Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନୁଭବ ମହାନ୍ତିଙ୍କର ସବୁଠୁ ବଡ ଅପରାଧ ହେଉଛି ସେ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଛନ୍ତି!!
ବିଶେଷ ଖବର

ଅନୁଭବ ମହାନ୍ତିଙ୍କର ସବୁଠୁ ବଡ ଅପରାଧ ହେଉଛି ସେ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଛନ୍ତି!!

November 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜିକାଲି ଓଡିଶାର ଏକ ନମ୍ବର ଟିଭି ଚାନେଲର ଏକମାତ୍ର ଖବର ହେଉଛନ୍ତି ଅନୁଭବ ମହାନ୍ତି। ଏକମାତ୍ର ଏଇଥିପାଇଁ ଯେ ଖବର ପରିବେଷଣର ପୂରା ଅଧା ଘଣ୍ଟା ସମୟ କେବଳ ଅନୁଭବ ମହାନ୍ତିଙ୍କ ବିଷୟରେ ଗପ ଶୁଣିବାକୁ ଆମକୁ ବାଧ୍ୟ କରା ଯାଉଛି। ଅବଶ୍ୟ ଅନୁଭବ ଓଡିଶାର ଚର୍ଚ୍ଚିତ ସିନେମା ତାରକା ଓ ରାଜନେତା। ତେଣୁ ଖବରରେ ରହିବାର ଯୋଗ୍ୟତା ତାଙ୍କର ରହିଛି। ହେଲେ ଏକ ନମ୍ବର ଟିଭିର କହିବା କଥା ହେଲା ଅନୁଭବ ଓଡିଶାର ଏକ ନମ୍ବର ଖଳନାୟକ। ଅନୁଭବ ତାଙ୍କ ପଡୋଶୀ ସହ ଝଗଡା କଲେ, ସେଇଟା ମୁଖ୍ୟ ଖବର। ଅନୁଭବଙ୍କ ଭାଇଙ୍କ ନାଁରେ କେହିଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଲେ, ସେଇଟା ଖବର। ଅନୁଭବ ଏକ ନମ୍ବର ଟିଭିର ସାମ୍ବାଦିକଙ୍କୁ ତାଳି ମାରି ତାଚ୍ଛଲ୍ୟ କଲେ, ସେଇଟା ବି ଖବର। ତାଳି ମାରି ନମସ୍କାର କରିବା, ସାମ୍ବାଦିକତାର ଅପମାନ ବୋଲି କାଲିଠୁ ଏକ ନମ୍ବର ଟିଭିରେ ଖବର ଚାଲିଛି। ଏ ରାଜ୍ୟରେ ଆଉ କିଛି ଖବର ନାହିଁ, କେବଳ ଏକମାତ୍ର ଖବର ଅନୁଭବ ମହାନ୍ତି!

ତେବେ ଅନୁଭବ ମହାନ୍ତି କାହିଁକି?୨୦୧୯ଆଗରୁ ତ ଅନୁଭବ ଏକ ନମ୍ବର ଟିଭିର ଏତେ ବଡ ଖବର ନଥିଲେ। ୨୦୧୯ ଆଗରୁ ତାଙ୍କୁ ସୁପର ଷ୍ଟାର ବୋଲି ଏକ ନମ୍ବର ଟିଭିର ବହୁ କାର୍ୟକ୍ରମରେ ଆମେ ଦେଖିଛୁ। ଯଦିଓ ଆମେ ଅନୁଭବଙ୍କ ସିନେମାର ପ୍ରଶଂସକ ନୋହୁ, ତଥାପି ଏକନମ୍ବର ଟିଭି ର ସହଯୋଗୀ ସଂସ୍ଥା ତିଆରି କରିଥିବା କିଛି ସିନେମାରେ ଅନୁଭବ ଅଭିନୟ କରିଥିବା ଖବର ଆମେ ଜାଣିଛୁ। ୨୦୧୯ ପୂର୍ବରୁ ଅନୁଭବ ଥିଲେ ସୁପରଷ୍ଟାର, ଓଡିଆ ଲୋକଙ୍କ ପ୍ରିୟ ନାୟକ। ୨୦୧୪ ପରେ ସବୁଠୁ ବଡ ଖଳନାୟକ- କାହିଁକି? ଏମିତି ବି ନୁହଁ ଯେ ଅନୁଭବ ୨୦୧୯ରେ ରାଜନୀତିକୁ ଆସିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଯେତେବେଳେ ରାଜନୀତିକୁ ଆସିଲେ ଓ ତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଲା, ତାକୁ ନେଇ ବହୁ ସମାଲୋଚନା ହୋଇଥିବା ବେଳେ, ଏକ ନମ୍ବର ଟିଭି ତାଙ୍କର ସବୁଠୁ ବଡ ସ୍ତାବକ ଥିଲା।

