Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!
ବିଶେଷ ଖବର

ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!

October 21, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ବାଚନ ଲଢିବାକୁ ଲୋକଙ୍କ ଅଭାବ ବା ସମସ୍ୟା ନୁହେଁ, ପାକିସ୍ତାନ ହିଁ ଲଢେଇର ଅସଲ ପ୍ରସଙ୍ଗ!

କେଦାର ମିଶ୍ର

ଆଜି ଯେତେବେଳେ ଦେଶର ଦୁଇଟି ପ୍ରମୁଖ ରାଜ୍ୟ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଲୋକେ ଭୋଟ ଦେବାକୁ ଯିବେ, ସେତେବେଳେ ତାଙ୍କ ଆଗରେ ମୁଖ୍ୟ ପ୍ରସଙ୍ଗ ତାଙ୍କ ନିଜର ଅଭାବ ବା ସମସ୍ୟା ନୁହଁ, ବରଂ ପଡୋଶୀ ଶତ୍ରୁ ପାକିସ୍ତାନ ହିଁ ଥିବ ଏକମାତ୍ର ଖବରର ପ୍ରସଙ୍ଗ। ଏ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଆମକୁ ବୁଝାଇ ଦେଇଛନ୍ତି, କାଶ୍ମୀରରେ ୭୦ ଲକ୍ଷ ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା ଏକ ଜାତୀୟ ସଫଳତା। ସେହିପରି ଆହୁରି ମଧ୍ୟ ଆମକୁ ବୁଝାଇ ଦିଆ ଯାଇଛି ଯେ, ଆମେ ପ୍ରତିଦିନ ପାକିସ୍ତାନ ସହିତ ଯୁଦ୍ଧ ଲଢୁଛୁ। ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନର ଠିକ ୨୪ ଘଣ୍ଟା ଆଗରୁ ଆମର ସେନାବାହିନୀ ପାକ ଅଧିକୃତ କାଶ୍ମୀରରେ ଆଉ କିଛି ସନ୍ତ୍ରାସବାଦୀ ଶିବିରକୁ ଉଡାଇ ଦେଇଛନ୍ତି। ଏହା ବୀରତ୍ବର କାମ ନିଶ୍ଚୟ। ତେବେ ପୃଥିବୀରେ ଥିବା ସବୁ ସନ୍ତ୍ରାସବାଦୀଙ୍କ ଭିତରୁ ପାକ ଅଧିକୃତ କାଶ୍ମୀରରେ ଥିବା ସନ୍ତ୍ରାସବାଦୀମାନେ ବୋଧେ ଟିକେ ବୋକା! ଏମାନେ ଭାରତର ସେନାବାହିନୀ ନିରନ୍ତର ସର୍ଜିକାଲ ଷ୍ଟ୍ରାଇକ କରୁଥିବା ଇଲାକାରେ ହିଁ ନିଜର ଶିବିର ପକାଉଛନ୍ତି କେମିତି!

ତେବେ ସେନାବାହିନୀ ସୀମାନ୍ତରେ ନିଜର ଅପରେସନ କରିବା ପାଇଁ ପୂର୍ଣ୍ଣ କ୍ଷମତାପ୍ରାପ୍ତ ଓ ସେନାର ବୀରତ୍ଵକୁ ନେଇ ଆମେ ଗର୍ବିତ। ଖାଲି ଆମର ପ୍ରଶ୍ନ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନର ସଠିକ ଆଗରୁ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ, ଲୋକସଭା ନିର୍ବାଚନ ଆଗରୁ ବାଲାକୋଟ ଷ୍ଟ୍ରାଇକ ଓ ମହାରାଷ୍ଟ୍ର/ହରିୟାନା ନିର୍ବାଚନ ଆଗରୁ ଏହି ପାକ ଅଧିକୃତ କାଶ୍ମୀରରେ ଷ୍ଟ୍ରାଇକ କଣ ସଂଯୋଗ ବଶତଃ ଘଟୁଛି। ତାଳ ଉପରେ କୁଆ ବସିଲା ବେଳେ ତାଳ ପଡୁଛି ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି?

