ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର- ସାରା ଓଡିଶାର ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବଙ୍ଗୋବ ସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ଏହି ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ସୁଦ୍ଧା ପୁରୀରେ ସର୍ବାଧିକ ବର୍ଷାର ପରିମାଣ ରେକର୍ଡ କରାଯାଇଛି। ସେହିପରି ଦ୍ବିତୀୟରେ ରହିଛି ଗଂଜାମ ଜିଲ୍ଲା, ତୃତୀୟରେ ରହିଛି ଖୋର୍ଦ୍ଧା। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବରର ଶତାଦ୍ଦୀ ନଗର, ନୟାପଲ୍ଲୀ, ଇସ୍କନ ମନ୍ଦିର, ସହୀଦ ନଗର ପ୍ରଭୃତି ସ୍ଥାନରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସକାଳ ସୁଦ୍ଧା ବିଭିନ୍ନ ସ୍ଥାନରେ ଯେଉଁ ବର୍ଷାର ପରିମାଣ ରେକର୍ଡ କରାଯାଇଛି ତାହା ହେଲା
ପୁରୀ- 138.3 ମିଲିମିଟର
ଗଂଜାମ-125.2 ମିଲିମିଟର
ଖୋର୍ଧା-105.7 ମିଲିମିଟର
ଭୁବନେଶ୍ବର-103.6 ମିଲିମିଟର
ଟାଙ୍ଗି-104.6 ମିଲିମିଟର
କାକାଟପୁର-101.5 ମିଲିମିଟର
ଜିଉଦୟଗିରି-105.0 ମିଲିମିଟର
ସୋରଡା-100.0 ମିଲିମିଟର
ଗଜପତି-100.6 ମିଲିମିଟର
ଜଗତସିଂହପୁର-100.0 ମିଲିମିଟର
ନୟାଗଡ-86.8 ମିଲିମିଟର
କଟକ-78.8 ମିଲିମିଟର
କେନ୍ଦ୍ରପଡା-63.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି