Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଷେଧ ହେଲା ଚାଇନା ବାଣ, ଯଦି କିଏ ଏହି ବାଣ ବିକିବ ବା କିଣବ ତାହାର ଯାହା ହେବ ତାହା କହିବା ଅନୁଚିତ
ବିଶେଷ ଖବର

ନିଷେଧ ହେଲା ଚାଇନା ବାଣ, ଯଦି କିଏ ଏହି ବାଣ ବିକିବ ବା କିଣବ ତାହାର ଯାହା ହେବ ତାହା କହିବା ଅନୁଚିତ

October 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Carrying, selling or purchasing with Chinese firecrackers punishable: Govt

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ-କେନ୍ଦ୍ର ସରକାରଙ୍କ ଶୁଲ୍କ ବିଭାଗ ଚାଇନା ବାଣ କିଣିବା, ବିକିବା ଓ ଆମଦାନୀ କରିବା ଉପରେ ରୋକ ଲଗାଇଛନ୍ତି। ଶୁଳ୍କ ବିଭାଗର ପ୍ରମୁଖ କମିଶନର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି କଟକଣା ସଂପର୍କରେ ଅବଗତ କରାଇଛନ୍ତି। ବିଜ୍ଞପ୍ତି ଅନୁସାରେ ଭାରତରେ କେହି ବି ବ୍ୟବସାୟୀ ଚାଇନା ବାଣ ଆମଦାନୀ କରିପାରିବ ନାହିଁ। ଏପରିକି ଚାଇନା ବାଣ ବିକ୍ରି କରିବା ଏବଂ କିଣିବା ମଧ୍ୟ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି। ସେଥିପାଇଁ କଷ୍ଟମ ଆକ୍ଟ 1962 ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଦୀପାବଳୀ ଆସିଲେ ବାଣ ବ୍ୟବସାୟୀମାନେ ଚାଇନାରୁ କୋଟକୋଟି ଟଙ୍କାର ବାଣ ଆମଦାନୀ କରିଥାନ୍ତି। ସେହି ବାଣଗୁଡିକ ବେଶ୍ ଶସ୍ତା ହୋଇଥିବାରୁ ବ୍ୟବସାୟୀମାନେ ବାଣ ପାଇଁ ଚାଇନା ବଜାର ଉପରେ ନିର୍ଭର କରନ୍ତି। ପୂର୍ବରୁ ଏ ନେଇ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ। ହେଲେ ବ୍ୟବସାୟୀମାନେ ବିଭିନ୍ନ ଅସାଧୁ ଉପାୟରେ ଚାଇନା ବାଣ ଭାରତ ବଜାରକୁ ଆଣିଥାନ୍ତି। ବର୍ତ୍ତମାନ ତାହାକୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯିବ ବୋଲି କମିଶନର କହିଛନ୍ତି। ବ୍ୟବସାୟୀମାନେ ଯେଉଁ ରାସ୍ତାରେ ଏହି ବାଣ ଆଣନ୍ତି ତାହା ବିଭାଗକୁ ଜଣାଅଛି। ସେ ରାସ୍ତାକୁ ବହୁ ଆଗରୁ ବନ୍ଦ କରିଦିଆଯାଇଛି ବୋଲି କମିଶନର କହିଛନ୍ତି।

ମୁଖ୍ୟତଃ ଚାଇନା ବାଣରେ ବହୁ ବିଷାକ୍ତ ଏବଂ ନିଷେଧ ହୋଇଥିବା ଜିନିଷ ବ୍ୟବହାର କରାଯାଇଥାଏ। ଏଥିରେ ବହୁ କ୍ଷତିକାରକ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଇଥାଏ। ସେଗୁଡକ ହେଲା ରେଡ ଲିଡ୍, କପର ଅକ୍ସାଇଡ, ଲିଥିୟମ ପରି ଉଚ୍ଚ କ୍ଷତିକାରକ ପଦାର୍ଥ ରହିଛି। ଏହି ପଦାର୍ଥଗୁଡିକ ଉଭୟ ପରିବେଷ ଏବଂ ସ୍ବାସ୍ଥ୍ୟ ପାଇଁ ବଡ କ୍ଷତିକାରକ। ଏସବୁ ଏକ୍ସପ୍ଲୋସିଭ ରୁଲସ 2008 କୁ ବିରୋଧ କରୁଥିବାରୁ ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କମିଶନର କହିଛନ୍ତି।

ସେତିକି ନୁହେଁ ଚାଇନା ବାଣ ଭାରତ ଅର୍ଥନିତିରେ ମଧ୍ୟ ପ୍ରଭାବ ପକାଉଛି। ଶସ୍ତାରେ କ୍ଷତିକାରକ ବାଣ ଭାରତୀୟ ବଜାରରେ ବିକ୍ରି ହେବା ଦ୍ବାରା ଘରୋଇ ବାଣ କାରୀଗରମାନେ ବଡ କ୍ଷତିର ସମ୍ମୁକ୍ଷିନ ହେଉଛନ୍ତି। ସେଥିପାଇଁ ଗ୍ରାହକମାନେ ବାଣ କିଣିବା ବେଳେ ଭାରତୀୟ ଲେବୁଲ ଦେଖି କିଣିବାକୁ କମିଶନରଙ୍କ ତରଫରୁ ଅନୁରୋଧ କରାଯାଇଛି। ଯଦି ସେପରି ବାଣ କିଏ ସେ ବିକ୍ରି କରିବାର ନଜର ଆସେ ତେବେ ସେ ସଂପୃକ୍ତ ଅଞ୍ଚଳର ଶୁଳ୍କ ବିଭାଗ କିମ୍ବା ପୋଲିସକୁ ଜଣାଇବା ପାଇଁ କୁହାଯାଇଛି। ପ୍ରତି ବର୍ଷ ପ୍ରାୟ ଶହେ କୋଟି ଟଙ୍କାର ଚାଇନା ବାଣ ଭାରତ ବଜାରରେ ବିକ୍ରି ହୋଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.