ଏ ସବୁ ପ୍ରଶ୍ନ ପଚାରିଲେ ଦେଶଦ୍ରୋହୀ ବୋଲାଇବାର ସମ୍ଭାବନା ରହିଛି, ତେଣୁ ଆମେ ସେ ଦିଗକୁ ଯିବା ନାହିଁ। ଆମର ଅତି ନିରୀହ ପ୍ରଶ୍ନ କିଛି ରହିଛି। ପାକିସ୍ତାନ ସହିତ ବର୍ଷ ବର୍ଷ ଧରି ଛାୟା ଯୁଦ୍ଧ କରିବା ଅପେକ୍ଷା ଚୂଡାନ୍ତ ଯୁଦ୍ଧ ଲଢିବା ଶ୍ରେୟସ୍କର ନୁହେଁ କି? ପ୍ରତି ନିର୍ବାଚନ ପୂର୍ବରୁ ସେନାବାହିନୀର ଶୌର୍ୟକୁ ଏକ ନିର୍ଦ୍ଦିଷ୍ଟ ଦଳର ପୋଷ୍ଟର କରିବା ଏକ ଭୟଙ୍କର ସଙ୍କେତ ବୋଲି ଆମେ ବୁଝି ପାରୁନୁ କେମିତି?

ତେବେ ଗତକାଲି ଘଟିଥିବା ପାକ ଅଧିକୃତ କାଶ୍ମୀରରେ ଘଟିଥିବା ସେନାର ବୀରତ୍ଵପୂର୍ଣ୍ଣ ପ୍ରଦର୍ଶନକୁ ନେଇ ଏଥର ଟୁଇଟର ଯୋଦ୍ଧାମାନେ ଟିକେ ଶିଥିଳ ପଡି ଯାଇଛନ୍ତି। ହୁଏତ ଶାସକ ଦଳର ଟ୍ରୋଲ ମାନେ ଆସନ୍ତା କାଲି ଏ ବିଷୟରେ ଟିକେ ଅଧିକ ମୁଖର ହୋଇ ପାରନ୍ତି। ଗତକାଲି ଆମର ଦୁଇଜଣ ଜବାନ ଶହୀଦ ହୋଇଛନ୍ତି ଓ ଜେନ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ସୀମାନ୍ତ ସେପାଖୁ ଗୁଳି ବର୍ଷାରେ ୟା ଭିତରେ ଆମର ବହୁ ଜବାନ ଓ ସାଧାରଣ ଲୋକ ମଲେଣି। ପଞ୍ଜାବରେ ଆସି ଏକାଧିକ ବାର ପାକିସ୍ତାନର ଡ୍ରୋନ ଅସ୍ତ୍ର ଶସ୍ତ୍ର ପକାଇ ଚାଲିଗଲାଣି। ତେବେ ସେ ବିଷୟରେ କିଛି ପଚାରିଲେ, ବହୁତ ଅସୁବିଧା।

ଏପଟେ କୁହା ଯାଉଛି ମହାରାଷ୍ଟ୍ର ଓ ହରିୟାନାରେ ବିଜେପିର ବିଜୟ ନିର୍ଦ୍ଧାରିତ ହୋଇ ରହିଛି। ତା ସତ୍ତ୍ୱେ ମଧ୍ୟ ଏହି ଦୁଇ ରାଜ୍ୟର ନିର୍ବାଚନରେ ପାକିସ୍ତାନ ହିଁ ପାକିସ୍ତାନ କାହିଁକି? ପିଆଜ ଦାରାକୁ ଦେଖି ଲୁହ ଗଡାଉଥିବା ଲୋକଙ୍କୁ ପାକିସ୍ତାନ ବିରୋଧରେ ଭାଷଣ ଦେବାର ମାନେ କଣ? ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ଲଢେଇ ନେବାର ନିଷ୍ପତ୍ତିକୁ କେହି ବିରୋଧ କରିବେ ନାହିଁ। ହେଲେ ପାକିସ୍ତାନ ବିରୋଧରେ ଲଢେଇ କୁ ଚିରନ୍ତନ ଭାବରେ ଯଦି ଘରୋଇ ନିର୍ବାଚନ ରାଜନୀତିରେ ବ୍ୟବହାର କରାଯାଏ, ଏହାର ପରିଣତି ଭବିଷ୍ୟତରେ ସାଂଘାତିକ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Latest News

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026

ନିଜ ଜିଭ କାଟିଦେଲେ ଯୁବକ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.