କେନ୍ଦ୍ରାପଡା ପୋଲିସ୍ ପକ୍ଷରୁ ଏକ ଏନ୍କାଉଣ୍ଟର କରାଯାଇଛି । ଏହି ଏନ୍କାଉଣ୍ଟରରେ ଜଣେ ଅପରାଧୀକୁ ପୋଲିସ୍ ଗିରଫ କରିଥିବା ବେଳେ 4 ଜଣ ଅପରାଧୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅପରାଧୀ ମାନେ ଡକାୟତି କରି ଫେରାର ହେବାର ଉଦ୍ୟମ କରୁଥିବା ବେଳେ ଏହି ଏନ୍କାଉଣ୍ଟର ଘଟିଥିଲା । ଆହତ ଅପରାଧୀ ଜଣକ ହେଉଛି ହୃଷୀକେଶ ମଲ୍ଲିକ । ଆଳିର ଜୁଆଣିଆର ଏକ ପରିବାରରୁ ଭତିନି ଜଣଙ୍କୁ ହାଣି ସୁନା ଗହଣା ଲୁଟ କରି ଏହି 5 ଜଣ ଫେରାର ହେଇଯାଇଥିବା ବେଳେ ପିଛା କରି ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟର କରାଯାଇଥିଲା । ହୃଷୀକେଶ ଗୁରୁତର ଭାବରେ ଆହତ ହୋଇଥିବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।