Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲା ଡିଜିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର, ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ପ୍ରସଙ୍ଗ ନେଇ ପୋଲିସି ଡିଜି ଙ୍କ ଉଦ୍ୟସରେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ବିନୟତୋଷ ମିଶ୍ରଙ୍କୁ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରଦେଶ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗତ ତା ୧.୨.୨୦୨୦ ରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ସୂଚନା ଅଧିକାର କର୍ମୀ ଶ୍ରୀ ରଞ୍ଜନ ଦାସଙ୍କ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରାଯାଇଥିଲା । ପରବର୍ତୀ ସମୟରେ ତାଙ୍କ ପରିବାରଙ୍କ ଅଭିଯୋଗକୁ ଭିତି କରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଅଛି । ଏହି ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ସହ ନେଇ ଏକ ୭ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗତ ତା ୮.୨.୨୦୨୦ ରିଖ ଦିନ ମୃତ ରଞ୍ଜନଙ୍କ ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ପାରିପାଶ୍ୱିକ ପରିସ୍ଥିତି ଓ ସାଧାରଣ ଜନତାଙ୍କ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ ରଞ୍ଜନ ଦାସଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଅଛି । ଯେହେତୁ ସ୍ୱର୍ଗତଃ ଦାସ ସୂଚନା ଅଧିକାର ଆଇନ ମାଧ୍ୟମରେ ମହାକାଳପଡା, ପାଟକୁରା ସମେତ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଦୁର୍ନୀତିଗ୍ରସ୍ତ ଓ କଳାକାରନାମାରେ ଲିପ୍ତଥିବା ସରକାରୀ ଅଧିକାରୀଙ୍କ ମୁଖା ଖୋଲି ଦେଉଥିଲେ । ଯେଉଁଥିପାଇଁ ସରକାରୀ କର୍ମଚାରୀ ଓ ରାଜନେତାମାନଙ୍କୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ଏଣୁ ଏଥିରୁ ସ୍ପଷ୍ଟ ହେଉଛି ଉକ୍ତ ହତ୍ୟା ଯୋଜନାବଦ୍ଧ । ଏହାର ତଦନ୍ତରେ ସ୍ଥାନୀୟ ପୋଲିସର ଭୂମିକା ଅତ୍ୟନ୍ତ ସନ୍ଦେହଜନକ ।

ଏଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରକୁତ ଦୋଷୀକୁ ଦଣ୍ଡ ଦେବାସହ ମୃତକ ରଂଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ମିଶ୍ରଙ୍କୁ ଦାବି ଜଣାଇଛନ୍ତି। କଂଗ୍ରେସର ଦାବିପତ୍ରକୁ ଗ୍ରହଣ କରି ଅତିରିକ୍ତ ଡିଜି ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ତଦାରଖ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ନିଶିକାନ୍ତ ମିଶ୍ର, ଜିନେଶ ଦାସ,ଏମ ଡି ଆଲିମ, ସତ୍ୟନାରାୟଣ କର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର

ଓଡିଶା କଂଗ୍ରେସର ଚରିତ୍ର, ସର୍ବ ସାଧାରଣରେ ଗୋଡ ଟଣାଟଣି ଓ କାଦୁଅ ଫିଙ୍ଗା!!

ସମୀକ୍ଷା ବ୍ୟୁରୋ

ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡି ରହିବା ପରେ ଗତ ନିର୍ବାଚନର ଅଳ୍ପ କେତେମାସ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ର ନେତୃତ୍ବ ପରିବର୍ତ୍ତନ ଘଟିଲା। ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା ö ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଂକୁ ଆଉ ଥରେ ସଭାପତି ଭାବେ ଅଖିଳ ଭାରତ କଂଗ୍ରେସ କମିଟି ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ ö ହେଲେ ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ପାଟକୁରା ଓ ବିଜେପୁର ଉପ ନିର୍ବାଚନର ଲଜ୍ଜାଜନକ ପରାଜୟ ପରେ କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି!

୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହି ଆସିଥିଲାö କିନ୍ତୁ ୨୦୧୪ ପରେ କଂଗ୍ରେସର ଅସ୍ତିତ୍ବ ଓଡିଶାରୁ ଆସ୍ତେ ଆସ୍ତେ ଲିଭିବା ଆରମ୍ଭ କରିଛି ö ପ୍ରଥମେ କନ୍ଧମାଳ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଲା ଓ ମାର୍ଚ୍ଚ ୨୦୧୭ ପଂଚାୟତ ନିର୍ବାଚନରେ ଏହା ଭାରତୀୟ ଜନତା ପାର୍ଟି ଠୁ ଉଭୟ ଆସନ ତଥା ଭୋଟ୍ ହାର କ୍ଷେତ୍ରରେ ଯଥେଷ୍ଟ ପଛରେ ପଡିଗଲା  ସବୁଠୁ ହତାଶାର ବିଷୟ ହେଉଛି, ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ö ଦଳ ନିଜର ମୁଖ୍ୟ ବିରୋଧୀ ଭୂମିକାରୁ ବିଧାନସଭାରେ ତୃତୀୟ ସ୍ଥାନକୁ ଖସି ଆସିଲା। କଂଗ୍ରେସ ଦଳ ଭିତରେ ରହିଥିବା ପ୍ରଚଣ୍ଡ ଗୋଷ୍ଠୀ ବିବାଦ ଓ ଆଜିର  ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତି ଦଳୀୟ ନେତା କର୍ମୀଙ୍କ ଅନାସ୍ଥା କାରଣରୁ ରାଜ୍ୟରେ କଂଗ୍ରେସ ଏକ ମୃତ ଦଳ ବୋଲି ଲୋକେ ଧରି ନେଲେଣି ö

ଯେତେବେଳେ ନିରଂଜନ ପଟ୍ଟନାୟକ ସଭାପତି ଦାୟିତ୍ବ ନେଲେ, ତୃଣମୂଳ ସ୍ତରରେ ନହେଲେ ମଧ୍ୟ, ଗଣ ମାଧ୍ୟମ ଜରିଆରେ କଂଗ୍ରେସ ନିଜର ପୁରୁଣା ଅସ୍ତିତ୍ବ ଫେରି ପାଇବ ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା ö ନିରଂଜନ ବାବୁ ଅଭିଜ୍ଞ ଲୋକ ଓ ତାଂକ ପଛରେ ସବୁ ପ୍ରକାର ସାଧନର ଅଭାବ ରହିବ ନାହିଁ ବୋଲି କଂଗ୍ରେସ କର୍ମୀମାନେ ଆସ୍ଥାବାନ ଥିବାରୁ, ଦଳ ର ପୁନଃ ସଂଗଠନ ସମ୍ଭବ ବୋଲି ଆଶା ଦେଖାଦେଇଥିଲା ö ପ୍ରାଥମିକ ଭାବରେ କଂଗ୍ରେସ ଭିତରେ ଉତ୍ସାହ ଓ ଆଶାର ଏକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ö ହେଲେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ଏବେ କଂଗ୍ରେସର ପୁରୁଣା ରୋଗ ପୁଣି ଆରମ୍ଭ ହୋଇଛି ö

ସାଧାରଣ ନିର୍ବାଚନ ସରିବା ପରେ  କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାହା ଗୃହୀତ ହେଲାନାହିଁ। ସଭାପତି ଭାବରେ ନିରଞ୍ଜନ ବାବୁଙ୍କର ନା ସେ ଆଗର ଉତ୍ସାହ ରହିଛି, ନା କର୍ମୀମାନେ ତାଙ୍କ ସହ ଅଛନ୍ତି। ପୁଣିଥରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ଅବସ୍ଥାରେ ପହଞ୍ଚିଛି। ଏବେ ନିରଞ୍ଜନ ହତାୟ ଅଭିଯାନ ଆରମ୍ଭ ହୋଇଛି ଓ ସର୍ବ ସାଧାରଣରେ କଂଗ୍ରେସ ନେତା ଓ କର୍ମୀମାନେ ପରଷ୍ପର ଉପରେ କାଦୁଅ ଛାଟିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରାଯାଉ ବୋଲି କଂଗ୍ରେସରେ ମେଳି ଚାଲିଛି।

