ଏଣିକି ଫେସ୍‌ବୁକ୍‌ ବତାଇବ କେବେ କରିବେ ସ୍ବାସ୍ଥ୍ୟ ପରୀକ୍ଷା

Published: Oct 29, 2019, 5:15 pm IST

ସମୀକ୍ଷା ବ୍ୟୁରୋ

ଆଜିକାଲି ମଣିଷ ଡିଜିଟାଲ୍‌ ମଣିଷ ହୋଇଗଲାଣି । ଆଜିକାଲି ସୋସିଆଲ୍‌ ସାଇଟ୍‌ରେ ପ୍ରାୟ ସମୟ ବିତାଉଛନ୍ତି ଲୋକେ । ଏପରି ସମୟରେ ଜନ୍ମଦିନ ହେଉ ଅଥବା ନିଜ ଜୀବନର ବିଶେଷ କିଛି ଦିନ ଅବା ନିଜ ସ୍ବାସ୍ଥ୍ୟ ପରୀକ୍ଷା ଏସବୁକୁ ମନେ ପକାଇବାକୁ ରିମାଣ୍ଡର୍‌ ରଖିବାକୁ ପଡୁଛି । ଏବେ ଆପଣଙ୍କୁ ଫେସ୍‌ବୁକ୍‌ ବା ସୋସିଆଲ୍‌ ନେଟ୍‌ଓ୍ବାର୍କ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଥା ମନେ ପକାଇଦେବ । ଏବେ ସବୁଠୁ ବହୁଳ ଲୋକପ୍ରିୟ ସୋସିଆଲ୍‌ ନେଟ୍‌ଓ୍ବାର୍କିଂ ସାଇଟ୍‌ (ଫେସବୁକ) ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ମନେପକାଇ ଦେବା ସହିତ ଉତ୍ତମ ପରାମର୍ଶ ମଧ୍ୟ ଦେବ । ଫେସବୁକ୍‌ ଏବେ  ‘ପ୍ରିଭେଟିଂ ହେଲ୍‌ଥକେୟାର’ ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସାହାଯ୍ୟରେ ଠିକ୍‌ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନୋଟିଫିକେସନ୍‌ ମିଳିବ । ଏହି ନୂଆ ଫିଚରଟି ସୋମବାର ଦିନ ଆମେରିକାରେ ଆରମ୍ଭ କରାଯାଇଛି । କିନ୍ତୁ ଏବେ ଏହି ଫିଚରର ଲାଭ ଭାରତୀୟ ବ୍ୟବହାରକାରୀଙ୍କୁ ମିଳିପାରିନାହିଁ । କମ୍ପାନୀ ବହୁତ ଶୀଘ୍ର ଏହି ଫିଚରକୁ ଭାରତରେ ଲଞ୍ଚ କରିବ ।

ଫେସବୁକ୍‌ ଏହି ଟୁଲ୍‌କୁ ପ୍ରସ୍ତୁତ କରିବା ପାଇଁ ଆମେରିକାନ୍‌ କ୍ୟାନସର୍‌ ସୋସାଇଟି, ଆମେରିକାନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜି, ଆମେରିକାନ୍‌ ହାର୍ଟ ଏସୋସିଅନ୍‌ ଓ ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରୋଭିସନ୍‌ ସହ ସହବନ୍ଧିତା  କରିଛି । କମ୍ପାନୀ ଏହି ଫିଚର୍‌ ଜରିଆରେ ଲୋକଙ୍କୁ ଅଧିକରୁ ଅଧିକ ସୁବିଧା ମିଳିବା ପାଇଁ ଚେଷ୍ଟା କରିଛି ।

ଏହି ଫିଚରଟି କିପରି କାମ କରିବ ?

ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀଙ୍କୁ ଫେସବୁକ୍‌ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ରିମାଣ୍ଡର୍‌ କରିପାରିବ । ଏତ୍‌ଦବ୍ୟତୀତ ବ୍ୟବହାରକାରୀ ନିଜର ପରିବାର ତଥା ସାଙ୍ଗସାଥୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସୁପାରିଶ୍‌ ମଧ୍ୟ କରିପାରିବେ । ଏହି ଫିଚର ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରିଭେଣ୍ଟିବ୍‌ ହେଲଥକେୟାର ସର୍ଚ୍ଚ କରିବାକୁ ପଡ଼ିବ ।

Related posts