Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କମାଲ୍‌ ବ୍ୟକ୍ତିତ୍ବର ଅଧିକାରୀ ଡ. ଏପିଜେ ଅବଦୁଲ୍‌ କଲାମ୍‌ : ମିଶାଇଲ୍‌ ମ୍ୟାନ୍‌ ତଥା ଲୋକଙ୍କ ରାଷ୍ଟ୍ରପତି କଲାମ୍‌ଙ୍କ ଆଜି ୮୭ତମ ଜନ୍ମଜୟନ୍ତୀ
ବିଶେଷ ଖବର

କମାଲ୍‌ ବ୍ୟକ୍ତିତ୍ବର ଅଧିକାରୀ ଡ. ଏପିଜେ ଅବଦୁଲ୍‌ କଲାମ୍‌ : ମିଶାଇଲ୍‌ ମ୍ୟାନ୍‌ ତଥା ଲୋକଙ୍କ ରାଷ୍ଟ୍ରପତି କଲାମ୍‌ଙ୍କ ଆଜି ୮୭ତମ ଜନ୍ମଜୟନ୍ତୀ

October 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତ ଇତିହାସରେ ଅକ୍ଟୋବର ୧୫ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଆଜିର ଦିନରେ ଭାରତର ମିସାଇଲ୍‌ ମ୍ୟାନ୍‌ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ ଜନ୍ମ ହୋଇଥିଲେ । ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା।  ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ୧୯୬୩ ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ଜଡ଼ିତ ହୋଇ ଭାରତକୁ ଶକ୍ତଶାଳୀ ରାଷ୍ଟ୍ର ବନାଇବାରେ ଯୋଗଦାନ ଦେଇଥିଲେ । କଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିସାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ବାଲାଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିସାଇଲ୍ ମ୍ୟାନ୍‌ ବୋଲି କୁହାଯାଏ ।  ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ ।

କଲାମ୍‌ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାର୍ହ କରିଥିଲେ । ଲୋକଙ୍କ  ପ୍ରିୟ ରାଷ୍ଟ୍ରପତି ଭାବେ ତାଙ୍କର ଏଭ ଭିନ୍ନ ପରିଚୟ ରହିଥିଲା  ।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର “ଭାରତ ରତ୍ନ”ରେ ସମ୍ମାନିତ କରା ଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି ।

ଶିଲଂ ସ୍ଥିତ ଆଇଆଇଏମରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ଡ. ଅବଦୁଲ୍‌ କଲାମ୍‌ । କଲାମ୍‌ଙ୍କ ବିଚାରରେ  – ‘ସ୍ୱପ୍ନ ତାହା ନୁହେଁ, ଯାହା ଶୋଇବା ସମୟରେ ଆସେ। ସ୍ୱପ୍ନ ତାହା, ଯାହା ଆମକୁ ଶୋଇବାକୁ ଦିଏନାହିଁ।’  ଆଜି ଏହି ସ୍ବପ୍ନର ସୌଦାଗରଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତି ଆମର ଶ୍ରଦ୍ଧା ସୁମନ ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.