Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚାଷୀ ମୂଲିଆ ଗାନ୍ଧୀ
ବିଶେଷ ଖବର

ଚାଷୀ ମୂଲିଆ ଗାନ୍ଧୀ

October 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସ୍ଵର୍ଗତ ଗୋପବନ୍ଧୁ ଚୌଧୁରୀ

(ସ୍ଵାଧୀନତା ଆନ୍ଦୋଳନର ଅନ୍ୟତମ ମହାନାୟକ ଗୋପବନ୍ଧୁ ଚୌଧୁରୀ। ଗୋପବନ୍ଧୁ ଦାସଙ୍କ ପରେ ଓଡିଶାରେ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ମହାନ ସଂଗ୍ରାମୀ ଥିଲେ ସେ। ୧୯୪୨ ଭାରତ ଛାଡ ଆନ୍ଦୋଳନ ସମୟରେ ବନ୍ଦୀ ହୋଇ ବ୍ରହ୍ମପୁର ଜେଲ ରେ ଥିବା ସମୟରେ ସାଧାରଣ କଂଗ୍ରେସ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଗାନ୍ଧୀ ବିଚାର ବୁଝାଇବାକୁ ସେ ଲେଖିଥିଲେ ଏକ ପୁସ୍ତକ “ଚାଷୀ ମୂଲିଆ ଗାନ୍ଧୀ” । ବହିଟି ପ୍ରକାଶ ପାଇଥିଲା ୧୯୪୯ ରେ। ଗାନ୍ଧୀ ଦର୍ଶନା, ବିଚାର ଓ ବ୍ୟକ୍ତିତ୍ବକୁ ଅତି ସରଳ ଭାବରେ ବୁଝାଇଥିବା ଏଭଳି ବହି ଆଉ ଲେଖା ହୋଇନାହିଁ। ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ସେ ଲେଖାର କିଛି ଅଂଶ। )

ଜଣେ ପାଦ୍ରୀବନ୍ଧୁ ଥରେ ଗାନ୍ଧିଙ୍କୁ ପଚାରିଥିଲେ, ‘ଗରିବଙ୍କ ପ୍ରତି ଆପଣଙ୍କର ତ ଅସୀମ ପ୍ରେମ, ତାହା ଆପଣ ପହିଲେ କେବେ ଅନୁଭବ କଲେ ?’ ଗାନ୍ଧି ଜବାବ ଦେଇଥିଲେ, ‘ମୋ ଜୀବନ ଯାକ ସବୁବେଳେ ମୁଁ ଗରିବଙ୍କ ପ୍ରତି ପ୍ରେମ ଅନୁଭବ କରି ଆସିଛି ଏବଂ ତା’ ମଧ୍ୟ ଅତି ପ୍ରଚୁର ପରିମାଣରେ ଅନୁଭବ କରିଛି । ଏ ଜିନିଷଟା ମୋ’ ଭିତେର ଏକ ପ୍ରକାର ସ୍ବଭାବରୁ ରହିଛି । ଏହାର ପ୍ରମାଣ ପାଇଁ ମୁଁ ମୋର ଅତୀତ ଜୀବନରୁ ବହୁତ ଉଦାହରଣ ଦେଇପାରେ । ଗରିବଙ୍କ ସଙ୍ଗେ ମୋର କିଛି ପ୍ରଭେଦ ଅଛି ବୋଲି ମୁଁ କେବେ ହେଲେ ଜାଣି ପାରିନାହିଁ । ମୁଁ ସେମାନଙ୍କୁ ଆପଣାର କୁଟୁମ୍ବ ଭଳି ବିଚାରି ଥାଏ ।’

ଗାନ୍ଧିଙ୍କର ସେବାଭାବର ପୂରା ବିକାଶ ଦକ୍ଷିଣ ଆଫ୍ରିକାରେ ହୋଇଥିଲା । ସେହିଠାରୁ ସେ ପୂରାପୂରି ଲୋକସେବାରେ ଲାଗି ଯାଇଥିଲେ । ୧୮୯୩ ସାଲରେ ତାଙ୍କର ଚବିଶ ବର୍ଷ ବୟସ ବେଳେ ସେ ଦକ୍ଷିଣ ଆଫ୍ରିକା ଯା’ନ୍ତି । ସେ ପର୍ଯ୍ୟନ୍ତ ଲୋକଙ୍କ ସଙ୍ଗେ ମିଶଇବାର ବିଶେଷ ସୁବିଧା ତାଙ୍କୁ ମିଳିନଥିଲେ ସୁଦ୍ଧା, ଗରିବଙ୍କ ପ୍ରତି ଏହି ତାଙ୍କର ଏହି ଭାବ ପିଲାଦିନୁ ଦେଖା ଯାଇଥିଲା।

