Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଛାଡିବେ 5 ବିଧାୟକ, ସେମାନଙ୍କୁ ନେବା ପାଇଁ ବିଜେପି, ବିଜେଡି ମଧ୍ୟରେ ଚାଲିଛି ବଳକଷା
ଆଜିର ଖବର

କଂଗ୍ରେସ ଛାଡିବେ 5 ବିଧାୟକ, ସେମାନଙ୍କୁ ନେବା ପାଇଁ ବିଜେପି, ବିଜେଡି ମଧ୍ୟରେ ଚାଲିଛି ବଳକଷା

June 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବର୍ତ୍ତମାନ କଂଗ୍ରେସର ଅବସ୍ଥା ଦିନକୁ ଦିନ ଉଭୟ ଜାତୀୟ ଓ ରାଜ୍ୟରେ ଦୟନୀୟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକମାନେ ଦଳ ଛାଡି ବିଜେପି କିମ୍ବା ଆଞ୍ଚଳିକ ଦଳରେ ମିଶିବାରେ ଲାଗିଛନ୍ତି। ସେହିପରି ଅବସ୍ଥା ଓଡିଶା କଂଗ୍ରେସରେ ମଧ୍ୟ ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଖୁବ ଶିଘ୍ର କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ 5 ଜଣ ଦଳ ଛାଡି ଅନ୍ୟ ଦଳରେ ମିଶିବେ। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇସାରିଲାଣି ବୋଲି ଜଣାପଡିଛି। ବିଜେପିର ଭିତିରିଆ ସୁତ୍ର ଅନୁସାରେ ଏହି କାର୍ଯ୍ୟରେ କୁଆଡେ ଦଳର ଜଣେ ଟାଣୁଆ ନେତା କଥାବାର୍ତ୍ତା ଆରମ୍ଭ କରିଛନ୍ତି। ସେମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ଏକ ବଡ ଅଫର ମଧ୍ୟ ଦିଆଯାଇଛି। କଂଗ୍ରେସ ଦଳର ଯେପରି ଅବସ୍ଥା ସେଥିରେ ରହି କିଛି ଲାଭ ନାହିଁ ବୋଲି ଏହି ବିଧାୟକଙ୍କୁ ବୁଝାଇ ଦିଆଯାଇଛି। ବିଜେପି ପରି ବିଜେଡି ମଧ୍ୟ କୁଆଡେ ଏହି ପାଞ୍ଚଜଣ ବିଧାୟକଙ୍କୁ ଦଳରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସରକାର ଗଠନ ପରେ ପରେ ଦଳର ଜଣେ ପ୍ରଭାବଶାଳୀ ନେତା ଏହି କାର୍ଯ୍ୟରେ କୁଆଡେ ଲାଗିପଡିଛନ୍ତି। ବିଜେଡି ତରଫରୁ ମଧ୍ୟ ସେମାନଙ୍କୁ ବଡ ଅଫର ଦିଆଯାଇଛି। ଯାହା ଜଣାପଡୁଛି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହି ପାଞ୍ଚଜଣ ବିଧାୟକ କଂଗ୍ରେସ ଦଳ ଛାଡି ନୂଆ ଦଳରେ ଯୋଗଦେବାର ସମ୍ଭାବନା ରହିଛି।

BJD BJP congmla odishacong
Share. Facebook Twitter LinkedIn Email WhatsApp Copy Link

Related Posts

ଟିଭି କେବୁଲ୍‌ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ

October 18, 2026

Durga Puja in Assam: ଆସାମର ବାରକ ଉପତ୍ୟକାର ଦୁର୍ଗା ପାଲଟିଛି ଏକ ବିରଳ ଉଦାହରଣ

October 18, 2026

ବନ ବିଭାଗର ୬୫ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରି ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

October 18, 2026

ଅଷ୍ଟମୀ-ନବମିରେ କରନ୍ତୁ ଯଜ୍ଞ: ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

October 18, 2026
Latest News

ଟିଭି କେବୁଲ୍‌ ମରାମତି ବେଳେ ଅଘଟଣ, ଦୁଇ କର୍ମଚାରୀଙ୍କ ମୃତ୍ୟୁ

October 18, 2026

ଭକ୍ତଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୫ ମୃତ

October 18, 2026

IDBI Bank Sale Controversy: ଆଡିବିଆଇ ବ୍ୟାଙ୍କ ବିକିବା ପ୍ରସ୍ତାବକୁ ବିରୋଧ କରି କର୍ମଚାରୀ ସଂଘର ଧର୍ମଘଟ ଆହ୍ବାନ

October 18, 2026

ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିରରୁ ଐତିହାସିକ ପୁରାତନ ବୀରଶିଳା ଆବିଷ୍କୃତ

October 18, 2026

Vedanta Investment: ଜିଙ୍କ୍ ଉତ୍ପାଦନ ଦ୍ୱିଗୁଣିତ କରିବା ପାଇଁ ୬୦୦ ନିୟୁତ ଡଲାର ନିବେଶ କରିବ ବେଦାନ୍ତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.