Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶିବସେନା କହୁଛି ଆମ ପାଖରେ ୧୭୦ ବିଧାୟକ, ବିଜେପି ଏବେ କରିବ କଣ?
ବିଶେଷ ଖବର

ଶିବସେନା କହୁଛି ଆମ ପାଖରେ ୧୭୦ ବିଧାୟକ, ବିଜେପି ଏବେ କରିବ କଣ?

November 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ବାହାରିବାର ୧୦ ଦିନ ପରେ ମଧ୍ୟ ରାଜ୍ୟରେ ସରକାର ଗଠନ ହୋଇ ପାରୁନାହିଁ। ବିଜେପି-ଶିବସେନା ମେଣ୍ଟ ପାଖରେ ସରକାର ଗଢିବା ଲାଗି ଆବଶ୍ୟକ ସମର୍ଥନ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ୫୦:୫୦ ଅନୁପାତରେ ବାଣ୍ଟିବାକୁ ନେଇ ଦୁଇ ଦଳ ଭିତରେ ପ୍ରବଳ ଗଣ୍ଡଗୋଳ ଆରମ୍ଭ ହୋଇଛି। ଆଜି ହଠାତ ଶିବସେନା ଦାବି କରିଛି ଯେ ସରକାର ଗଠନ ଲାଗି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୦୫, ଶିବସେନାର ୫୬, ଏନସିପିର ୫୪, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ରହିଛନ୍ତି। ଶିବସେନା ଓ ବିଜେପି ଭିତରେ ବଢୁଥିବା କନ୍ଦଳ ଯୋଗୁଁ ଏବେ ପ୍ରତି ମୁହୂର୍ତ୍ତରେ ରାଜ୍ୟର ରାଜନୈତିକ ସମୀକରଣ ବଦଳି ଚାଲିଛି। ଆଜି ହଠାତ ବିଜେପିକୁ ଅଡୁଆରେ ପକାଇ ଶିବସେନା ଘୋଷଣା କରିଛି ଯେ, ତାଙ୍କ ପାଖରେ ସରକାର ଗଢିବା ଲାଗି ୧୭୦ ବିଧାୟକଙ୍କ ସମର୍ଥନ ରହିଛି।

ଏହାକୁ ନେଇ ଏବେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ହିନ୍ଦୁତ୍ଵ ବିଚାର ଦୃଷ୍ଟିରୁ ଶିବସେନା ବିଜେପିର ପ୍ର୍ରାକୃତିକ ସହଯୋଗୀ ବୋଲି କୁହାଯାଇପାରେ। ହେଲେ ଗତ କିଛି ବର୍ଷ ହେଲା ବିଜେପିର ସର୍ବଗିଳା ରାଜନୀତି କାରଣରୁ ଏହାକୁ କୌଣସି ଦଳ ସହଯୋଗୀ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ବିଜେପି ସଭାପତି ଅମିତ ଶାହ କେନ୍ଦ୍ର ସରକାରର ସମସ୍ତ କ୍ଷମତା ପ୍ରୟୋଗ କରି ଆଞ୍ଚଳିକ ଦଳଗୁଡିକୁ ସମାପ୍ତ କରିଦେବାକୁ ଚାହୁଁଛନ୍ତି ବୋଲି ଆଞ୍ଚଳିକ ଦଳମାନଙ୍କର ହୃଦବୋଧ ହୋଇଛି। ଏହାର ପରିଣତି ସ୍ଵରୂପ ଏନଡିଏରେ ଥିବା ପୁରୁଣା ସହଯୋଗୀ ଶିବସେନା ଓ ଅକାଳୀ ଦଳ ଏବେ ଭିନ୍ନ ବାଟ ଖୋଜିବା ଆରମ୍ଭ କରିଛନ୍ତି।

