Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ସରକାର ଗଠନ କେବେ, ସରୁନି ଆଲୋଚନା, ବଢୁଛି ଦ୍ବନ୍ଦ୍ବ
ବିଶେଷ ଖବର

ମହାରାଷ୍ଟ୍ରରେ ସରକାର ଗଠନ କେବେ, ସରୁନି ଆଲୋଚନା, ବଢୁଛି ଦ୍ବନ୍ଦ୍ବ

November 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ରାଜନୀତି ଏବେ ବେଶ୍‌ ସରଗରମ। ନିର୍ବାଚନ ଫଳ ବାହାରିବାର ୧୦ ଦିନ ହୋଇଗଲାଣି। କିନ୍ତୁ ଏବେ ସୁଦ୍ଧା ସରକାର ଗଠନ ହୋଇପାରୁନାହିଁ। ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଯାଇଛି। ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ପାଇଁ ଅଡି ବସିଥିବାବେଳେ ବିଜେପି ଏକୁଟିଆ ସରକାର ଗଢିବ ବୋଲି ଦାବି କରୁଛି। ମହାରାଷ୍ଟ୍ରର ରାଜନୀତିରେ ଏବେ ବେଶ୍‌ ଗଣ୍ଡଗୋଳିଆ ରହିଛି। ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ତଥା ଅନ୍ୟାନ୍ୟ ସ୍ବାଧୀନ ମାନେ ମିଶି ସରକାର ଗଠନ କରିବାକୁ ଶୁଣିବାକୁ ମିଳିଥିବାବେଳେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ଦଳ ନିକଟରେ ବହୁମତ ରହିଛି। ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍‌ ନମ୍ବର ରହିଥିବାବେଳେ ତାଙ୍କ ନିକଟରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ଶିବସେନାଙ୍କ ପାଖରେ ୫୪ ବିଧାୟକ, କଂଗ୍ରେସ ପାଖରେ ୪୪ ବିଧାୟକ, ଏନ୍‌ସିପି ପାଖରେ ୫୪ ବିଧାୟକ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ମିଶାଇଲେ ୧୭୦ ବିଧାୟକ  ହେଉଛନ୍ତି। ଇତିମଧ୍ୟରେ ଏନ୍‌ସିପିର ପ୍ରବକ୍ତା ନବାବ ମଲ୍ଲିକ୍‌ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନାର ମୁଖ୍ୟମନ୍ତ୍ରୀ ହେବ ତେବେ  ଶିବସେନା ନିଜ ଭୂମିକାକୁ ସ୍ପଷ୍ଟ କରିବା ସହିତ ଆମ ଭୂମିକାକୁ ମଧ୍ୟ ସ୍ପଷ୍ଟ କରୁ। ଜନତା ଆମକୁ ବିରୋଧୀ ପାଇଁ ନିର୍ଣ୍ଣୟ ନେଇଛନ୍ତି। ରାଷ୍ଟ୍ରପତି ଶାସନ କରି ଆମେ ଗଣତନ୍ତ୍ରର କଣ୍ଠରୋଧ ହେବାକୁ ଦେବୁନାହିଁ। ଯଦି ଶିବସେନା ସରକାର ଗଠନ କରିବ, ବିକଳ୍ପ ନିଶ୍ଚୟ ରହିଛି।

ସେହିପରି ଶିବସେନା ସହିତ ସରକାରର ସହଯୋଗ କରିବା ପାଇଁ କଂଗ୍ରେସ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ଶିବସେନା ଓ ଏନ୍‌ସିପି ସହ ମିଶି  ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଥିଲେ। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର ଗଠନକୁ ନେଇ ଶିବସେନା ଟାର୍ଗେଟ୍‌ କରି କହିଛି ଯେ, ବିଜେପି ଇଡି, ପୁଲିସ୍‌, ପଇସା ଓ ବାହୁ ବଳ ତଥା ଅନ୍ୟ ଦଳର ବିଧାୟକଙ୍କୁ କିଣି ସରକାର ଗଢିବ। ସାମ୍ନାରେ ପ୍ରକାଶିତ ସମ୍ପାଦକୀୟରେ ଲେଖାଯାଇଛି ଯେ, ଯଦି ଶିବସେନା ବିନା ବହୁମତ ରହୁଛି, ତେବେ ସରକାର ଗଠନ କର ଓ ମୁଖ୍ୟମନ୍ତ୍ରୀ ହୋଇଯାଅ। ଏହି ପ୍ରେକ୍ଷାପଟ୍ଟରେ ବିଜେପି ଶିବସେନା ସହିତ ପୁଣି ଥରେ କଥାବାର୍ତ୍ତା କରିବାକୁ ଚାହୁଁଛି। ମହାରାଷ୍ଟ୍ର ସରକାରର କାର୍ଯ୍ୟକାଳ ୯ ନଭେମ୍ବର ରହିଥିବାବେଳେ ଏବେବି ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦି ୯ ତାରିଖ ଭିତରେ ସରକାର ଗଠନ ସମ୍ଭବ ନୁହେଁ, ତେବେ କ’ଣ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ, ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ମହାରାଷ୍ଟ୍ର ରାଜନୀତି ଗତି କରୁଛି, ତେବେ ଆଗାମୀ ସମୟରେ ମହାରାଷ୍ଟ୍ର ରାଜନୀତି ପାଣିପାଗରେ କ’ଣ ପରିବର୍ତ୍ତନ ଘଟିବ, ତାହା ଜଣାପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.