Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭୧ ବର୍ଷରେ ଡ୍ରିମ୍‌ଗାର୍ଲ : ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ହେମା
ବିଶେଷ ଖବର

୭୧ ବର୍ଷରେ ଡ୍ରିମ୍‌ଗାର୍ଲ : ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ହେମା

October 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବଲିଉଡର ଡ୍ରିମ୍‌ଗାର୍ଲ ତଥା ଅଭିନେତ୍ରୀ ହେମାମାଳିନୀ ଆଜି ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି । ହେମାମାଳିନୀ କେବଳ ଭାରତୀୟ ସିନେମାରେ ନୁହେଁ, ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ସ୍ଥାନ ରଖିଛନ୍ତି । ନିଜର ସୌନ୍ଦର୍ଯ୍ୟ ତଥା ଅଭିନୟର ନିଖୁଣତା ପାଇଁ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏହି ଅଭିନେତ୍ରୀଜଣକ ।

ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍‌ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ ୧୯୬୫ରେ ପାଣ୍ଡବା ବନବାସମ୍‌ରେ ତାଙ୍କୁ ଏକ ଛୋଟ ନର୍ତ୍ତକୀର ରୋଲ୍‌ ମିଳିଥିଲା। ଏହାପରେ ୧୯୬୮ରେ ସେ ରାଜକପୁରଙ୍କ ସହିତ ସପନୋ କା ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ରାଜକପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ।  ୧୯୭୦ ମସିହାରେ ‘ଜନି ମେରା ନାମ୍‌’ରେ ଅଭିନୟ କରିଥିଲେ । ଯାହା ସୁପରହିଟ୍‌ ହୋଇଥିଲେ ।  ଏହା ପରେ ପରେ ଧୀରେ ଧୀରେ ହେମା ଷ୍ଟାର୍‌ ବନିଗଲେ ।  ‘୧୯୭୨’ରେ ଆସିଥିବା ଫିଲ୍ମ  ‘ସୀତା ଓ ଗୀତା’ରେ ହେମାଙ୍କ ଦ୍ବୈତ ରୋଲ୍‌ ବେଶ୍‌ ଉଚ୍ଚକୋଟୀର ଥିଲା । ଏହି ଫିଲ୍ମ ପରେ ରାତାରାତି ଷ୍ଟାର୍‌ ହୋଇଥିଲେ ହେମା । ଏହି ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମଧ୍ୟ ଜିଣିଥିଲେ ହେମା । ପରେ ପରେ ହେମା ‘ଶୋଲେ’, ’ଡ୍ରିମ୍‌ଗାର୍ଲ’, ‘ସତ୍ତେ ପ ସତ୍ତା, ‘କିନାରା‘, ରେଜିଆ ସୁଲତାନ୍‌, ଦିଲ୍‌ଗୀ, ଆଜାଦ୍‌, କ୍ରାନ୍ତି, ଜମାଇ ରାଜା, ବାଗବାନ୍‌, ବୀରଜରା, ବାବୁଲ୍‌, ଲଗା ଚୁନ୍‌ରୀ ମେ ଦାଗ୍‌ ପରି ସୁପରହିଟ୍‌ ଫିଲ୍ମରେ ଅଭିନୟ କଲେ ହେମା ।  ପାଖାପା୍ଖି ୧୦୦ଟି ଫିଲ୍ମରେ ଅଭିନୟ କରିଛନ୍ତି ହେମାମାଳିନୀ । କେବଳ ଅଭିନୟ ନୁହେଁ ନୃତ୍ୟରେ ମଧ୍ୟ ବେଶ୍‌ ରୁଚି ରଖିଛନ୍ତି ହେମାମାଳିନୀ । ଭାରତନାଟ୍ୟମ୍‌ ଡ୍ୟାନ୍ସର ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି ହେମା । ତାଙ୍କର ଏକ ନୃତ୍ୟନୁଷ୍ଠାନ ମଧ୍ୟ ରହିଛି । କେବଳ ଫିଲ୍ମ ନୁହେଁ ଛୋଟ ପରଦାରେ ମଧ୍ୟ ହେମା କାର୍ଯ୍ୟ କରିଛନ୍ତି । ‘ଜୟ ମାତା କୀ’ ନାମରେ ଏକ ଧାରାବାହିକରେ ନଜର ଆସିଥିଲେ । ଏତଦ୍‌ବ୍ୟତୀତ ହେମା ‘ନ୍ୟୁ ଓ୍ବମାନ୍‌’ ରେ ସମ୍ପାଦିକା ଅଟନ୍ତି । ଜାତୀୟ ଫିଲ୍ମ ଉନ୍ନୟନ ନିଗମର ପ୍ରଥମ ମହିଳା ମୁଖ୍ୟ ଭାବେ ହେମା କାର୍ଯ୍ୟ କରିଛନ୍ତି ।

ଫିଲ୍ମ ଅଭିନୟ ସହିତ ପ୍ରେମ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ ବଲିଉଡ୍‌ ଡ୍ରିମ୍‌ଗାର୍ଲ। ବଲିଉଡ୍‌ର ହିମ୍ୟାନ୍‌ଙ୍କୁ ବିବାହ କରିବା ପାଇଁ ହେମା ଧର୍ମ ପରିବର୍ତ୍ତନ କରିଥିଲେ । ଧମେନ୍ଦ୍ର ପଞ୍ଜାବୀ ଥିଲେ। ତେବେ ଦୁହେଁ ବିବାହ ଳାଗି ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ହେମା ନିଜ ନାମ ଆୟେଶା ବିବି ରଖିଥିଲେ। ସେହିପରି ଧର୍ମେନ୍ଦ୍ର ନିଜ ନାମ ଦିଲାବର ଖାଁ ରଖିଥିଲେ। ହେମାଙ୍କୁ ବିବାହ କରିବା ସମୟରେ ଧର୍ମେନ୍ଦ୍ରଙ୍କର ୪ ସନ୍ତାନ ଥିଲେ। ଈଶା ଓ ଆହାନ ହେମା ଓ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ରହିଛନ୍ତି । ୭୧ ବର୍ଷରେ ହେମା ଆଜି ବି ବଲିଉଡ୍‌ର ଡ୍ରିମ୍‌ଗାର୍ଲ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.