Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶରେ ଅଛନ୍ତି ମୋଟ ୫୩ କୋଟି ୫୭ ଲକ୍ଷ ୮୦ ହଜାରର ଗୃହପାଳିତ ପଶୁ, କୁକୁଡା ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବିଶେଷ ଖବର

ଦେଶରେ ଅଛନ୍ତି ମୋଟ ୫୩ କୋଟି ୫୭ ଲକ୍ଷ ୮୦ ହଜାରର ଗୃହପାଳିତ ପଶୁ, କୁକୁଡା ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

October 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆଜି ବିଂଶତମ ପଶୁ ସମ୍ପଦ ଗଣନା ଫଳାଫଳ ପ୍ରକାଶ ପାଇଛି। ଏହି ଗଣନାରେ କେତେକ ପଶୁ ସମ୍ପଦ ହାରାହାରୀ ସଂଖ୍ୟା ସହିତ ପୂର୍ବ ଗଣନା ସହିତ ତୁଳନାତ୍ମକ ତଥ୍ୟ ପ୍ରକାଶ ପାଇଛି । ବିଂଶତମ ପଶୁ ସମ୍ପଦ ପଶୁ ଗଣନାରୁ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ହେଲା..

1-ଦେଶରେ ମୋଟ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ୫୩ କୋଟି ୫୭ ଲକ୍ଷ ୮୦ ହଜାରରେ ପହଁଚିଛି ଏହା ୨୦୧୨ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ତୁଳନାରେ ୪.୬% ଅଧିକ ।

2-ମୋଟ ଗୋମହିଁଷାଦି (ଗୋରୁ, ମଇଁଷି, ଗୟଳ, ଚମରିଗାଈ ) ସଂଖ୍ୟା ୨୦୧୯ରେ ୩୦ କୋଟି ୨୭ ଲକ୍ଷ ୯ ହଜାରରେ ପହଁଚିଛି ଯାହା ପୂର୍ବ ଗଣନା ତୁଳନାରେ ୧% ଅଧିକ ।

3-୨୦୧୯ରେ ଦେଶରେ ମୋଟ ଗୋରୁଙ୍କ ସଂଖ୍ୟା  ୧୯ କୋଟି ୨୪ ଲକ୍ଷ ୯୦ ହଜାରରେ ପହଁଚିଛି । ଏଥିରେ ପୂର୍ବ ଗଣନା ତୁଳନାରେ ୦.୮% ବୃଦ୍ଧି ଦେଖିବାକୁ ମିଳିଛି ।

4-ଦେଶରେ ମୋଟ ଗାଈ ସଂଖ୍ୟା ପୂର୍ବ ଗଣନା ତୁଳନାରେ ୧୮.୦% ବୃଦ୍ଧି ପାଇ ୧୪ କୋଟି ୫୧ ଲକ୍ଷ ୨୦ ହଜାରରେ ପହଁଚିଛି

5-ବିଦେଶୀ/କ୍ରସବ୍ରିଡ ଏବଂ ସ୍ୱଦେଶୀ/ଅଣବିବରଣୀ ଗୋରୁଙ୍କ ସଂଖ୍ୟା ଦେଶରେ ଯଥାକ୍ରମେ ୫ କୋଟି ୪୨ ହଜାର ଓ ୧୪ କୋଟି ୨୧ ଲକ୍ଷ ୧ହଜାରରେ ପହଁଚିଛି ।

6-ସ୍ୱଦେଶୀ/ଅଣବିବରଣୀ ଗାଈଙ୍କ ସଂଖ୍ୟା ୨୦୧୯ରେ ପୂର୍ବ ଗଣନା ତୁଳନାରେ୧୦% ବୃଦ୍ଧି ପାଇଛି

7-ମୋଟ ବିଦେଶୀ/କ୍ରସବ୍ରିଡ ଗୋରୁଙ୍କ ସଂଖ୍ୟା ପୂର୍ବ ଗଣନା ତୁଳନାରେ ୨୦୧୯ରେ ୨୬.୯% ବଢ଼ିଛି

8-ପୂର୍ବ ଗଣନା ତୁଳନାରେ ମୋଟ ସ୍ୱଦେଶୀ/ଅଣବିବରଣୀ ଗୋରୁ ସଂଖ୍ୟାରେ ୬% ହ୍ରାସ ପାଇଛି । ତେବେ ୨୦୧୨ରୁ ୨୦୧୯ମଧ୍ୟରେ ସ୍ୱଦେଶୀ/ଅଣବିବରଣୀ ଗୋରୁ ସଂଖ୍ୟାରେ ହ୍ରାସ ପରିମାଣ ୨୦୦୭ରୁ ୨୦୧୨ ସଂଖ୍ୟା ତୁଳନାରେ କମ ରହିଛି। ଯାହାକି ପୂର୍ବ ଗଣନା ସମୟରେ ପ୍ରାୟ ୯% ଥିଲା।

