Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ସରକାର ଗଠନ କେବେ, ସରୁନି ଆଲୋଚନା, ବଢୁଛି ଦ୍ବନ୍ଦ୍ବ
ବିଶେଷ ଖବର

ମହାରାଷ୍ଟ୍ରରେ ସରକାର ଗଠନ କେବେ, ସରୁନି ଆଲୋଚନା, ବଢୁଛି ଦ୍ବନ୍ଦ୍ବ

November 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାରତୀୟ ରାଜନୀତି ଏବେ ବେଶ୍‌ ସରଗରମ। ନିର୍ବାଚନ ଫଳ ବାହାରିବାର ୧୦ ଦିନ ହୋଇଗଲାଣି। କିନ୍ତୁ ଏବେ ସୁଦ୍ଧା ସରକାର ଗଠନ ହୋଇପାରୁନାହିଁ। ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବାକୁ ଥିବାବେଳେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଯାଇଛି। ଶିବସେନା ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ପାଇଁ ଅଡି ବସିଥିବାବେଳେ ବିଜେପି ଏକୁଟିଆ ସରକାର ଗଢିବ ବୋଲି ଦାବି କରୁଛି। ମହାରାଷ୍ଟ୍ରର ରାଜନୀତିରେ ଏବେ ବେଶ୍‌ ଗଣ୍ଡଗୋଳିଆ ରହିଛି। ଶିବସେନା ସହ ଏନ୍‌ସିପି ଓ କଂଗ୍ରେସ ତଥା ଅନ୍ୟାନ୍ୟ ସ୍ବାଧୀନ ମାନେ ମିଶି ସରକାର ଗଠନ କରିବାକୁ ଶୁଣିବାକୁ ମିଳିଥିବାବେଳେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ମହାରାଷ୍ଟ୍ରରେ ଶିବସେନା ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ଶିବସେନାର ସଞ୍ଜୟ ରାଉତ କହିଛନ୍ତି ଯେ, ତାଙ୍କ ଦଳ ନିକଟରେ ବହୁମତ ରହିଛି। ସରକାର ଗଠନ ପାଇଁ ୧୪୫ ମ୍ୟାଜିକ୍‌ ନମ୍ବର ରହିଥିବାବେଳେ ତାଙ୍କ ନିକଟରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ କହିଛନ୍ତି । ଶିବସେନାଙ୍କ ପାଖରେ ୫୪ ବିଧାୟକ, କଂଗ୍ରେସ ପାଖରେ ୪୪ ବିଧାୟକ, ଏନ୍‌ସିପି ପାଖରେ ୫୪ ବିଧାୟକ ଓ ନିର୍ଦ୍ଦଳୀୟ ବିଧାୟକଙ୍କ ମିଶାଇଲେ ୧୭୦ ବିଧାୟକ  ହେଉଛନ୍ତି। ଇତିମଧ୍ୟରେ ଏନ୍‌ସିପିର ପ୍ରବକ୍ତା ନବାବ ମଲ୍ଲିକ୍‌ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନାର ମୁଖ୍ୟମନ୍ତ୍ରୀ ହେବ ତେବେ  ଶିବସେନା ନିଜ ଭୂମିକାକୁ ସ୍ପଷ୍ଟ କରିବା ସହିତ ଆମ ଭୂମିକାକୁ ମଧ୍ୟ ସ୍ପଷ୍ଟ କରୁ। ଜନତା ଆମକୁ ବିରୋଧୀ ପାଇଁ ନିର୍ଣ୍ଣୟ ନେଇଛନ୍ତି। ରାଷ୍ଟ୍ରପତି ଶାସନ କରି ଆମେ ଗଣତନ୍ତ୍ରର କଣ୍ଠରୋଧ ହେବାକୁ ଦେବୁନାହିଁ। ଯଦି ଶିବସେନା ସରକାର ଗଠନ କରିବ, ବିକଳ୍ପ ନିଶ୍ଚୟ ରହିଛି।

ସେହିପରି ଶିବସେନା ସହିତ ସରକାରର ସହଯୋଗ କରିବା ପାଇଁ କଂଗ୍ରେସ ହୁସୈନ ଦଲବଇ ପାର୍ଟିର କାମଚଳା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମହାରାଷ୍ଟ୍ରରେ ଶିବସେନା ଓ ଏନ୍‌ସିପି ସହ ମିଶି  ମେଣ୍ଟ ସରକାର ଗଠନ କରିବାକୁ ନେଇ ଚିଠି ଲେଖିଥିଲେ। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର ଗଠନକୁ ନେଇ ଶିବସେନା ଟାର୍ଗେଟ୍‌ କରି କହିଛି ଯେ, ବିଜେପି ଇଡି, ପୁଲିସ୍‌, ପଇସା ଓ ବାହୁ ବଳ ତଥା ଅନ୍ୟ ଦଳର ବିଧାୟକଙ୍କୁ କିଣି ସରକାର ଗଢିବ। ସାମ୍ନାରେ ପ୍ରକାଶିତ ସମ୍ପାଦକୀୟରେ ଲେଖାଯାଇଛି ଯେ, ଯଦି ଶିବସେନା ବିନା ବହୁମତ ରହୁଛି, ତେବେ ସରକାର ଗଠନ କର ଓ ମୁଖ୍ୟମନ୍ତ୍ରୀ ହୋଇଯାଅ। ଏହି ପ୍ରେକ୍ଷାପଟ୍ଟରେ ବିଜେପି ଶିବସେନା ସହିତ ପୁଣି ଥରେ କଥାବାର୍ତ୍ତା କରିବାକୁ ଚାହୁଁଛି। ମହାରାଷ୍ଟ୍ର ସରକାରର କାର୍ଯ୍ୟକାଳ ୯ ନଭେମ୍ବର ରହିଥିବାବେଳେ ଏବେବି ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦି ୯ ତାରିଖ ଭିତରେ ସରକାର ଗଠନ ସମ୍ଭବ ନୁହେଁ, ତେବେ କ’ଣ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବ, ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ମହାରାଷ୍ଟ୍ର ରାଜନୀତି ଗତି କରୁଛି, ତେବେ ଆଗାମୀ ସମୟରେ ମହାରାଷ୍ଟ୍ର ରାଜନୀତି ପାଣିପାଗରେ କ’ଣ ପରିବର୍ତ୍ତନ ଘଟିବ, ତାହା ଜଣାପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଭାରତ-ଜର୍ମାନୀ ମିଳିତ ବିବୃତ୍ତି

January 13, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026
Latest News

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.