Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନ୍ୟାଜଳରେ ଭାସୁଛି ଦେଶର ଶହେ “ସ୍ମାର୍ଟ ସହର”ର ସ୍ଵପ୍ନ; ଜଳମଗ୍ନ ଭାରତୀୟ ସହରମାନଙ୍କର ଦୁଃଖ
ବିଶେଷ ଖବର

ବନ୍ୟାଜଳରେ ଭାସୁଛି ଦେଶର ଶହେ “ସ୍ମାର୍ଟ ସହର”ର ସ୍ଵପ୍ନ; ଜଳମଗ୍ନ ଭାରତୀୟ ସହରମାନଙ୍କର ଦୁଃଖ

September 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
KOLKATA, SEP 29 (UNI) Children enjoying after heavy rain in Kolkata on Sunday.UNI PHOTO CAL 17

କେଦାର ମିଶ୍ର

ଯେ କୌଣସି ଟେଲିଭିଜନ ଚାନେଲ ବା ଖବର କାଗଜ ଖୋଲିଲେ ଏବେ ଦୁଇ ପ୍ରକାର ଖବର ମିଳିବ। ପ୍ରଥମ ଖବରରେ ପାକିସ୍ତାନ ଓ ଦ୍ଵିତୀୟ ଖବରରେ ଭାରତର ଯେତେସବୁ ଜଳମଗ୍ନ ସହର। ପ୍ରବଳ ବର୍ଷାରେ ବିହାର ରାଜଧାନୀ ପାଟନା ଉବୁଟୁବୁ ହେଉଛି। ରାସ୍ତାରେ ଡଙ୍ଗା ଚାଲୁଛି। ଡାକ୍ତରଖାନା ଗୁଡିକରେ ବେକେ ପାଣି। ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ବି ସମାନ ଅବସ୍ଥା। ଏ ଅବସ୍ଥା ଖାଲି ପାଟନାରେ ନୁହଁ। ପ୍ରଧାନମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ବାରାଣସୀର ରେଳଷ୍ଟେସନ ଆଗରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଏହା ପୂର୍ବରୁ ମୁମ୍ବାଇ ସହରର କୁଖ୍ୟାତ ବର୍ଷା ବିଷୟରେ ଆମେ ଜାଣିଛୁ। ବର୍ଷା ଆସିଲେ ମୁମ୍ବାଇ ସହରର ଜନଜୀବନ ଏକପ୍ରକାର ଠପ ହୋଇଯାଉଛି। ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଛି। ଦେଶର ବ୍ୟାବସାୟିକ ଓ ଅର୍ଥନୈତିକ ରାଜଧାନୀ ଭାବରେ ପରିଚିତ ମୁମ୍ବାଇ ସହରର ଏ ଅବସ୍ଥା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ଏହାର କୌଣସି ସମାଧାନ ସମ୍ଭବ ହେଉନାହିଁ । କେରଳର କୋଚି ଓ ତାମିଲନାଡ଼ୁର ଚେନ୍ନାଇ ସହରରେ ମଧ୍ୟ ଏ ପ୍ରକାର ଅବସ୍ଥା ଆମେ ଦେଖିଛୁ। ଭାରତର ଏମିତି କେଉଁ ସହର ନାହିଁ ଯେଉଁଠି ବର୍ଷା ହେଲେ ଜନଜୀବନ ବିପର୍ୟସ୍ତ ହେଉନି। ସବୁ ସହରର ଦୁଃଖ ଏବେ ସମାନ। ଏଇ ଦୁଃଖରୁ ଆମ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ବା ବ୍ରହ୍ମପୁର ବାଦ ପଡିନାହାନ୍ତି।

ବିହାରର ରାଜରାସ୍ତା ଉପରେ ପାଣିର ସୁଅ

ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ସହରୀ ଜୀବନରେ ସର୍ବାଧିକ ଭିତ୍ତିଭୂମିର ବିକାଶ ଜରୁରୀ। ଦେଶର ଅର୍ଥନୀତିକୁ ସବଳ କରୁଥିବା ମୋଟ ଜିଡିପିର ୬୩% ଆମର ସହରଗୁଡିକରୁ ସୃଷ୍ଟି ହୋଇଥାଏ। ଅର୍ଥାତ ଦେଶର ଅର୍ଥନୀତି ସହର ଗୁଡିକର କାନ୍ଧରେ ଭରା ଦେଇ ଚାଲୁଛି। ତା ସତ୍ତ୍ୱେ ବର୍ଷା ପାଣିରେ ଆମର ସହର ସବୁ ବେହାଲ ହେବାର କାରଣ କଣ? ସହର ବିକାଶ ଲାଗି ୨୫, ଜୁନ, ୨୦୧୫ ରେ ସ୍ମାର୍ଟ ସିଟି ମିଶନ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ପାଞ୍ଚ ବର୍ଷ ଭିତରେ ଦେଶର ଶହେଟି ସହରକୁ ପୂର୍ଣ୍ଣ ବିକଶିତ, ବ୍ୟବସାୟ ଉପଯୋଗୀ, ଲୋକାଭିମୁଖୀ ଓ ଗୋଟିଏ ଶବ୍ଦରେ କହିଲେ “ସ୍ମାର୍ଟ” କରିବାର ପ୍ରତିଶ୍ରୁତି ମିଳିଥିଲା।  ସେତେବେଳେ ସହର ବିକାଶ ମନ୍ତ୍ରୀ ଥିବା ଭେଙ୍କୟା ନାଇଡୁ ଏହି ମିଶନକୁ ଭାରତର ସବୁଠୁ ବଡ ମିଶନ ବୋଲି କହିଥିଲେ।

