Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦରେ ଭାଇ, ବିଧାନସଭାରେ ଭଗାରି- ବିଜେଡି ବିଜେପି ସମ୍ପର୍କର ବିଚିତ୍ର ନାଟକ
ବିଶେଷ ଖବର

ସଂସଦରେ ଭାଇ, ବିଧାନସଭାରେ ଭଗାରି- ବିଜେଡି ବିଜେପି ସମ୍ପର୍କର ବିଚିତ୍ର ନାଟକ

November 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ରାଜ୍ୟସଭାର ୨୫୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବିଜୁ ଜନତା ଦଳକୁ ସଂସଦୀୟ ଗରିମା ରକ୍ଷା ଲାଗି ଉଚ୍ଛ୍ଵସିତ ପ୍ରଶଂସା କରୁଥିଲେ ଓ ବିଜେଡ଼ିଠୁ ବିଜେପି ଅନେକ କିଛି ଶିଖିବା ଉଚିତ ବୋଲି କହୁଥିଲେ, ସେହି ସମାନ ସମୟରେ ଓଡିଶା ବିଧାନସଭାରେ ବିଜେପି ବିଧାୟକମାନେ ଗୃହକାର୍ୟ ଚଳାଇ ନ ଦେବାକୁ ଉଦ୍ୟମ କରୁଥିଲେ। ଇତିହାସର ବିଡମ୍ବନା ହେଉଛି, ବିଜେପି ଯେତେବେଳେ ଯାହାକୁ ଆଦର୍ଶ ବୋଲି ସ୍ଵୀକାର କରିଛି, ତାକୁ ଭାଙ୍ଗିବାରେ ମଧ୍ୟ ବିଜେପିର ଉତ୍ସାହ କିଛି କମ ନୁହେଁ। ସଂସଦୀୟ ଗରିମା କଥା କହୁଥିବା ପ୍ରଧାନମନ୍ତ୍ରୀ ଖୋଦ ନିର୍ବାଚନୀ ସଭାକୁ ଗଲେ ନିଜ ପଦର ଗରିମା ଭୁଲିଯାଆନ୍ତି।  ଗତକାଲି ସଂସଦରେ ସେ ଶରଦ ପାୱାରଙ୍କ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଓ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ ପ୍ରଶଂସା କରିବା ପଛରେ ସଂସଦୀୟ ଗରିମା ଅପେକ୍ଷା ବିଜେପିର ରାଜନୈତିକ ଆବଶ୍ୟକତା ମୁଖ୍ୟ କାରଣ ବୋଲି କୁହାଯାଇପାରେ। ମହାରାଷ୍ଟ୍ରରେ ନିର୍ବାଚନ ପରବର୍ତ୍ତୀ ସମୀକରଣ ଯାହା ସେଥିରେ କ୍ଷମତାର ଚାବିକାଠି ଶରଦ ପାୱାରଙ୍କ ହାତରେ ରହିଛି। ଅପରପକ୍ଷରେ ନବୀନ ପଟ୍ଟନାୟକଙ୍କ ସହଯୋଗ ବିନା ରାଜ୍ୟସଭାରେ ବିଜେପି କୌଣସି ବିଲ ଗୃହିତ କରାଇବା ଅସମ୍ଭବ। ତେଣୁ ଏ ଉଭୟ ଦଳକୁ ପ୍ରଶଂସା କରିବା ପଛରେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ବାଧ୍ୟବାଧକତା ରହିଛି।

ତେବେ ଆଉ ଏକ କଥା ଏଠି ଆମକୁ ସ୍ଵୀକାର କରିବାକୁ ପଡିବ। ନିଜର ୨୧ ବର୍ଷର ରାଜନୀତିରେ ନବୀନ ପଟ୍ଟନାୟକ ଜଣେ ରାଜନୈତିକ ବ୍ୟକ୍ତି ଭାବରେ ଓ ତାଙ୍କ ନେତୃତ୍ବରେ ବିଜେଡି, ସଂସଦୀୟ ପରମ୍ପରା ଓ ମର୍ୟାଦା ଲଙ୍ଘନ କରିନାହିଁ। ସାଧାରଣ ଜୀବନରେ ଗତ କୋଡିଏ ବର୍ଷ ଭିତରେ ରାଜନୈତିକ ଭାଷାର ବ୍ୟାପକ ଅବକ୍ଷୟ ହୋଇଥିବା ବେଳେ ନବୀନ ପଟ୍ଟନାୟକ, କେବେବି ସାମାଜିକ ବିଭାଜନକାରୀ ବା ଘୃଣାର ଭାଷା ପ୍ରୟୋଗ କରିନାହାନ୍ତି। ମାର୍ଜିତ, ଭଦ୍ର, ଶାଳୀନ ଓ ପରିମିତ ଭାଷାର ପ୍ରୟୋଗ ବିଜେଡ଼ିକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି। ଏ ପ୍ରକାର ଭାଷାରେ ଆଉ ରାଜନୀତି କରି ହେବନାହିଁ ବୋଲି ଯେଉଁମାନେ କହନ୍ତି ସେମାନଙ୍କ ଲାଗି ବିଜେଡି ଏକ ଉଦାହରଣ ନିଶ୍ଚୟ। ଏ ପ୍ରକାର ଭାଦ୍ର ଭାଷାର ରାଜନୀତି ସତ୍ତ୍ୱେ ଦୀର୍ଘସମୟର ରାଜନୈତିକ ସଫଳତା ଯେ ସମ୍ଭବ, ତାହା ବିଜେଡି ପ୍ରମାଣିତ କରିଛି।