ଶିବସେନା ଏବେ ଯଦି ବିଜେପିଠୁ ଅଲଗା ହୋଇ ସରକାର ଗଢିବାକୁ ଚାହେଁ ତାହେଲେ ଆପେ ଆପେ ସରକାର ଗଠନର ଚାବିକାଠି ଶରଦ ପାୱାର ଓ ସୋନିଆ ଗାନ୍ଧୀଙ୍କ ହାତକୁ ଚାଲି ଆସିବ। ବିରୋଧୀ ଦଳରେ ବସିବାକୁ ନୈତିକ ଭାବରେ ପ୍ରସ୍ତୁତ ଥିବା ଏନସିପି ଓ କଂଗ୍ରେସ ଶିବସେନାକୁ ସମର୍ଥନ ଦେବେ କି ନାହିଁ, ତାହା ଏକ ଜଟିଳ ପ୍ରଶ୍ନ। ସାମ୍ପ୍ରଦାୟିକ ରାଜନୀତିରେ ଶିବସେନା ଓ ବିଜେପି ଉଭୟେ ଅଭିଜ୍ଞ ଓ ଏମାନଙ୍କ ପ୍ରତି କଂଗ୍ରେସର ସ୍ଵାଭାବିକ ସନ୍ଦେହ ରହିଛି। ଶିବସେନାକୁ ସରକାର ଲାଗି ସମର୍ଥନ ଦେବା କଂଗ୍ରେସ ପାଇଁ ଏକ ବଡ ବୈଚାରିକ ସଙ୍କଟ ସୃଷ୍ଟି କରିବ।

ହେଲେ ରାଜନୈତିକ ବାସ୍ତବତାକୁ ଆଖି ଆଗରେ ରଖି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାର ସୁଯୋଗ ମିଳିଲେ ତାକୁ କଂଗ୍ରେସ ବା ଏନସିପି ହାତଛଡା କରିବେ ନାହିଁ। ନିଜ ପକ୍ଷରେ ସଂଖ୍ୟାମତ ନଥାଇ ମଧ୍ୟ ମହାରାଷ୍ଟ୍ରରେ ନିଜର ବିଜୟ ଉତ୍ସବ ପାଳନ କରିସାରିଥିବା ବିଜେପି ଏବେ ଶିଶୁପାଳ ହେବା ଅବସ୍ଥାକୁ ଆସିଯାଇଛି। “ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି” ବୋଲି ଦେବେନ୍ଦ୍ର ଫଡନବିସଙ୍କ ଜିଦ ଯୋଗୁଁ ଏବେ ବିଜେପି ଅଧିକରୁ ଅଧିକ ସଙ୍କଟର ସାମ୍ନା କରୁଛି।

ପୁରୁଣା ଅନୁଭବ ଓ ରାଜନୈତିକ ଗଣିତକୁ ଦେଖିଲେ, ଏବେବି ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟର ସଂଭାବନା ଅଧିକ ସହଜ ମନେ ହେଉଛି। ହେଲେ ରାଜନୀତିରେ କେତେବେଳେ କି ସମୀକରଣ ସୃଷ୍ଟି ହେବ, ତାହା କହିବା ଆଦୌ ସହଜ ନୁହେଁ। ବର୍ତ୍ତମାନ ର ସ୍ଥିତିରେ ବିଜେପିର ଅବସ୍ଥା ମହାରାଷ୍ଟ୍ରରେ ଅତ୍ୟନ୍ତ ଦୟନୀୟ, ଏକଥା ମାନିବାକୁ ପଡିବ। ହୁଏତ ମହାରାଷ୍ଟ୍ରରେ କ୍ଷମତା ଦାଖଲ ଲାଗି ଏବେ ପୁଣିଥରେ ବିଜେପି ନିଜର ସବୁଠୁ ବଡ ସହଯୋଗୀ ସିବିଆଇ, ଇଡି, ଆୟକର ବିଭାଗ ଇତ୍ୟାଦିଙ୍କୁ କାମରେ ଲଗାଇବା ପାଇଁ ଉଦ୍ୟମ କରିବ। ତେବେ ଶିବସେନାକୁ ଏ ପ୍ରକାର ଚାପରେ ଡରାଇବା ଆଦୌ ସହଜ କଥା ନୁହେଁ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.