Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା କଂଗ୍ରେସର ଚରିତ୍ର, ସର୍ବ ସାଧାରଣରେ ଗୋଡ ଟଣାଟଣି ଓ କାଦୁଅ ଫିଙ୍ଗା!!
ବିଶେଷ ଖବର

ଓଡିଶା କଂଗ୍ରେସର ଚରିତ୍ର, ସର୍ବ ସାଧାରଣରେ ଗୋଡ ଟଣାଟଣି ଓ କାଦୁଅ ଫିଙ୍ଗା!!

November 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା କଂଗ୍ରେସର ଚରିତ୍ର, ସର୍ବ ସାଧାରଣରେ ଗୋଡ ଟଣାଟଣି ଓ କାଦୁଅ ଫିଙ୍ଗା!!
ସମୀକ୍ଷା ବ୍ୟୁରୋ

ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି!

୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö କିନ୍ତୁ ୨୦୧୪ ପରେ କଂଗ୍ରେସର ଅସ୍ତିତ୍ବ ଓଡିଶାରୁ ଆସ୍ତେ ଆସ୍ତେ ଲିଭିବା ଆରମ୍ଭ କରିଛି ö ପ୍ରଥମେ କନ୍ଧମାଳ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଲା ଓ ମାର୍ଚ୍ଚ ୨୦୧୭ ପଂଚାୟତ ନିର୍ବାଚନରେ ଏହା ଭାରତୀୟ ଜନତା ପାର୍ଟି ଠୁ ଉଭୟ ଆସନ ତଥା ଭୋଟ୍ ହାର କ୍ଷେତ୍ରରେ ଯଥେଷ୍ଟ ପଛରେ ପଡିଗଲା  ସବୁଠୁ ହତାଶାର ବିଷୟ ହେଉଛି, ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ö ଦଳ ନିଜର ମୁଖ୍ୟ ବିରୋଧୀ ଭୂମିକାରୁ ବିଧାନସଭାରେ ତୃତୀୟ ସ୍ଥାନକୁ ଖସି ଆସିଲା। କଂଗ୍ରେସ ଦଳ ଭିତରେ ରହିଥିବା ପ୍ରଚଣ୍ଡ ଗୋଷ୍ଠୀ ବିବାଦ ଓ ଆଜିର  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଦଳୀୟ ନେତା କର୍ମୀଙ୍କ ଅନାସ୍ଥା କାରଣରୁ ରାଜ୍ୟରେ କଂଗ୍ରେସ ଏକ ମୃତ ଦଳ ବୋଲି ଲୋକେ ଧରି ନେଲେଣି ö

ଯେତେବେଳେ ନିରଂଜନ ପଟ୍ଟନାୟକ ସଭାପତି ଦାୟିତ୍ବ ନେଲେ, ତୃଣମୂଳ ସ୍ତରରେ ନହେଲେ ମଧ୍ୟ, ଗଣ ମାଧ୍ୟମ ଜରିଆରେ କଂଗ୍ରେସ ନିଜର ପୁରୁଣା ଅସ୍ତିତ୍ବ ଫେରି ପାଇବ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା ö ନିରଂଜନ ବାବୁ ଅଭିଜ୍ଞ ଲୋକ ଓ ତାଂକ ପଛରେ ସବୁ ପ୍ରକାର ସାଧନର ଅଭାବ ରହିବ ନାହିଁ ବୋଲି କଂଗ୍ରେସ କର୍ମୀମାନେ ଆସ୍ଥାବାନ ଥିବାରୁ, ଦଳ ର ପୁନଃ ସଂଗଠନ ସମ୍ଭବ ବୋଲି ଆଶା ଦେଖାଦେଇଥିଲା ö ପ୍ରାଥମିକ ଭାବରେ କଂଗ୍ରେସ ଭିତରେ ଉତ୍ସାହ ଓ ଆଶାର ଏକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ö ହେଲେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଏବେ କଂଗ୍ରେସର ପୁରୁଣା ରୋଗ ପୁଣି ଆରମ୍ଭ ହୋଇଛି ö