ପାଞ୍ଚ ବର୍ଷ ବିତିବା ପରେ ଆମେ କେବଳ ୯୯ ଟି ସହରକୁ ସ୍ମାର୍ଟ ସହର ଭାବରେ ଚିହ୍ନିତ କରିଛୁ। ଆଜି ଯେଉଁ ସହର ଗୁଡିକ ପାଣିରେ ଉବୁଟୁବୁ ହେଉଛନ୍ତି, ସେଥିରୁ ଅଧିକାଂଶ ଏଇ ସ୍ମାର୍ଟ ସିଟି ତାଲିକାରେ ରହିଛନ୍ତି। ଆମର ରାଜଧାନୀ ଭୁବନେଶ୍ୱର ଦେଶର ଏକନମ୍ବର ସ୍ମାର୍ଟ ସିଟି ଭାବରେ ଗର୍ବର ସହିତ ସ୍ଥାନିତ ହୋଇଥିଲା। ତେବେ ବର୍ଷା ପାଣିରେ ପୂରା ଭୁବନେଶ୍ବରର ଅବସ୍ଥା କଣ ହେଉଛି ଆମେ ଦେଖୁଛେ। ଫନୀ ବାତ୍ୟା ସମୟରେ ଭୁବନେଶ୍ଵର ସହରରେ ପିଇବା ପାଣି, ବିଜୁଳି, ଟେଲି ଯୋଗାଯୋଗ ଭଳି ଅତ୍ୟାବଶ୍ୟକ ବ୍ୟବସ୍ଥା ପ୍ରାୟ ସପ୍ତାହେ ଧରି ଠପ ହୋଇଗଲା। ଏହା ଆମର “ସ୍ମାର୍ଟ” ବ୍ୟବସ୍ଥା ଉପରେ ଗୋଟେ ବଡ ପ୍ରଶ୍ନବାଚୀ ନିଶ୍ଚୟ।

କୋଲକାତାର ଏକ ପୂଜା ମଣ୍ଡପ ଭିତରେ ପାଣିର ଲହରୀ

ସ୍ମାର୍ଟ ସିଟି ମିଶନ ମାଧ୍ୟମରେ ଦେଶର ୧୦୦ ଟି ସହରର ୯ କୋଟି ୯୬ ଲକ୍ଷ ଲୋକଙ୍କୁ ୨ ଲକ୍ଷ ପାଞ୍ଚ ହଜାର ଅଠର କୋଟି ଟଙ୍କା ବିନିଯୋଗରେ “ସ୍ମାର୍ଟ” ସୁବିଧା ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ଧାର୍ୟ ହୋଇଛି। ମାତ୍ର ୧୦ କୋଟି ଲୋକଙ୍କ ଲାଗି ପ୍ରାୟ ୨.୧୦ ଲକ୍ଷ କୋଟି ଟଙ୍କାର ଯୋଜନା ବୋଧହୁଏ ସ୍ଵାଧୀନ ଭାରତର ସବୁଠୁ ବିଳାସୀ ଯୋଜନା। ୭୦ କୋଟି କୃଷକଙ୍କ ଲାଗି ୪୫ ହଜାର କୋଟି ଟଙ୍କାର ଘୋଷଣା ହେଲେ ଆମର ଛାତି ଫାଟିଯାଏ। ତେବେ ଏତେ ଟଙ୍କାର ଯୋଜନା ବର୍ଷା ପାଣିରେ ଧୋଇ ହୋଇଯାଉଛି କେମିତି?

ପାଟନାରେ ବନ୍ୟା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ପ୍ରାକୃତିକ ବିପର୍ୟୟ ଉପରେ କାହାର ନିୟନ୍ତ୍ରଣ ନାହିଁ। ନିହାତି ସତ କଥା। ହେଲେ ବର୍ଷା ପାଣିର ନିଷ୍କାସନ ପାଇଁ ଠୋସ ଯୋଜନା ସ୍ମାର୍ଟ ସିଟି ଯୋଜନାର ଅଂଶ ବିଶେଷ ନୁହଁ କି? ମୁମ୍ବାଇ, ପୁନା ଓ ନାଗପୁର ଭଳି ସହରରେ ଦୋ ମହଲା ମହଲା କୋଠା ବୁଡିଯିବା ଭଳି ପାଣି ଜମା ହେଉଛି କେମିତି? ଡାକ୍ତରଖାନା ଓ ରେଳ ଷ୍ଟେସନ ରେ ଏତେ ପାଣି ରହିବା ସ୍ମାର୍ଟ ସହରର ଲକ୍ଷଣ ଜମାରୁ ନୁହେଁ। ସ୍ମାର୍ଟ ସହର ଗୁଡିକ ସବୁ ପ୍ରକାର ବିପର୍ୟୟକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ। ହେଲେ ଅନ୍ୟ ସବୁ ସରକାରୀ ଯୋଜନା ଭଳି ଏହା ମଧ୍ୟ ଏକ ଧୂଆଁବାଣ। ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଆମେ କୃତ୍ରିମ ବନ୍ୟାରେ ସହର ଗୁଡିକୁ ଭସାଇବା ଛଡା ଅଧିକ କିଛି କରିନାହୁଁ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

July 31, 2026

ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବେ ସି ଜିନପିଙ୍ଗ

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.