Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ଅର୍ଥନୀତିକୁ ସୁଧାରିବାକୁ ଚାହଁ ଯଦି, ଧନୀଙ୍କ ହାତରେ ନୁହଁ, ଗରିବଙ୍କ ହାତରେ ଅଧିକ ପଇସା ଦିଅ- ଅଭିଜିତ ବାନାର୍ଜୀ
ବିଶେଷ ଖବର

ଭାରତର ଅର୍ଥନୀତିକୁ ସୁଧାରିବାକୁ ଚାହଁ ଯଦି, ଧନୀଙ୍କ ହାତରେ ନୁହଁ, ଗରିବଙ୍କ ହାତରେ ଅଧିକ ପଇସା ଦିଅ- ଅଭିଜିତ ବାନାର୍ଜୀ

October 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଗତକାଲି ଯେତେବେଳେ ରୟାଲ ସୁଇସ ଏକାଡେମୀ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ, ତାହା ଅନେକାଂଶରେ ଭାରତ ପାଇଁ ଏକ ପ୍ରକାର ଚକିତ କରିଦେଲା ଭଳି ଖବର ଥିଲା। ଯଦିଓ ଅଭିଜିତ ବାନାର୍ଜୀ, ଜଗଦୀଶ ଭଗବତୀ, ପ୍ରଶାନ୍ତ ପଟ୍ଟନାୟକଙ୍କ ଭଳି ଅର୍ଥନୀତିଜ୍ଞଙ୍କ ନାମ ବେଳେ ବେଳେ ନୋବେଲ ପୁରସ୍କାର ଚର୍ଚ୍ଚାରେ ଥାଏ, ଏବର୍ଷ ସତରେ ଜଣେ ଭାରତୀୟ ନୋବେଲ ପୁରସ୍କାର ପାଇବେ ଏକଥା, କେହି ଚିନ୍ତା କରିନଥିଲେ। ଏହା ଏକ ପ୍ରକାର ସୁଖଦ ଆଶ୍ଚର୍ଯ୍ୟ ଥିଲା। ତେବେ ଭାରତର ଶାସକ ଦଳ ଓ ଏହାର ଭକ୍ତଙ୍କ ଲାଗି ଏ ଖବର ଏକ ପ୍ରକାର ଭୟଙ୍କର ହୃଦଘାତ ବୋଲି କୁହାଯାଇପାରେ। ଏ ବର୍ଷର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ମଜୁମଦାର ମୋଦୀ ଅର୍ଥନୀତିର ଜଣେ ଜଣାଶୁଣା ସମାଲୋଚକ ଓ ବିମୂଦ୍ରାକରଣ, ଗୁଜରାଟ ମଡେଲ, ଜିଏସଟି ଭଳି ବିଫଳ ଅର୍ଥନୈତିକ ପଦକ୍ଷେପ ଗୁଡିକର ସେ କଟୁ ସମାଲୋଚକ।ସେଥିପାଇଁ ବୋଧହୁଏ  ନୋବେଲ ପୁରସ୍କାର ଘୋଷଣା ହେବାର ଚାରି ଘଣ୍ଟା ପରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଜିତ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଚଳିତ ବର୍ଷର ନୋବଲେ ପୁରସ୍କାର ମାସାଚ୍ୟୁସେଟସ ଇନଷ୍ଟିଚ୍ୟଟ୍‌ ଅଫ ଟେକ୍ନୋଲଜିର ପ୍ରଫେସର ଅଭିଜିତ ବିନାୟକ ବାନାର୍ଜୀ, ତାଙ୍କ ସହଯୋଗୀ ତଥା ସହଧର୍ମିଣୀ ଇଷ୍ଟର ଦଫ୍ଲୋ ଏବଂ ହାର୍ଭାର୍ଡ ବିଶ୍ଵ ବିଦ୍ୟାଳୟର ପ୍ରଫେସର ମାଇକେଲ କ୍ରେମରଙ୍କୁ “ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ କରିଥିବା ବିଶେଷ ପରୀକ୍ଷା ମୂଳକ ଉଦ୍ୟମ” ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଫେସର ବାନାର୍ଜୀ ଓ ପ୍ରଫେସର ଦଫ୍ଲୋ ଗରୀବଙ୍କ ଅର୍ଥନୀତି ପାଇଁ ବେଶ ପ୍ରସିଦ୍ଧ। ଜେ-ପାଲ ଗବେଷଣା ଲାବୋରେଟୋରୀ ମାଧ୍ୟମରେ ବିଶ୍ଵର ବହୁ ଗରୀବ ଲୋକଙ୍କ ଜୀବନଧାରଣର ମାନ ବଦଳାଇବାକୁ ଏ ପ୍ରଫେସର ଦମ୍ପତି ସଫଳ ଗବେଷଣା କରି ଆସୁଛନ୍ତି। ବମ୍ବେରେ ୨୧, ଫେବୃଆରି, ୧୯୬୧ରେ ଜନ୍ମ ହୋଇଥିବା ଅଭିଜିତ, କଲିକତା ପ୍ରେସିଡେନ୍ସି କଲେଜର ପ୍ରଖ୍ୟାତ ଅର୍ଥନୀତି ଅଧ୍ୟାପକ ଦୀପକ ବାନାର୍ଜୀ ଓ ନିର୍ମଲା ବାନାର୍ଜୀଙ୍କ ପୁଅ। କଲିକତା ପ୍ରେସିଡେନ୍ସି କଲେଜରୁ ସ୍ନାତକ, ଜବାହାରଲାଲ ୟୁନିଭର୍ସିଟି, ଦିଲ୍ଲୀରୁ ସ୍ନାତକୋତ୍ତର ଓ ହାର୍ଭାର୍ଡ ରୁ ପିଏଚଡି କଲାପରେ ସେ ବୋଷ୍ଟନର ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ଏମଆଇଟି ର ଅଧ୍ୟାପକ ଭାବରେ ସେ କାମ କରୁଛନ୍ତି।