ଓଡିଶାର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବିଜେଡ଼ିର ଅନ୍ତରଙ୍ଗତା ବଢିଥିବାରୁ, କଂଗ୍ରେସ ହିଁ ବିରୋଧୀ ଭାବରେ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଥିବା ସମୟରେ କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳ କଂଗ୍ରେସର ପୁନରୁତ୍ଥାନ ସମବାବନାକୁ କୁ ନଷ୍ଟ କରି ଦେଇଛି।

କଂଗ୍ରେସର ନିଜସ୍ବ ସଂଗଠନ ଧ୍ବଂସ ପାଇଯିବା ପଛରେ ବଡ ନେତା ମାନଂକର ଏମିତି ଚକ୍ରାନ୍ତ ଦାୟୀ ବୋଲି ଓଡିଶାର ଲୋକେ ଭଲ ଭାବରେ ଜାଣନ୍ତି ö ଏତେ ପରାଜୟ ଓ ଅପମାନ ପରେ ମଧ୍ୟ କଂଗ୍ରେସ ଦଳ ନିଜ ଚରିତ୍ର ସୁଧାରିବାରେ ସମର୍ଥ ହୋଇ ପାରୁନାହିଁ ö ନେତାଂକ ଭିତରେ ରହିଥିବା ଗୋଡଟଣା ପ୍ରକୃତି ଯୋଗୁଁ ତୃଣମୂଳ ସ୍ତରରେ କର୍ମୀମାନେ ଆଉ କଂଗ୍ରେସ ସହ ରହିବାକୁ ଚାହୁନାହାନ୍ତି ö ଯିଏ ବି କଂଗ୍ରେସ ସଭାପତି ହେଲା, ତାକୁ ପ୍ରଥମ ଦିନରୁ ବିରୋଧ କରିବାର ଏକ ଆତ୍ମଘାତୀ ପରମ୍ପରା କଂଗ୍ରେସ ଦଳରେ ରହିଛି ö ଏହା କଂଗ୍ରେସର ବହୁ ପୁରୁଣା ରୋଗ ö ଆତ୍ମଘାତର ଏହି ରାସ୍ତାରେ କଂଗ୍ରେସକୁ ବଞ୍ଚାଇବା ବୋଧେ ଆଉ ସହଜ ନୁହେଁ!!

Categories
ଆଜିର ଖବର

କଂଗ୍ରେସ ଛାଡିବେ 5 ବିଧାୟକ, ସେମାନଙ୍କୁ ନେବା ପାଇଁ ବିଜେପି, ବିଜେଡି ମଧ୍ୟରେ ଚାଲିଛି ବଳକଷା

ବର୍ତ୍ତମାନ କଂଗ୍ରେସର ଅବସ୍ଥା ଦିନକୁ ଦିନ ଉଭୟ ଜାତୀୟ ଓ ରାଜ୍ୟରେ ଦୟନୀୟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକମାନେ ଦଳ ଛାଡି ବିଜେପି କିମ୍ବା ଆଞ୍ଚଳିକ ଦଳରେ ମିଶିବାରେ ଲାଗିଛନ୍ତି। ସେହିପରି ଅବସ୍ଥା ଓଡିଶା କଂଗ୍ରେସରେ ମଧ୍ୟ ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଖୁବ ଶିଘ୍ର କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ 5 ଜଣ ଦଳ ଛାଡି ଅନ୍ୟ ଦଳରେ ମିଶିବେ। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇସାରିଲାଣି ବୋଲି ଜଣାପଡିଛି। ବିଜେପିର ଭିତିରିଆ ସୁତ୍ର ଅନୁସାରେ ଏହି କାର୍ଯ୍ୟରେ କୁଆଡେ ଦଳର ଜଣେ ଟାଣୁଆ ନେତା କଥାବାର୍ତ୍ତା ଆରମ୍ଭ କରିଛନ୍ତି। ସେମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ଏକ ବଡ ଅଫର ମଧ୍ୟ ଦିଆଯାଇଛି। କଂଗ୍ରେସ ଦଳର ଯେପରି ଅବସ୍ଥା ସେଥିରେ ରହି କିଛି ଲାଭ ନାହିଁ ବୋଲି ଏହି ବିଧାୟକଙ୍କୁ ବୁଝାଇ ଦିଆଯାଇଛି। ବିଜେପି ପରି ବିଜେଡି ମଧ୍ୟ କୁଆଡେ ଏହି ପାଞ୍ଚଜଣ ବିଧାୟକଙ୍କୁ ଦଳରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସରକାର ଗଠନ ପରେ ପରେ ଦଳର ଜଣେ ପ୍ରଭାବଶାଳୀ ନେତା ଏହି କାର୍ଯ୍ୟରେ କୁଆଡେ ଲାଗିପଡିଛନ୍ତି। ବିଜେଡି ତରଫରୁ ମଧ୍ୟ ସେମାନଙ୍କୁ ବଡ ଅଫର ଦିଆଯାଇଛି। ଯାହା ଜଣାପଡୁଛି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହି ପାଞ୍ଚଜଣ ବିଧାୟକ କଂଗ୍ରେସ ଦଳ ଛାଡି ନୂଆ ଦଳରେ ଯୋଗଦେବାର ସମ୍ଭାବନା ରହିଛି।

