ଅଭିଯୋଗ ହୋଇଥିଲା। ଏପରିକି ସରକାରୀ ଦଳର କେତେଜଣ ବିଧାୟକ ଓ ମନ୍ତ୍ରୀ ମଧ୍ୟ କାଳିଆ ଯୋଜନାରେ ପଇସା ପାଇଥିବାର ପ୍ରମାଣ ମିଳିଥିଲା। ଏବେ ନିଜେ କୃଷିମନ୍ତ୍ରୀ ସ୍ଵୀକାର କରିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ଆର୍ଥିକ ସହାୟତା ଦେଇଛନ୍ତି। କାହିଁକି ଓ କାହା ପାଇଁ ଏତେ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରୁ ଲାଭ ଦିଆଗଲା, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ କି?

କାଳିଆ ଯୋଜନା ପାଇଁ ହିତାଧିକାରୀ ଚିହ୍ନଟ କଲା ବେଳେ ରାଜ୍ୟ ସରକାର ଆଧାର କାର୍ଡ ସହିତ ଏହାକୁ ସଂଯୋଗ କରି ନଥିଲେ କି? ଆଧାର କାର୍ଡର ଡାଟା ସହିତ ଆବେଦନକାରୀଙ୍କ ଡାଟା ମିଳେଇ ଦେଖା ହୋଇଥିଲା କି ନାହିଁ? କୃଷିମନ୍ତ୍ରୀଙ୍କ ନିଜ ତଥ୍ୟ ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୨୦ ହଜାର ସରକାରୀ କର୍ମଚାରୀ ଓ ୧୨ ହଜାର ବଡ ଚାଷୀ ରହିଛନ୍ତି। ଏପରିକି ନାବାଳକ ମଧ୍ୟ ଏହି ଯୋଜନାରୁ ଲାଭ ପାଇଥିବା କଥା କୃଷିମନ୍ତ୍ରୀ ମାନିଛନ୍ତି। କାଳିଆ ଯୋଜନା ଲାଗି ଯେଉଁ ଯୋଗ୍ୟତା ନିର୍ଦ୍ଧାରଣ କରା ଯାଇଥିଲା, ତାକୁ ଅଣଦେଖା କରି ଅଯୋଗ୍ୟଙ୍କୁ ଏହାର ଲାଭ ଦେବା ପଛରେ ଭୋଟ ରାଜନୀତି ରହିଥିଲା ନିଶ୍ଚୟ। ନିର୍ବାଚନ ପୂର୍ବରୁ ତରବରିଆ ଭାବରେ ଏମିତି ଏକ ଯୋଜନାରେ ପ୍ରାୟ ୨୦୦ କୋଟି ଟଙ୍କା ଅଯୋଗ୍ୟଙ୍କୁ ବଣ୍ଟନ କରାଯିବା ଏକ ବଡ ଘୋଟାଲାର ଅଂଶ ବିଶେଷ ବୋଲି କୁହାଯାଇପାରେ।

ଏବେ ପ୍ରଶ୍ନ ଉଠୁଛି, ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ହେବ କେମିତି? ପ୍ରଥମେ ଯେଉଁ ସରକାରୀ କର୍ମଚାରୀ ଓ ପେନସନ ଭୋଗ୍ୟ ଏହି ଯୋଜନା ଟଙ୍କା ନେଇଛନ୍ତି ସେମାନଙ୍କ ନାଁରେ ଫର୍ଜରି ମାମଲା ଦାୟର ହେବା ଉଚିତ। କେଉଁ ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ସୁପାରିଶ କରିଛନ୍ତି, ସେମାନଙ୍କ ବିଷୟରେ ମଧ୍ୟ ତଦନ୍ତ ହେବା ଜରୁରୀ। କାଳିଆ ଟଙ୍କା ସରକାର ନିଜ ତରଫରୁ ହିତାଧିକାରୀଙ୍କ ଜମାଖାତାରେ ଦାଖଲ କରିଛନ୍ତି। ଏଠି ପାଇଁ ହିତାଧିକାରୀ ସରକାରଙ୍କୁ ବାଧ୍ୟ କରି ନାହାନ୍ତି। ଆସନ୍ତା କାଲି, ହିତାଧିକାରୀ ଯୁକ୍ତି କରିବେ ଯେ ଯଦି ମୋ ପାଖରେ ଯୋଗ୍ୟତା ପାଇଁ ଆବଶ୍ୟକ କାଗଜପତ୍ର ନଥିଲା, ତାହେଲେ ମୋତେ ସରକାର ଏଥିରେ ସାମିଲ କରୁଥିଲେ କାହିଁକି?

ଜଣେ ନାଗରିକଙ୍କ ଜମା ଖାତାରେ ଟଙ୍କା ଜମା କରି ସାରିବା ପରେ ତାଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରନ୍ତୁ ବୋଲି କହିବା କେତେ ଦୂର ଆଇନ ସଙ୍ଗତ ତାହା ମଧ୍ୟ ଏକ ପ୍ରଶ୍ନ। କେବଳ ସରକାରୀ କର୍ମଚାରୀଙ୍କ ଉପରେ ସରକାରୀ ଅଙ୍କୁଶ କାମ କରିବ। ବାକି ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ କରିବାର ସମ୍ଭାବନା ଆଦୌ ନାହିଁ। ଅଯୋଗ୍ୟଙ୍କ ଖାତାକୁ ଯାଇଥିବା ପ୍ରାୟ ୧୫୦ କୋଟି ଟଙ୍କାର ଭରଣା ହେବ କେମିତି?

Share. Facebook Twitter LinkedIn Email WhatsApp Copy Link

Related Posts

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବଜେଟ ଅଧିବେଶନରେ ସଂସଦର ଉଭୟ ଗୃହରେ ୯ଟି ବିଲ୍ ପାସ୍

April 19, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.