ଠିକ ଏହାର ବିପରୀତ, ଏକ ଉଗ୍ର, ଉତ୍ତେଜନା ସୃଷ୍ଟିକାରୀ ଓ ଭୀଷଣ ଭାବରେ ଅପମାନଜନକ ଭାଷା ଉପରେ ବିଜେପି ର ରାଜନୀତି ଠିଆ ହୋଇଛି। ବିଜେପିର ଅଭିଧାନରେ ବିରୋଧର ଅର୍ଥ ହେଉଛି ଆକ୍ରମଣ ଓ ଅପମାନ। ଏହା ଅନେକାଂଶରେ ବିଜେପିକୁ ଜାତୀୟ ସ୍ତରରେ ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଖୋଦ ଏହି ପ୍ରକାର ଭାଷାର ସୂତ୍ରଧର। ତେଣୁ ଓଡିଶା ବିଜେପି ଏହାର ବ୍ୟତିକ୍ରମ ହେବ କେମିତି? ଓଡିଶାରେ ବିଜେପି ଲାଗି ଏବେ ବଡ ସମସ୍ୟା ବିଜେଡି ହୋଇ ରହିନାହିଁ, ଏବେ ବିଜେପି ହିଁ ବିଜେପିର ସମସ୍ୟା। ରାଜ୍ୟ ନେତାମାନେ ବିଜେଡ଼ିକୁ ପ୍ରତି ମୁହୂର୍ତ୍ତରେ ଆକ୍ରମଣ କରୁଥିବା ବେଳେ ତାଙ୍କର ଶୀର୍ଷ ନେତୃତ୍ଵ ନବୀନଙ୍କ ପ୍ରଶଂସାରେ ଶତମୁଖ। ଯେତେବେଳେ ପ୍ରଧାନମନ୍ତ୍ରୀ ବିଜେଡ଼ିକୁ ସଂସଦୀୟ ଗରିମାର ପ୍ରତୀକ ବୋଲି କହି ଅଭିନନ୍ଦନ ଜଣାଉଛନ୍ତି, ସେଠି ବିରୋଧିଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିରୋଧର ଦମ୍ଭ ବା କେତେ?

ଓଡିଶାରେ ବିଜେଡି କୁ ସହଯୋଗୀ ଭାବରେ ସ୍ଵୀକାର କରି ବିଜେପି ଏବେ ଏହାର ଜୁନିଅର ହେବାକୁ ବାଧ୍ୟ। ସାମ୍ବାଦିକ ସମ୍ମିଳନୀରେ କିମ୍ବା ବିଧାନସଭା ଭିତରେ ବିଜେପିର ବିରୋଧ କେବଳ ନାଟକ ବ୍ୟତୀତ ଆଉ କିଛି ନୁହଁ ବୋଲି ଲୋକେ ବିଶ୍ଵାସ କରିଗଲେଣି। ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ କଣ୍ଠରେ ନବୀନଙ୍କର ପ୍ରଶଂସାକୁ ବିଜେଡି ନିଜର ବଡ ପୁଞ୍ଜି ଭାବରେ ବ୍ୟବହାର କରିବା। ଆଗାମୀ ଦିନରେ ଯେବେ ବି ବିଜେପି ବିଜେଡ଼ିକୁ ଆକ୍ରମଣ କରିବ, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏ ଭାଷଣ ବିଜେଡି ଲାଗି ସଞ୍ଜୀବନୀର କାମ କରିବ। ଡିଜିଟାଲ ମେମୋରୀର ଯୁଗରେ ପ୍ରଧାନମନ୍ତ୍ରୀଙ୍କ ଏ ପଦକ କଥା, ବିଜେଡି ଲାଗି ଅନେକ ବର୍ଷ ଯାଏ ଚରିତ୍ର ପ୍ରମାଣପତ୍ର ଭାବରେ କାମ କରୁଥିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026
Latest News

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.