ଆମର ମନେଅଛି, ଏକନମ୍ବର ଟିଭିର କୌଣସି ଏକ କାର୍ୟକ୍ରମରେ ଅନୁଭବ ଅତିଥି ହୋଇ ଆସିଥିଲେ। ସେଥିରେ ତାଙ୍କୁ ଆଙ୍କର କିଛି ପ୍ରଶ୍ନ ପଚାରିବା ବେଳେ, ଅନୁଭବ ଆଙ୍କରଙ୍କୁ ରୀତିମତ ରାଗିଂ କରିଥିଲେ। ସେତେବେଳେ ଅନୁଭବଙ୍କ ଆଚରଣକୁ ନେଇ ଏକନମ୍ବର ଟିଭି କୌଣସି ଖବର ଦେଖାଇ ନଥିଲା। ଆଜି ହଠାତ ଏ ପରିବର୍ତ୍ତନ କାହିଁକି? ଏ ପ୍ରଶ୍ନର ଉତ୍ତର ଜଟିଳ ନୁହେଁ। ୨୦୧୯ କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ଅନୁଭବ ଏକନମ୍ବର ଟିଭିର ମାଲିକ/ପୃଷ୍ଠପୋଷକଙ୍କ ବିରୋଧରେ ନିର୍ବାଚନ ଲଢିଲେ। ଆଗରୁ ଦୁହେଁ ଗୋଟେ ଦଳରେ ଥିଲେ, ତେଣୁ ଭାବପ୍ରୀତି ବଢିଆ ଥିଲା। ୟେ ତାଙ୍କୁ ଟେକୁଥିଲେ, ସେ ଯାଙ୍କୁ ଟେକୁଥିଲେ। ଏବେ କିନ୍ତୁ କଥା ବଦଳିଗଲା।

ଅନୁଭବ କେବଳ ନିର୍ବାଚନ ଲଢିଲେ ନାହିଁ, ସେ ଏକନମ୍ବର ଟିଭିର ମାଲିକ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାୟ ଦେଢ ଲକ୍ଷ ଭୋଟରେ ହରାଇଲେ। ଅନୁଭବଙ୍କର ତାହା ହେଉଛି ଅପରାଧ। ଖାଲି ଅପରାଧ ନୁହଁ, ସବୁଠୁ ବଡ ଅପରାଧ। ଏତେ ବଡ ଗଣମାଧ୍ୟମ ସଂସ୍ଥାର ମାଲିକ, ଶିଲ୍ପପତି, ସୋସିଆଲ ମିଡିଆର ନାୟକଙ୍କୁ, ଗୋଟେ ଓଡିଆ ଅଭିନେତା ହରାଇଦେବ- ଏଇଟା କି କମ ଅପରାଧ! ସେଇଠୁ ଆରମ୍ଭ ହେଲା ଏକନମ୍ବର ଟିଭିର ଅନୁଭବ ବିରୋଧୀ ଅଭିଯାନ। ଗତ ଛଅ ମାସରେ ଓଡିଶାର ଅନ୍ୟ ରାଜନେତାଙ୍କ ବିଷୟରେ କେତେ ଖବର ଓ ଅନୁଭବବଙ୍କ ବିଷୟରେ କେତେ ଖବର  ଏକ ନମ୍ବର ଟିଭିରେ ବାହାରିଛି, ତାହାର ଏକ ତୁଳକନାତ୍ମକ ଚିତ୍ର ସହଜରେ ମିଳିଯିବ। ନିଜର ରାଜନୈତିକ ପ୍ରତିପକ୍ଷଙ୍କୁ ସାବାଡ କରିବାକୁ ନିଜର ଗଣମାଧ୍ୟମ ସଂସ୍ଥାକୁ ବ୍ୟବହାର କରିବା ଓ ତାକୁ ଯଦି ପ୍ରତିପକ୍ଷ ବିରୋଧ କଲେ, ତାହା ଗଣମାଧ୍ୟମ ସ୍ଵାଧୀନତା ଉପରେ ହସ୍ତକ୍ଷେପ ବୋଲି ସୁଆଙ୍ଗ କରିବା, ଆଉ କିଛି ହେଉ କି ନ ହେଉ, ସାମ୍ବାଦିକତା ନୁହେଁ।