9-ଦେଶରେ ମୋଟ ମଈଁଷି ସଂଖ୍ୟା ୧୦ କୋଟି ୯୮ ଲକ୍ଷ ୫ ହଜାରକୁ ବୃଦ୍ଧି ପାଇଛି ଯାହାକି ପୂର୍ବ ଗଣନା ତୁଳନାରେ ୧.୦% ଅଧିକ ।

10-ଉଭୟ ଦୁଗ୍ଧଧାରୀ ଓ ଅଣଦୁଗ୍ଧଧାରୀ ଗୋରୁ ଓ ମଈଁଷି ସଂଖ୍ୟା ପୂର୍ବ ଗଣନା ତୁଳନାରେ ୬.୦% ବୃଦ୍ଧି ପାଇ ୧୨ କୋଟି ୫୩ ଲକ୍ଷ ୪୦ ହଜାରରେ ପହଁଚିଛି ।

11-ସେହିପରି ଦେଶରେ ମେଣ୍ଢାଙ୍କ ସଂଖ୍ୟା ଗତ ଗଣନା ତୁଳନାରେ ୧୪.୧% ବୃଦ୍ଧି ପାଇ ୭ କୋଟି ୪୨ ଲକ୍ଷ ୬ ହଜାରରେ ପହଁଚିଛି

12-୨୦୧୯ରେ ମୋଟ ଛେଳି ସଂଖ୍ୟା ପୂର୍ବ ଗଣନା ତୁଳନାରେ ୧୦.୧% ବୃଦ୍ଧି ପାଇ ୧୪ କୋଟି ୮୮ ଲକ୍ଷ ୮ ହଜାରରେ ପହଁଚିଛି ।

13-ଦେଶରେ ମୋଟ ଘୁଷୁରି ସଂଖ୍ୟା ୯ କୋଟି ୬ ହଜାରରେ ପହଁଚିଛି, ଯାହାକି ପୂର୍ବ ଗଣନା ତୁଳନାରେ ୧୨.୦୩ % ଅଧିକ ।

14-୨୦୧୯ରେ ମୋଟ କୁକ୍କୁଟ ସଂଖ୍ୟା ୮୫ କୋଟି ୧ ଲକ୍ଷ ୮୧ ହଜାରରେ ପହଁଚିଛି ଯାହାକି ପୂର୍ବ ଗଣନା ତୁଳନାରେ ମୋଟ କୁକ୍କୁଟ ସଂଖ୍ୟାରେ ୧୬.୮% ବୃଦ୍ଧି ପାଇଛି ।

୧୯୧୯-୨୦ ପରଠାରୁ ନିୟମିତଭାବେ ପଶୁସମ୍ପଦ ଗଣନାକରାଯାଉଛି ।ଏହି ଗଣନାର ଫଳାଫଳ କେବଳ ନୀତି ନିର୍ଦ୍ଧାରକଙ୍କ ପାଇଁ ନୁହେଁ ବରଂ କୃଷିବିତ, ବ୍ୟବସାୟୀ, ଉଦ୍ୟୋଗୀ, ଦୁଗ୍ଧ ଉତ୍ପାଦନ ଉଦ୍ୟୋଗ ତଥା ବ୍ୟାପକ ଭାବେ ଜନ ସାଧାରଣଙ୍କୁ ଲାଭାନ୍ୱିତ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ର ବିଜେଡିରୁ ନିଲମ୍ବନ ପରେ ଦେଲେ କଡା ଜବାବ, କହିଲେ…

September 23, 2025

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

September 23, 2025

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….

September 23, 2025
Latest News

ଶୋଇବା ସମୟରେ ବାରମ୍ବାର ପରିସ୍ରା ଲାଗୁଛି କି?: ଏହି ଦୁଇଟି ଉପାୟରୁ ମିଳିପାରେ ଆଶ୍ଵସ୍ତି

September 24, 2025

ବିଶ୍ୱ ଫାର୍ମାସୀ ଦିବସ ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ-୨ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 24, 2025

ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

September 24, 2025

ବିଧାୟକ ପାଣ୍ଠି ବିନିଯୋଗ ଦିଗରେ ଅନ୍ ଲାଇନ୍ ପ୍ରଶିକ୍ଷଣ ଶିବିର

September 24, 2025

ଭାରତର ନବସୃଜନ ଯାତ୍ରା ଉପରେ ନୀତି ଆୟୋଗର ରିପୋର୍ଟ ଉନ୍ମୋଚିତ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.