Categories
ବିଶେଷ ଖବର

ନିର୍ବାଚନ ମଇଦାନରେ ଜାନକୀ ନନ୍ଦନ ପୃଥ୍ଵୀବଲ୍ଲଭ,121 ବିଧାନସଭା ଆସନ ପାଇଁ ଜଣାପଡିଲା କଂଗ୍ରେସର ପ୍ରାର୍ଥୀ ତାଲିକା,ଏଆଇସିସିକୁ ସୁପାରିଶ କଲା ଚୟନ କମିଟି।

ସମୀକ୍ଷା ବ୍ୟୁରୋ

ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା କରୁଥିବାରୁ 8 ସ୍ଥାନରେ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇ ନାହିଁ। ବର୍ତ୍ତମାନ ପ୍ରଦେଶ କଂଗ୍ରେସ ତରଫରୁ ସୁପାରିଶ କରିଥିବା ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ହେଲେ..

  1. ବଡମ୍ବା- ବିଭାସ ମହାନ୍ତି/ମନୋଜ ସାହୁ
  2. ବାଙ୍କୀ-ଦେବାଶିଷ ପଟ୍ଟନାୟକ/ ରବି ମଲ୍ଲିକ
  3. ଆଠଗଡ- ଉମାବଲ୍ଲଭ ରଥ/ବିଚିତ୍ରାନନ୍ଦ ମୁଦୁଲି
  4. ବାରବାଟୀକଟକ-ମହମ୍ମଦ ମୋକିମ/ସୁରେଶ ମହାପାତ୍ର
  5. ଚୈଦ୍ବାର କଟକ- ଜଗଦୀଶ ମହାନ୍ତି/ମାନସ ଚୈାଧୁରୀ
  6. କଟକ ସଦର – ବାଙ୍କନିଧି୍ ବେହେରା/ରତ୍ନାକର ବେହେରା
  7. ଖଣ୍ଡପଡ଼ା- ବିନୋଦିନି ମହାନ୍ତି
  8. ସାଲେପୁର- ପ୍ରକାଶ ଚନ୍ଦ୍ର ବେହେରା/ଗୁରୁପଦ ନନ୍ଦ
  9. ମାହାଙ୍ଗା-ଦେବେନ୍ଦ୍ର ସାହୁ/ପ୍ରଦୀପ୍ତ ଦାସ
  10. ପାଟକୁରା-ଜୟନ୍ତ ମହାନ୍ତି/ ଚିନ୍ମୟ ବେହୁରା
  11. କେନ୍ଦ୍ରାପଡା-ଗଣେଶ୍ବର ବେହେରା/ହଳଧର ସେଠୀ
  12. ଆଳି-ଦେବେନ୍ଦ୍ରନାଥ ଶର୍ମା/ ହଳଧର ସେଠୀ
  13. ରାଜନଗର-ଅଂଶୁମାନ ମହାନ୍ତି/ ମିଟୁ ଦାସ
  14. ମହାକାଳପଡା-ବିଭ୍ରାଂଶୁ ଲେଙ୍କା/ଲୋକନାଥ ମହାରଥୀ
  15. ନିଆଳି ପ୍ରଶାନ୍ତ-ମଲ୍ଲିକ/ଅଭିମନ୍ୟୁ ମଲ୍ଲିକ
  16. ପାରାଦ୍ବୀପ-ପ୍ରମୋଦ ଜେନା/ଅରିନ୍ଦମ ସର୍ଖେଲ (ବାପି ସର୍ଖେଲ)
  17. ତିର୍ତୋଲ-ପ୍ରତିମା ମଲ୍ଲିକ/ଦେବୀ ମଲ୍ଲିକ