ନୋବେଲ ପୁରସ୍କାର ଫାଇଲ ପରେ ଏମଆଇଟି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ଅର୍ଥନୀତି ସମ୍ପର୍କରେ ସେ ଯାହା କହିଛନ୍ତି, ତାହା ଭାରତ ସରକାରଙ୍କ ଲାଗି ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତବାସୀଙ୍କ ଲାଗି ମଧ୍ୟ ସେତିକି ଚିନ୍ତାର ବିଷୟ। ଭାରତର ଅର୍ଥନୀତି ଏକ ସଙ୍କଟଜନକ ସମୟ ଦେଇ ଗତି କରୁଛି ଓ ଏଥିରୁ ମୁକୁଳିବାକୁ ହେଲେ ଗରିବଙ୍କ ହାତକୁ ଅଧିକ ପଇସା ଦେବାକୁ ପଡିବ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି। ବର୍ତ୍ତମାନ ସମୟରେ ଚାଲୁଖାତାରେ ଯେଉଁ ଅଭାବ (କରେଣ୍ଟ ଏକାଉଣ୍ଟ ଡେଫିସିଟ) ରହିଛି, ସେଥିରେ ହୁଏତ ଲୋକଙ୍କୁ କେତେ ପରିମାଣରେ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିହେବ, ସେକଥା କହି ହେବନାହିଁ। କିନ୍ତୁ କର୍ପୋରେଟ ଟିକସ ଛାଡ ବା ଅଧିକରୁ ଅଧିକ କର୍ପୋରେଟ ଋଣ ଦେଇ ଅର୍ଥନୀତି ସୁଧାରି ହେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ସମୟରେ ପ୍ରଫେସର ଅଭିଜିତ ବାନାର୍ଜୀ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବା ଦୁଇଟି କାରଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ- ଭାରତ ସରକାର ଅର୍ଥନୀତିରେ ଦେଖା ଦେଇଥିବା ସଙ୍କଟ ଉପରୁ ଲୋକଙ୍କ ନଜର ହଟାଇବାକୁ ଉଗ୍ର ରାଷ୍ଟ୍ରବାଦର ପ୍ରଚାର ଚଳାଇଥିବା ବେଳେ, ଏହି ଘୋଷଣା ଅର୍ଥନୀତିର ସଙ୍କଟ ପ୍ରତି ଲୋକଙ୍କୁ କିଛିଟା ଗମ୍ଭୀର କରିବାକୁ ବାଧ୍ୟ ହେବ। ଦ୍ବିତୀୟରେ କର୍ପୋରେଟ ତୁଷ୍ଟିକରଣ ଅର୍ଥନୀତି ଯେ ଦେଶର ବିକାଶରେ ବିଶେଷ ସହାୟକ ହେଉନାହିଁ, ଏ ବାର୍ତ୍ତା ପ୍ରତି ମଧ୍ୟ ଲୋକଙ୍କ ନଜର ଯିବ।

୧୯୯୮ରେ ପ୍ରଫେସର ଅମର୍ତ୍ତ୍ୟ ସେନଙ୍କ ପରେ ଅର୍ଥନୀତି ପାଇଁ ଦ୍ଵିତୀୟ ଭାରତ ଜନ୍ମିତ ପ୍ରଫେସର ଭାବରେ ଅଭିଜିତ ବାନାର୍ଜୀ ଏ ସମ୍ମାନଜନକ ପୁରସ୍କାର ପାଇବା, ଆମ ପାଇଁ ଗୌରବର ବିଷୟ।

Share. Facebook Twitter LinkedIn Email WhatsApp Copy Link

Related Posts

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026
Latest News

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.