ସାଧାରଣ ନିର୍ବାଚନ ସରିବା ପରେ  କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାହା ଗୃହୀତ ହେଲାନାହିଁ। ସଭାପତି ଭାବରେ ନିରଞ୍ଜନ ବାବୁଙ୍କର ନା ସେ ଆଗର ଉତ୍ସାହ ରହିଛି, ନା କର୍ମୀମାନେ ତାଙ୍କ ସହ ଅଛନ୍ତି। ପୁଣିଥରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ଅବସ୍ଥାରେ ପହଞ୍ଚିଛି। ଏବେ ନିରଞ୍ଜନ ହତାୟ ଅଭିଯାନ ଆରମ୍ଭ ହୋଇଛି ଓ ସର୍ବ ସାଧାରଣରେ କଂଗ୍ରେସ ନେତା ଓ କର୍ମୀମାନେ ପରଷ୍ପର ଉପରେ କାଦୁଅ ଛାଟିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରାଯାଉ ବୋଲି କଂଗ୍ରେସରେ ମେଳି ଚାଲିଛି।

ଓଡିଶାର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡ଼ିର ଅନ୍ତରଙ୍ଗତା ବଢିଥିବାରୁ, କଂଗ୍ରେସ ହିଁ ବିରୋଧୀ ଭାବରେ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଥିବା ସମୟରେ କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ କଂଗ୍ରେସର ପୁନରୁତ୍ଥାନ ସମବାବନାକୁ କୁ ନଷ୍ଟ କରି ଦେଇଛି।

କଂଗ୍ରେସର ନିଜସ୍ବ ସଂଗଠନ ଧ୍ବଂସ ପାଇଯିବା ପଛରେ ବଡ ନେତା ମାନଂକର ଏମିତି ଚକ୍ରାନ୍ତ ଦାୟୀ ବୋଲି ଓଡିଶାର ଲୋକେ ଭଲ ଭାବରେ ଜାଣନ୍ତି ö ଏତେ ପରାଜୟ ଓ ଅପମାନ ପରେ ମଧ୍ୟ କଂଗ୍ରେସ ଦଳ ନିଜ ଚରିତ୍ର ସୁଧାରିବାରେ ସମର୍ଥ ହୋଇ ପାରୁନାହିଁ ö ନେତାଂକ ଭିତରେ ରହିଥିବା ଗୋଡଟଣା ପ୍ରକୃତି ଯୋଗୁଁ ତୃଣମୂଳ ସ୍ତରରେ କର୍ମୀମାନେ ଆଉ କଂଗ୍ରେସ ସହ ରହିବାକୁ ଚାହୁନାହାନ୍ତି ö ଯିଏ ବି କଂଗ୍ରେସ ସଭାପତି ହେଲା, ତାକୁ ପ୍ରଥମ ଦିନରୁ ବିରୋଧ କରିବାର ଏକ ଆତ୍ମଘାତୀ ପରମ୍ପରା କଂଗ୍ରେସ ଦଳରେ ରହିଛି ö ଏହା କଂଗ୍ରେସର ବହୁ ପୁରୁଣା ରୋଗ ö ଆତ୍ମଘାତର ଏହି ରାସ୍ତାରେ କଂଗ୍ରେସକୁ ବଞ୍ଚାଇବା ବୋଧେ ଆଉ ସହଜ ନୁହେଁ!!

cong odishacong
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଜଡ଼ିତ ସୁରକ୍ଷା ଉପରେ ସମୀକ୍ଷା କଲେ ଅମିତ ଶାହ

May 27, 2026

Vedanta Odisha Projects: ମୁଖ୍ୟମନ୍ତ୍ରୀଙ୍କ ସହ ବେଦାନ୍ତ ପ୍ରକଳ୍ପ ନେଇ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଆଲୋଚନା

May 27, 2026

JSW Mega Steel Plant: ପାରାଦୀପରେ ଜେଏସଡବ୍ଲୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

May 27, 2026
Latest News

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026

ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଜଡ଼ିତ ସୁରକ୍ଷା ଉପରେ ସମୀକ୍ଷା କଲେ ଅମିତ ଶାହ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.