Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲା ଡିଜିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ
ଆଜିର ଖବର

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ମାମଲା ଡିଜିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

February 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ପ୍ରସଙ୍ଗ ନେଇ ପୋଲିସି ଡିଜି ଙ୍କ ଉଦ୍ୟସରେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ବିନୟତୋଷ ମିଶ୍ରଙ୍କୁ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରଦେଶ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗତ ତା ୧.୨.୨୦୨୦ ରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ସୂଚନା ଅଧିକାର କର୍ମୀ ଶ୍ରୀ ରଞ୍ଜନ ଦାସଙ୍କ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରାଯାଇଥିଲା । ପରବର୍ତୀ ସମୟରେ ତାଙ୍କ ପରିବାରଙ୍କ ଅଭିଯୋଗକୁ ଭିତି କରି ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଅଛି । ଏହି ଘଟଣାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ସହ ନେଇ ଏକ ୭ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ଗତ ତା ୮.୨.୨୦୨୦ ରିଖ ଦିନ ମୃତ ରଞ୍ଜନଙ୍କ ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ପାରିପାଶ୍ୱିକ ପରିସ୍ଥିତି ଓ ସାଧାରଣ ଜନତାଙ୍କ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ ରଞ୍ଜନ ଦାସଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଅଛି । ଯେହେତୁ ସ୍ୱର୍ଗତଃ ଦାସ ସୂଚନା ଅଧିକାର ଆଇନ ମାଧ୍ୟମରେ ମହାକାଳପଡା, ପାଟକୁରା ସମେତ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଦୁର୍ନୀତିଗ୍ରସ୍ତ ଓ କଳାକାରନାମାରେ ଲିପ୍ତଥିବା ସରକାରୀ ଅଧିକାରୀଙ୍କ ମୁଖା ଖୋଲି ଦେଉଥିଲେ । ଯେଉଁଥିପାଇଁ ସରକାରୀ କର୍ମଚାରୀ ଓ ରାଜନେତାମାନଙ୍କୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ଏଣୁ ଏଥିରୁ ସ୍ପଷ୍ଟ ହେଉଛି ଉକ୍ତ ହତ୍ୟା ଯୋଜନାବଦ୍ଧ । ଏହାର ତଦନ୍ତରେ ସ୍ଥାନୀୟ ପୋଲିସର ଭୂମିକା ଅତ୍ୟନ୍ତ ସନ୍ଦେହଜନକ ।

ଏଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରକୁତ ଦୋଷୀକୁ ଦଣ୍ଡ ଦେବାସହ ମୃତକ ରଂଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଅତିରିକ୍ତ ଡିଜି ଶ୍ରୀଯୁକ୍ତ ମିଶ୍ରଙ୍କୁ ଦାବି ଜଣାଇଛନ୍ତି। କଂଗ୍ରେସର ଦାବିପତ୍ରକୁ ଗ୍ରହଣ କରି ଅତିରିକ୍ତ ଡିଜି ଶ୍ରୀ ମିଶ୍ର କ୍ରାଇମବ୍ରାଞ୍ଚ ତଦାରଖ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ନିଶିକାନ୍ତ ମିଶ୍ର, ଜିନେଶ ଦାସ,ଏମ ଡି ଆଲିମ, ସତ୍ୟନାରାୟଣ କର ପ୍ରମୁଖ ଉପସ୍ଥିତ ଥିଲେ ।

odishacong
Share. Facebook Twitter LinkedIn Email WhatsApp Copy Link

Related Posts

ଟିଭି କେବୁଲ୍‌ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Twin City Durga Puja: କଟକ ଭୁବନେଶ୍ବରରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା, ଚାରିଆଡେ ଉତ୍ସବର ପରିବେଶ

October 18, 2026
Latest News

ଟିଭି କେବୁଲ୍‌ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ

October 18, 2026

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.