  18. ବାଲିକୁଦା ଏରସମା-ଲଲାଟେନ୍ଦୁ ମହାପାତ୍ର/ସାରଦା ଜେନା
  19. ଜଗତସିଂହପୁର-ଚିରଂଜିବି ବିଶ୍ବାଳ/ବିଷ୍ଣୁଚନ୍ଦ୍ର ବାରିକ
  20. କାକଟପୁର- ବିଶ୍ବରଂଜନ ଦାସ/ରବିନ୍ଦ୍ର ସେଠୀ
  21. ନିମାପଡା-ସତ୍ୟବ୍ରତ ପାତ୍ର/ଦିଲ୍ଲୀପ ନାୟକ
  22. ପୁରୀ-ବିନାୟକ ଦାସ ମହାପାତ୍ର/ବିଶ୍ବଜିତି ମହାନ୍ତି
  23. ବ୍ରହ୍ମଗିରି-ଉମାକାନ୍ତ ବରାଳ/ବାନାମ୍ବର ବାରିକ
  24. କଣ୍ଟାବାଂଝି-ସନ୍ତୋଷ ସିଂ ସାଲୁଜା/ସୁଧା ଦାସ
  25. ନୂଆପଡା-ଘାସିରାମ ମାଝି/ସୁରେଶ ଆଜାଦ
  26. ଖରିଆର-ଅଭିରାମ ପାଣିଗ୍ରାହୀ/କମଳ ତାଣ୍ଡି
  27. ଲାଂଜିଗଡ-ଶିବାଜୀ ମାଝି/ପ୍ରଦୀପ ଦିଶାରି
  28. ଜୁନାଗଡ-ଗୋବର୍ଦ୍ଧନ ଦାସ/ଅନିଳ ସିଂଦେଓ
  29. ଧର୍ମଗଡ-ଦିଗମ୍ବର ଦୁରିଆ/ତରୁନ ମାଝି
  30. ଭବାନୀପାଟଣା-ସାଗର ଦାସ/ଭରତ ବେମାଲ
  31. ନର୍ଲା-ଜଗନ୍ନାଥ ପଟ୍ଟନାୟକ/ଚିତ୍ତରଂଜନ ମଣ୍ଡଳ
  32. ଉମରକୋଟ-ଯତୀନ୍ଦ୍ର ଗଣ୍ଡ
  33. ଝରିଗାଁ- ଉଲ୍ଲାଧର ମାଝି/ମହେଶ୍ବର ଭାତ୍ରା
  34. ନବରଙ୍ଗପୁର-ସଦନ ନାୟକ/ଅଖିଳ ଭାତ୍ରା
  35. ଡାବୁଗାଁ-ଭୁଜବଳ ମାଝୀ
  36. କୋଟପାଡ-ଚନ୍ଦ୍ରଶେଖର ମାଝୀ
  37. ମାଲକାନଗିରି-ମାଲା ମାଢି
  38. ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ/ବଲରାଜ କୋଟେ
  39. ବାଲିଗୁଡା-କ୍ଲେଶ ପ୍ରଧାନ/ସୀମାନ ମଲ୍ଲିକ
  40. ଜି.ଉଦୟଗିରି-ଜାକବ ପ୍ରଧାନ/ପ୍ରତାପ ପ୍ରଧାନ
  41. ଫୁଲବାଣୀ-ସୁଦର୍ଶନ କଅଁର/ତୁଷାର କଁଅର
  42. କଣ୍ଟାମାଳ-ସୁଧିର ମହାକୁଡ/ପ୍ରଶାନ୍ତ ସାହୁ
  43. ବଉଦ-
  44. ଦଶପଲ୍ଲା-କୈଳାଶ ଚନ୍ଦ୍ର ମୁଖି
  45. ଭଂଜନଗର-ପ୍ରଶାନ୍ତ ବିଶୋୟୀ/ ସଂଜୟ ତ୍ରିପାଠୀ
  46. ଯଶୀପୁର-
  47. ସାରଶକନା-ବାରେଲ ସିକ୍ରା/ଚତୈନ୍ୟ ହାଁସାଦା
