Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ
ବିଶେଷ ଖବର

ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ୮ଟି ମୁଖ୍ୟଶିଳ୍ପର ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ୬ଟି ଶିଳ୍ପର ପ୍ରଦର୍ଶନ ଦୟନୀୟ ରହିଛି। କୋଇଲା ଶିଳ୍ପ ଉତ୍ପାଦନରେ ୧୭.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ, ଅଶୋଧିତ ତୈଳ ଉତ୍ପାଦନରେ ୫.୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନରେ ୫.୭ ପ୍ରତିଶତ ହ୍ରାସ ପାଇଛି। ସିମେଣ୍ଟ ଉତ୍ପାଦନ(-୭.୭), ଷ୍ଟିଲ୍‌(-୧.୬) ଏବଂ ବିଦ୍ୟୁତ୍‌(-୧୨.୪) ଉତ୍ପାଦନ ହାର ନକରାତ୍ମକ ରହିଛି। ଅକ୍ଟୋବରରେ କେବଳ ସାର ଉତ୍ପାଦନରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ବିଶୋଧନ କ୍ଷେତ୍ରରେ ୦.୪ ପ୍ରତିଶତର ହ୍ରାସ ଘଟିଛି ଯାହାକି ଗତବର୍ଷ ଅକ୍ଟୋବରରେ ୧.୩ ପ୍ରତିଶତ ରହିଥିଲା। ୨୦୧୮ରେ ୮ଟି ମୁଖ୍ୟଶିଳ୍ପର ଉତ୍ପାଦନ ୪.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା। ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଅଭିବୃଦ୍ଧି ହାର ୦.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୮ରେ ସମାନ ସମୟରେ ୫.୪ ପ୍ରତିଶତ ରହିଥିଲା। ଗତ ସେପ୍ଟେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦଶନ୍ଧିର ସର୍ବନିମ୍ନ ୫.୧ପ୍ରତିଶତ ଛୁଇଁଥିଲା।(ଏଜେନ୍ସୀ)

 

 

gdp india
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତ-ବ୍ରିଟେନ ମିଳିତ ବିବୃତ୍ତି

October 10, 2025

ଟ୍ରମ୍ପଙ୍କ “ଶାନ୍ତି ଯୋଜନା” ପ୍ରଚାର ବିଫଳ!: ଗାଜା ଉପରେ ବୋମା ପକାଇଲା ଇସ୍ରାଏଲ, ୩୦ ମୃତ

October 10, 2025

ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ମୋଦୀ ସରକାରଙ୍କ ପ୍ରାଥମିକତା: ଗୃହମନ୍ତ୍ରୀ

October 10, 2025
Latest News

ପାକିସ୍ତାନକୁ କ୍ଷେପଣାସ୍ତ୍ର ଯୋଗାଇବ ନାହିଁ ଆମେରିକା: ସ୍ପଷ୍ଟ ଭାବରେ ଖାରଜ କଲା ଯୁଦ୍ଧ ବିଭାଗ

October 10, 2025

ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର, ଭୁବନେଶ୍ଵର ସ୍ଥାନାନ୍ତର

October 10, 2025

ନୂଆପଡା ଉପନିର୍ବାଚନ, ବସନ୍ତ ପଣ୍ଡାଙ୍କୁ କଣ ବିଜେପି ପ୍ରାର୍ଥୀ କରିବ କି ?

October 10, 2025

ଭାରତର ଭବିଷ୍ୟତ ଗଢ଼ୁଛି ବାୟୋମେଡିକାଲ୍ ଗବେଷଣା

October 10, 2025

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୟଲୋ ୱାର୍ଣ୍ଣିଂ ଜାରୀ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.