ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ବିବାଦୀୟ ଜମି ରାମ ଜନ୍ମଭୂମିକୁ ପ୍ରଦାନ ନିଷ୍ପତ୍ତି

Published: Nov 9, 2019, 11:38 am IST
supreme-court

ସମୀକ୍ଷା ବ୍ୟୁରୋ

ଅଯୋଧ୍ୟା ମାମଲାରେ ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବିବାଦୀୟ ଜମିକୁ ରାମ ଜନ୍ମଭୂମିକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ଏକର ଜମି ପ୍ରଦାନ କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ପ୍ରଦାନ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଲ୍ହାବାଦ୍‌ ହାଇକୋର୍ଟଙ୍କ ପକ୍ଷରୁ ୨୦୧୪ରେ ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଏହା ବିରୋଧରେ ସର୍ବୋଚ୍ଚ କୋର୍ଟରେ ୪ଟି ପକ୍ଷଙ୍କ ତରଫରୁ ୧୪ଟି ମାମଲା ରୁଜୁ କରାଯାଇଥିଲା। ମାତ୍ର ଆଜି ନିର୍ମୋହୀ ଆଖଡା ଏବଂ ସିଆ ଓ୍ବାକଫ୍‌ ବୋର୍ଡର ପିଟିସନ୍‌ ଖାରଜ କରାଯାଇଛି। ସିଆ ଓ୍ବାକଫ୍‌ ବୋର୍ଡର ସିଙ୍ଗଲ ଲିଭ୍‌ ପିଟିସନ୍‌ ଖାରଜ କରାଯାଇଥିବା ବେଳେ ନିର୍ମୋହୀ ଆଖଡା ସେବାୟତ ହୋଇନଥିବାରୁ ନିର୍ମୋହୀ ଆଖଡାର ପିଟିସନ୍‌ ମଧ୍ୟ ଖାରଜ କରାଯାଇଛି।

Related posts