  48. ରାଇରଙ୍ଗପୁର-ଶ୍ୟାମ ହାଁସଦା/ହିଲିନା ବାଘେ
  49. ବାଙ୍ଗିରୀପୋଷ-
  50. ଉଦଳା-
  51. ବାରିପଦା-କମଳା ତିରିଆ/ ରାକେଶ ସିଂ
  52. ମୋରଡା-ହେମନ୍ତ ଦାଶ/ ପ୍ରଭାସ ମହାପାତ୍ର
  53. ବଡସାହି-ସଂଜୟ ବେହେରା/ କ୍ଷୀରୋଦ ପାତ୍ର
  54. ଜଳେଶ୍ବର-ଦେବୀପ୍ରସାଦ ଚାନ୍ଦ/ ତପନ ଦାସ
  55. ଭୋଗରାଇ-ସତ୍ୟଶିବ ଦାସ/ ଉମାରାଣୀ ପାତ୍ର
  56. ବସ୍ତା- ବିଜନ ନାୟକ/ସଂଜୀବ ପାଢୀ
  57. ବାଲେଶ୍ବର-ମାନସ ଦାସ ପଟ୍ଟନାୟକ/ଗୋପାଳ ଖଣ୍ଡେଲୱାଲ
  58. ରେମୁଣା-
  59. ନୀଳଗିରି-ଅକ୍ଷୟ କୁମାର ଆଚାର୍ଯ୍ୟ/ଜୋତ୍ସାଦେବୀ ମର୍ଦ୍ଦରାଜ
  60. ସୋର-ମହେଶ୍ବର ସେଠୀ/ମୃତ୍ୟୁଂଜୟ ଜେନା
  61. ସିମୁଳିଆ-ଶରତ ରାଜ/ରବି ଶତପଥୀ
  62. ଭଣ୍ଡାରିପୋଖରୀ-ନିରଂଜନ ପଟ୍ଟନାୟକ/ସୁବ୍ରତ ଦାସ
  63. ଭଦ୍ରକ-ନରେନ ପଲେଇ/ନଳିନିକାନ୍ତ ମହାନ୍ତି
  64. ବାସୁଦେବପୁର-ଅଶୋକ ଦାସ/ଲାପୁ ମହାକୁଡ
  65. ଧାମନଗର-ବିଦ୍ୟାଧର ଜେନା/ କୁମାର ଶ୍ରୀ ଚିରଂଜିବ
  66. ଚାନ୍ଦବାଲି-ଅମିୟ ମହାପାତ୍ର/ଜ୍ୟେତି ପ୍ରକାଶ ମହାନ୍ତି
  67. ବିଂଝାରପୁର-ମନୋରଂଜନ ଦାଶ/କନକଲତା ମଲ୍ଲିକ
  68. ବରୀ-ମନୋଜ ମହାପାତ୍ର/ଉମେଶ ଚନ୍ଦ୍ର ଜେନା
  69. ବଡ଼ଚଣା-ସୀତାକାନ୍ତ ମହାପାତ୍ର/ଶୁଭେନ୍ଦୁ ମହାନ୍ତି
  70. ଧର୍ମଶାଳା-ସ୍ମୃତିରେଖା ପହି/କିଶାନ ପଣ୍ଡା
  71. ଯାଜପୁର-ସନ୍ତୋଷ କୁମାର ନନ୍ଦ/ବଳଭଦ୍ର ଦାସ
  72. କୋରେଇ-ବନ୍ଦିତା ପରିଡା/ହରେକୃଷ୍ଣ ସାହୁ
  73. ସୁକିନ୍ଦା-ସଂଯୁକ୍ତା ରାଉତ/ଶରତ ରାଉତ
  74. ଢେଙ୍କାନାଳ-ନବୀନ ଚନ୍ଦ୍ର ନାରାୟଣ ଦାସ/ସରୋଜ ପଟ୍ଟନାୟକ
  75. ହିନ୍ଦୋଳ- ମମତାଞ୍ଜଳୀ ବେହାର/ବାମଦେବ ନାୟକ
