Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର ଏବଂ ମିଶ୍ରଣ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରି
ବିଶେଷ ଖବର

ବିଏସଏନଏଲ ଓ ଏମଟିଏନଏଲର ପୁନରୁଦ୍ଧାର ଏବଂ ମିଶ୍ରଣ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରି

October 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
NEW DLEHI, OCT 23 (UNI):-Union Minister for Law and Justice Ravi Shankar Prasad along with Minister of Environment, Forest and Climate Change Prakash Javadekar and Minister of Civil Aviation Hardeep Singh Puri briefing newsmen about the cabinet decisions, in New Delhi on Wednesday.UNI PHOTO-JA8U

ସମୀକ୍ଷା ବ୍ୟୁରୋ

• ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ
• ୨୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ପୁଞ୍ଜି ବିନିଯୋଗ ପ୍ରସ୍ତାବ
• ୧୫ ହଜାର କୋଟି ଟଙ୍କାର ଦୀର୍ଘସ୍ଥାୟୀ ସୋଭରେନ ବଣ୍ଡ ଗ୍ୟାରେଂଟି
• କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା

ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ନୀତିଗତ ମଞ୍ଜୁରି ମିଳିଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଂଟନ କରାଯିବ। ଏତଦବ୍ୟତୀତ ସୋଭରେନ ଗ୍ୟାରେଂଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।

କ୍ୟାବିନେଟ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଯାଇଛି :-

ବିଏସଏନଏଲ ଏବଂ ଏମଟିଏନଏଲକୁ ୪-ଜି ସେବାର ପ୍ରଶାସନିକ ଆବଂଟନ କରାଯିବ। ଫଳରେ ଏହି ଦୁଇଟି ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ରୁତ ବ୍ରଡବ୍ୟାଣ୍ଡ ଓ ଅନ୍ୟ ଡାଟା ସେବା ଯୋଗାଇ ଦେଇପାରିବେ। ଏହି ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇ ଦେବେ। ଏହି ଦୁଇଟି ରାଷ୍ଟ୍ରାୟତ କମ୍ପାନୀକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ। ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ। ଏହି ସ୍ପେକ୍ଟ୍ରମ ଉପଯୋଗ କରି ବିଏସଏନଏଲ ଏବଂ ଏମଟିଏନଏଲ ୪-ଜି ସେବା ଯୋଗାଇ ଦେବାରେ ସଫଳ ହେବା ସହିତ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଗ୍ରାମାଂଚଳରେ ସେମାନଙ୍କ ବିଶାଳ ନେଟୱର୍କ ମାଧ୍ୟମରେ ଦ୍ରୁତ ଡାଟା ସେବା ଯୋଗାଇ ଦେବେ।

ବିଏସଏନଏଲ ଏବଂ ଏମଟିଏନଏଲ ମଧ୍ୟ ଦୀର୍ଘକାଳୀନ ବଣ୍ଡ ଜରିଆରେ ୧୫ ହଜାର କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବେ। ଏଥିପାଇଁ ସୋଭରେନ ଗ୍ୟାରେଂଟି ଭାରତ ସରକାର ଯୋଗାଇ ଦେବେ। ଏହି ଉତ୍ସରୁ ବିଏସଏନଏଲ ଏବଂ ଏମଟିଏନଏଲ ସେମାନଙ୍କର ଋଣ ପରିଶୋଧ କରିବେ ତଥା କ୍ୟାପେକ୍ସ, ଓପେକ୍ସ ଓ ଅନ୍ୟାନ୍ୟ ଆବଶ୍ୟକତା ଆଂଶିକ ଭାବେ ପୂରଣ କରିବେ।ବିଏସଏନଏଲ ଓ ଏମଟିଏନଏଲ ମଧ୍ୟ ୫୦ ବର୍ଷରୁ ଊଦ୍ଧ୍ୱର୍ ବୟସ ଅତିକ୍ରାନ୍ତ କରିସାରିଥିବା ନିଜ କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବେ। କେନ୍ଦ୍ର ସରକାର ବଜେଟ ଅର୍ଥରୁ ଏହି ବ୍ୟୟଭାର ବହନ କରିବେ। ଭିଆରଏସ ପାଇଁ ଅନୁଗ୍ରହ ରାଶି ପାଇଁ ୧୭,୧୬୯ କୋଟି ଟଙ୍କା ଆବଶ୍ୟକ ହେବ।

ଏହାବ୍ୟତୀତ ପେନସନ, ଗ୍ରାଚ୍ୟୁଇଟି ଓ କମ୍ୟୁଟେସନ ଖର୍ଚ୍ଚ ସରକାର ବହନ କରିବେ। ବିଏସଏନଏଲ/ଏମଟିଏନଏଲ ଦ୍ୱାରା ଯୋଜନାର ବିବରଣୀ ଚୁଡ଼ାନ୍ତ କରାଯିବ। ଋଣ ପରିଶୋଧ, ବଣ୍ଡ ସର୍ଭିସିଂ, ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ଏବଂ ପରିଚାଳନା ଆବଶ୍ୟକତା ପୂରଣ କରିବା ଲାଗି ବିଏସଏନଏଲ ଏବଂ ଏମଟିଏନଏଲ ସେମାନଙ୍କ ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ କରିବେ।

ବିଏସଏନଏଲ ଓ ଏମଟିଏନଏଲର ନୀତିଗତ ମିଶ୍ରଣ

ଉପରୋକ୍ତ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଫଳରେ ବିଏସଏନଏଲ ଏବଂ ଏମଟିଏନଏଲ ଦେଶର ଉପାନ୍ତ ଏବଂ ଗ୍ରାମାଂଚଳରେ ଥିବା ସେମାନଙ୍କ ବ୍ୟାପକ ଟେଲି କମ୍ୟୁନିକେସନ ନେଟୱର୍କ ଜରିଆରେ ବିଶ୍ୱସନୀୟ ଏବଂ ଉନ୍ନତମାନର ସେବା ଯୋଗାଇ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026
Latest News

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.