ଲେଡି ଗାଗାଙ୍କ ଭାଇରାଲ୍‌ ଟୁଇଟ୍‌, ଯାହାକୁ ଦେଖି ଦ୍ବନ୍ଦ୍ବରେ ପଡିଛନ୍ତି ୟୁଜର୍ସ

Published: Oct 20, 2019, 5:52 pm IST

ସମୀକ୍ଷା ବ୍ୟୁରୋ

ଲେଡି ଗାଗାଙ୍କ ଏକ ଟୁଇଟ୍‌ ୟୁଜର୍ସଙ୍କୁ କନ୍‌ଫ୍ୟୁଜ କରିଛି। ହଲିଉଡ୍‌ ସେଲିବ୍ରିଟି ଲେଡି ଗାଗା ନିଜ ଟୁଇଟ୍‌ର ଆକାଉଣ୍ଟରେ ଏକ  ସଂସ୍କୃତ ଶ୍ଲୋକ୍‌  ଟୁଇଟ୍‌ କରିଛନ୍ତି। ହଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗାଙ୍କ ଏକ ଟୁଇଟ୍‌ ଏବେ ଇଣ୍ଟରନେଟ୍‌ରେ ହଲ୍‌ଚଲ ମଚାଇଛି। ଲେଡିଗାଗା ନିଜ ଟୁଇଟର୍‌ରେ ଏକ ସଂସ୍କୃତ ମନ୍ତ୍ର ଲେଖି ପୋଷ୍ଟ କରିଛନ୍ତି। ଯାହାକୁ ପଢି ଭାରତୀୟ ୟୁଜର୍ସ ତ ବହୁତ ଖୁସି ହୋଇଛନ୍ତି କିନ୍ତୁ ବାକି ଦୁନିଆ ଏହାକୁ ଦେଖି କନଫ୍ୟୁଜ୍‌ ହୋଇଛନ୍ତି। ଲେଡି ଗାଗା ନିଜ ଟୁଇଟର୍‌ ଆକାଉଣ୍ଟରେ ଲେଖିଛନ୍ତି ଯେ, ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ। ଏହି ଟୁଇଟ୍‌କୁ ପଢି ଲୋକେ ଏହାର ଅର୍ଥ ତଥା ଏହାର ବାର୍ତ୍ତା ସମ୍ପର୍କରେ ଜାଣିବା ପାଇଁ ଲାଗିପଡିଛନ୍ତି। ତେବେ ‘ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ’ ହେଉଛି ସଂସ୍କୃତର ଲୋକପ୍ରିୟ ମନ୍ତ୍ରର କିଛି ଶବ୍ଦ । ଯାହା ଦୁନିଆରେ ପ୍ରେମ ଓ ଖୁସିର ଭାବନାକୁ ବ୍ୟାପକ କରେ। ଏହାର ଅର୍ଥ ଦୁନିଆରେ ସମସ୍ତ ଜାଗା, ସମସ୍ତ ଲୋକ ଖୁସି ଓ ସ୍ବତନ୍ତ୍ର ରୁହନ୍ତି ଓ ମୋ ଜୀବନର ବିଚାର, ଶବ୍ଦ ଓ କାର୍ଯ୍ୟ ଏପରି ହେଉ, ଯେପରିକି ସେହି ଖୁସି ଓ ସ୍ବତନ୍ତ୍ରତା ପ୍ରତି କିଛି ଯୋଗଦାନ କରୁ।

ତେବେ ଲେଡି ଗାଗା ଲେଖିଥିବା ସେହି ସଂସ୍କୃତ ମନ୍ତ୍ରର ପୂରା ମନ୍ତ୍ରଟି ହେଉଛି –

ସ୍ବସ୍ତିପ୍ରଜାଭ୍ୟଃ ପରିପାଳୟନ୍ତାଃ ନ୍ୟାୟେନ ମାର୍ଗେଣ ମହିଁ ମହିଶଃ

ଗୋବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟଂ ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ

ଓମ୍‌ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ଲେଡି ଗାଗାଙ୍କ ଏହି ଟୁଇଟ୍‌ରେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଏହି ଟୁଇଟ୍‌କୁ ଲାଇକ କରିଥିବାବେଳେ ୧୧ ହଜାରରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌କୁ ଦେଖି ଅଧିକ ଲୋକ କନ୍‌ଫ୍ୟୁଜ୍‌ ହୋଇଥିବାବେଳେ ଅଧିକ ଲୋକ ସ୍ବାଗତ କରି ଖୁସି ବ୍ୟକ୍ତ କରିଛନ୍ତି।

Related posts