ତାଙ୍କର ଅତି ପିଲାଦିନର କଥା । ତାଙ୍କ ଘରେ ଓକା ନାଁରେ ଗୋଟିଏ ହରିଜନ ଟୋକା ଚାକିରି କରୁଥାଏ । ତାକୁ ଛୁଇଁବା ଯୋଗୁଁ ଯେ କାଣ୍ଡ ଘଟିଥିଲା ତାହା ଗାନ୍ଧୀ ନିଜେ ଥରେ ବର୍ଣ୍ଣିଛନ୍ତି।  ‘ମୋର ବୟସ ଯେତେବେଳେ ବାର ବର୍ଷ ମୋ’ ମନରେ ଏହି ଧାରଣା ଜନ୍ମିଥିଲା । ଆମ ଘରେ ପାଇଖାନା ସଫା କରିବାକୁ ଓକା ନାଁରେ ଜଣେ ମେହେନ୍ତର ଆସୁଥାଏ । ମୁଁ ମା’କୁ ପଚାରେ, ‘ତାକୁ ଛୁଇଁଲେ ଦୋଷ କ’ଣ ? ତାକୁ ଛୁଇଁବାକୁ କାହିଁକି ମନା? ଯଦି ହଠାତ୍ ତାକୁ ଛୁଇଁପକାଏ, ମତେ ଗାଧୋଇବାକୁ କହନ୍ତି । ମୋର ସ୍ବଭାବ ଯୋଗୁଁ ମୁଁ ସେ ହୁକୁମ ମାନି ଯାଏ ସତ, କିନ୍ତୁ ମୋର ମତ ମୁଁ ହସି ହସି ଜଣାଇ ଦେଇଥାଏ ଯେ ଅସ୍ପୃଶ୍ୟତା ମାନିବା କେବେ ହେଁ ଧର୍ମଗତ ନୁହେଁ, ସେମିତି ହେବା ଅସମ୍ଭବ । ବାପା ମା’ଙ୍କର ସମ୍ମାନ ରକ୍ଷା ପାଇଁ ଯେତେଦୂର ସମ୍ଭବ ନମ୍ର ଭାବରେ ମୁଁ ତାଙ୍କର ସେତିକି ବିରୋଧ କରୁଥିଲି ।’

୧୯୩୮ରେ ଜଣେ ବନ୍ଧୁ ଗାନ୍ଧୀଙ୍କୁ ପଚାରିଥିଲେ, ‘ଲୋକଙ୍କ ଉପରେ ଆପଣଙ୍କର ଯେଭଳି ପ୍ରଭାବ, ତାହା ଗୋଟିଏ କଥା ପଚାରିବାକୁ ମନ ହେଉଛି । ଲୋକଙ୍କ ପ୍ରତି ପ୍ରେମ ଓ ଗୋଟିଏ ଉଦ୍ଦେଶ୍ୟ ବା ଲକ୍ଷ୍ୟ ପ୍ରତି ନିଷ୍ଠା ଏ ଦୁଇଟିରୁ କେଉଁଟି ଦ୍ବାରା ଆପଣ ପରିଚାଳିତ ହୋଇଥାନ୍ତି ? ଗାନ୍ଧି ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ ‘ଲୋକଙ୍କ ପ୍ରତି ପ୍ରେମ’ । ଲୋକଙ୍କୁ ଛାଡ଼ିଲେ ଲକ୍ଷ୍ୟ ବା ଉଦ୍ଦେଶ୍ୟ ତ ଏକ ଶୁଖିଲା ମଲା ଜିନିଷ । ମୋ’ ଜୀବନର ଆରମ୍ଭରେ ଲୋକଙ୍କ ପ୍ରତି ପ୍ରେମ ହିଁ ମୋ’ ଜୀବନର ଅସ୍ପୃଶ୍ୟତା ଉଠାଇବା କଥା ପୂରାଇ ଦେଇଛି। ମୋ’ ମା କହୁଥିଲେ ‘ଏ ପିଲାକୁ ତୁ ଛୁଇଁବୁ ନାହିଁ , ସେ ଅଛୁଆଁ। ମୁଁ ଓଲଟା ପଚାରେ କାହିଁକି ଛୁଇଁବି ନାହିଁ? ଏବଂ ସେହିଦିନୁ ମୋର ବିଦ୍ରୋହ ଆରମ୍ଭ ହୋଇଗଲା।

ଏହି ସମ୍ପର୍କରେ ଗାନ୍ଧି ପୁଣି ଅନ୍ୟତ୍ର କହିଛନ୍ତି, ‘ସେତେବେଳେ ଅତି ପିଲା ଥିଲି । ମୋର ହୃଦୟ, ମୋର ବୁଦ୍ଧି ଅସ୍ପୃଶ୍ୟତା ବିରୁଦ୍ଧରେ ବିଦ୍ରୋହ ଯୁଦ୍ଧ କରୁଥିଲେ ହେଁ ମୁଁ ଆମ ପରିବାରରେ ନଗଣ୍ୟ ଥିଲି । ହରିଜନଙ୍କ ପ୍ରତି ସେମାନଙ୍କ ବ୍ୟବହାରରେ ମୁଁ ଚୁପ୍ ରହୁଥିଲି । କିନ୍ତୁ ଏବେ ମୁଁ ତାହା କରିପାରିବି ନାହିଁ । ସେତେବେଳେ ମୁଁ ଅପଣା ସପକ୍ଷରେ ଯୁକ୍ତି ବ କରିପାରିନଥା’ନ୍ତି । ସେତେବେଳେ ପରିବାର ସଙ୍ଗେ ରହିବାର ମୋର ବ୍ୟକ୍ତିଗତ ବିଶ୍ବାସର କିଛି ବିରୋଧ ହେଉଥିଲା ବୋଲି ମତେ ଜଣାପଡୁନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.