କେନ୍ଦ୍ରାପଡାରେ ଏକନମ୍ବର ଟିଭିର ସାମ୍ବାଦିକଙ୍କୁ ତାଚ୍ଛଲ୍ୟ କରିବା ଏମିତି ଗୋଟେ ବଡ ଅପରାଧ ନୁହେଁ ଯେ ତାକୁ ଖବର କରିବାକୁ ଯାଇ ରାଜ୍ୟର ବାକି ସବୁ ଖବରକୁ ଚାପି ଦିଆଯିବ। ଅନୁଭବ ମହାନ୍ତି ହୁଏତ ଆଉ ଟିକେ ଶାଳୀନ ହୋଇଥାଇ ପାରିଥାନ୍ତେ କିମ୍ବା ଏକନମ୍ବର ଟିଭିର ସାମ୍ବାଦିକଙ୍କୁ ନମ୍ରତାର ସହିତ ଆଡେଇ ଯାଇ ପାରିଥାନ୍ତେ। ତେବେ ତାଙ୍କ ପ୍ରତିକ୍ରିୟାରେ ହିଂସା ବା ଅଶ୍ଳୀଳତା ନଥିଲା। ଅତି ବେଶୀରେ ଏହା ୩୦  ସେକେଣ୍ଡର ଏକ ଖବର ହୋଇପାରିବ। କିନ୍ତୁ ଏକନମ୍ବର ଟିଭିର ଏହା ହିଁ ଏକମାତ୍ର ଖବର ମାନେ ଉଦ୍ଦେଶ୍ୟ ସ୍ପଷ୍ଟ। ମାଲିକଙ୍କୁ ହରାଇଥିବାର ଅପରାଧ ଯୋଗୁଁ ଅନୁଭବଙ୍କୁ ଏ ଦଣ୍ଡ ତ ଭୋଗିବାକୁ ପଡିବ! ବାକି ଗଣମାଧ୍ୟମର ସ୍ଵାଧୀନତା, ସାମ୍ବାଦିକର ସମ୍ମାନ, ରାଜନେତାଙ୍କ ଅଶାଳୀନ ଆଚରଣ, ଏ ଗୁଡା କେବଳ ଶସ୍ତା ସିନେମାର ଡାଇଲଗ ମାତ୍ର।

ବାବୁ ବୈଜୟନ୍ତଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଥିବାର ଅପରାଧ ଯୋଗୁଁ ବାବୁ ଅନୁଭବଙ୍କୁ ଏକ ନମ୍ବର ଟିଭି ସହଜରେ ଛାଡିବ ନାହିଁ! ଆଉ ଆମେ ସବୁ ଭକୁଆ ଦର୍ଶକ ଏ ସୁଆଙ୍ଗ ଦେଖି ସେମାନଙ୍କ ଟିଆରପି ବଢାଇ ଚାଲିବୁ!!

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026
Latest News

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.