  76. କାମାକ୍ଷାନଗର-ଭବାନୀ ଶଙ୍କର ମହାପାତ୍ର/ପ୍ରବଳକାନ୍ତୀ ସାହୁ
  77. ପର୍ଜଙ୍ଗ- ବିମଳା ବେହେରା/ସନ୍ତୋଷ ରାଉତ
  78. ପାଲଲହଡା଼-ସୁବୋଧ ଚନ୍ଦ୍ର ପାଣି/ସୁବ୍ରତ ଗଡନାୟକ
  79. ତାଳଚେର-ସୁରେଶ ଚନ୍ଦ୍ର ବେହେରା/ପ୍ରଫୁଲ୍ଲ କୁମାର ଦାସ
  80. ଅନୁଗୁଳ-ବିପ୍ଲବ ଜେନା/ ଅମ୍ବିକା ଭଟ୍ଟ
  81. ବିରମହାରାଜପୁର-ବିନୋଦ ପାତ୍ର/ଭୋଳାରାମ ସାଗର
  82. ସୋନପୁର-ଚନ୍ଦ୍ରମଣି ତ୍ରିପାଠୀ/ଶଙ୍କର ଦାସ
  83. ଲୋଇସିଂହା-ନବକିଶୋର ନାୟକ/ସନ୍ତୋଷ କୁମ୍ଭାର
  84. ପାଟଣାଗଡ-ରମେଶ ପୁରୋହିତ/ଅନିଲ ମେହେର
  85. ବଲାଙ୍ଗିର-ନରସିଂହ ମିଶ୍ର/ଅମରେନ୍ଦ୍ର ମିଶ୍ର
  86. ଟିଟଲାଗଡ-ସୁରେନ୍ଦ୍ର ସିଂହ ଭୋଇ/ରୁପେଶ ବେହେରା
  87. ସତ୍ୟବାଦୀ-ପ୍ରସାଦ ହରିଚନ୍ଦନ/ସ୍ନେହାଶ୍ରୀ ହରିଚନ୍ଦନ
  88. ପିପିଲି-ଅଜିତ ମଙ୍ଗରାଜ/ଯୁଧିଷ୍ଠିର ସାମନ୍ତରାୟ
  89. ଚିଲିକା- ପ୍ରଦୀପ ସ୍ବାଇଁ/ଜନକୀ ବଲ୍ଲଭ ପଟ୍ଟନାୟକ
  90. ରଣପୁର-ଶୁଭଶ୍ରୀ ପଣ୍ଡା/ସତ୍ୟବ୍ରତ ନାୟକ
  91. ନୟାଗଡ-ରଂଜିତ ଦାସ/ମନୋଜ ସାହୁ
  92. ଜୟଦେବ-ଜୟନ୍ତ ଭୋଇ/ ରାଘବ ସେଠୀ
  93. ଭୁବନେଶ୍ବର ମଧ୍ୟ-ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
  94. ଭୁବନେଶ୍ବର ଉତ୍ତର-ଅଭିଳାଶ ମାଣିଆ/ଇତିଶ ପ୍ରଧାନ
  95. ଏକାମ୍ର ଭୁବନେଶ୍ବର-ଶିବାନନ୍ଦ ରାୟ/ରଶ୍ମି ରଂଜନ ମହାପାତ୍ର
  96. ଜଟଣୀ-ସୁରେଶ ରାଉତରାୟ/ଜନକୀ ବଲ୍ଲଭ ପଟ୍ଟନାୟକ
  97. ବେଗୁନିଆ-ପୃଥ୍ବୀବଲ୍ଲଭ ପଟ୍ଟନାୟକ
  98. ଖୋର୍ଦ୍ଧା-ରାମଚନ୍ଦ୍ର ମହାପାତ୍ର/ସ୍ବାଗତିକା ପଟ୍ଟନାୟକ
  99. ପୋଲସରା-ଉତ୍ତମ ଦାସ/ଅସଠି ବରାଳ
  100. କବିସୂର୍ଯ୍ୟନଗର-ସୀତାରାମ ପାଣିଗ୍ରାହୀ/ବିଜୟ ସାହୁ
  101. ଖଲିକୋଟ-
  102. ଆସ୍କା-ମନୋଜ କୁମାର ଜେନା/ସ୍ବରୂପ ପାଣିଗ୍ରାହୀ
  103. ସୋରଡା-ଦତ୍ତାତ୍ରୟ ମହାନ୍ତି/ସଂଗ୍ରାମ ମହାନ୍ତି
  104. ସାନଖେମୁଣ୍ଡି-ରମେଶ ଚନ୍ଦ୍ର ଜେନା
  105. ହିଂଜିଳି- ଶମ୍ଭୁ ପାଣିଗ୍ରାହି/ନିରଂଜନ ପାଣିଗ୍ରାହୀ
  106. ଛତ୍ରପୁର-
  107. ଗୋପାଳପୁର-ଏସ୍. ଧର୍ମ ରେଡ୍ଡୀ/ପୀତବାସ ପଣ୍ଡା
  108. ବ୍ରହ୍ମପୁର-ଦୀପକ ପଟ୍ଟନାୟକ/ଲିଙ୍ଗରାଜ ଚୈଧୁରୀ
  109. ତଳସରା-ପ୍ରଫୁଲ୍ଲ ମାଝୀ/ତ୍ରିବେଣୀ ମାଝି
  110. ସୁନ୍ଦରଗଡ-ସୁମିତା ବିଶ୍ବାଳ/ ଜଟିଆ ମୁଣ୍ଡ
  111. ବିରମିତ୍ରପୁର- ପୋଟେଲ ବାର୍ଲା/ସୁଷମା ନାୟକ
  112. ରଘୁନାଥପାଲି- ଗୋପାଳ ଦାସ/ଗଜେନ୍ଦ୍ର ତନ୍ତୀ
  113. ରାଉରକେଲା-ରବି ରାୟ/ବିରେନ୍ଦ୍ର ସେନାପତି
  114. ରାଜଗାଙ୍ଗପୁର-ଗ୍ରୀଗୋରୀ ମିଂଜ/ରଜନ ଏକା
  115. ବଣାଇ-ଜନାର୍ଦ୍ଦନା ଦେଉରି
  116. କୁଚିଣ୍ଡା-ରାଜେନ୍ଦ୍ର ଛତ୍ରିଆ/ଶୋଭାରମ ପ୍ରଧାନ
  117. ରେଙ୍ଗାଲି- ଦୁର୍ଯ୍ୟୋଧନ ଗଡତିଆ/ତପସ୍ୟା ମହାନନ୍ଦ
  118. ସମ୍ବଲପୁର- ଅଶ୍ବିନ ଗୁରୁ/ସୁରେଶ୍ବର ମିଶ୍ର
  119. ରେଢାଖୋଲ-ଆସ୍ରଫ ଅଲ୍ଲି ଖାଁ/ ଦୁଲ୍ଲାଲ ପ୍ରଧାନ
  120. ଦେଉଗଡ- ଉମାକାନ୍ତ ସାହୁ/ଶେମ୍ ହେମ୍ରମ୍
  121. ଛେଣ୍ଡିପଦା- ସସ୍ମିତା ବେହେରା/ନରୋତ୍ତମା ନାୟକ
  122. ଆଠମଲ୍ଲିକ-
  123. ତେଲକୋଇ- ମୋହନ ହେମ୍ବ୍ରମ୍/ହର ମୋହନ ସୋରେନ୍
  124. ଘସିପୁରା- ନିରଂଜନ ପଟ୍ଟନାୟକ/ରତିକାନ୍ତ ବରାଳ
  125. ଆନନ୍ଦପୁର-ଜୟଦେବ ଜେନା/ସଂଗ୍ରାମ ଜେନା
  126. ପାଟଣା-ଗୌର ନାୟକ/ଗୋପେଶ୍ବର ନାୟକ
  127. କେଉଁଝର-ବିଦ୍ୟାଧର ଦେହୁରୀ/ସିଦ୍ଦେଶ୍ବର ନାୟକ
  128. ଚଂପୁଆ-ପାର୍ଥସାରଥୀ ପହି/ ବିପ୍ଲବ ମିଶ୍ର
  129. କରଂଜିଆ- ଯାବମଣି ଟୁଡ୍ଡୁ/ତ୍ରୋଲୋକେଶ୍ବର ନାୟକ