Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ
ବିଶେଷ ଖବର

ପ୍ରକାଶ ପାଇଲା ଅର୍ଥନୀତି ରିପୋର୍ଟ: ଅକ୍ଟୋବରରେ ୮ଟି ମୁଖ୍ୟଶିଳ୍ପ ଉତ୍ପାଦନରେ ୫.୮ ପ୍ରତିଶତ ହ୍ରାସ

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂତନ ଜିଡିପି ସିରିଜ୍ ଓ ଆକଳନ ପଦ୍ଧତି ନେଇ ସରକାରଙ୍କ ସ୍ପଷ୍ଟୀକରଣ
ନୂତନ ଜିଡିପି ସିରିଜ୍ ଓ ଆକଳନ ପଦ୍ଧତି ନେଇ ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୯/୧୧: ଅର୍ଥନୈତିକ ମାନ୍ଦାବସ୍ଥା ମଧ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଶିଳ୍ପର ଉତ୍ପାଦନ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଅକ୍ଟୋବର ମାସରେ ଅର୍ଥନୈତିକ ମାନ୍ଦାବସ୍ଥା ସମ୍ପର୍କିତ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ୮ଟି ମୁଖ୍ୟଶିଳ୍ପର ଉତ୍ପାଦନରେ ହାରାହାରି ୫.୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ୬ଟି ଶିଳ୍ପର ପ୍ରଦର୍ଶନ ଦୟନୀୟ ରହିଛି। କୋଇଲା ଶିଳ୍ପ ଉତ୍ପାଦନରେ ୧୭.୬ ପ୍ରତିଶତ ହ୍ରାସ ପାଇଥିବା ବେଳେ, ଅଶୋଧିତ ତୈଳ ଉତ୍ପାଦନରେ ୫.୧ ପ୍ରତିଶତ ହ୍ରାସ ପାଇଛି। ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନରେ ୫.୭ ପ୍ରତିଶତ ହ୍ରାସ ପାଇଛି। ସିମେଣ୍ଟ ଉତ୍ପାଦନ(-୭.୭), ଷ୍ଟିଲ୍‌(-୧.୬) ଏବଂ ବିଦ୍ୟୁତ୍‌(-୧୨.୪) ଉତ୍ପାଦନ ହାର ନକରାତ୍ମକ ରହିଛି। ଅକ୍ଟୋବରରେ କେବଳ ସାର ଉତ୍ପାଦନରେ ୧୧.୮ ପ୍ରତିଶତର ଅଭିବୃଦ୍ଧି ଘଟିଛି। ବିଶୋଧନ କ୍ଷେତ୍ରରେ ୦.୪ ପ୍ରତିଶତର ହ୍ରାସ ଘଟିଛି ଯାହାକି ଗତବର୍ଷ ଅକ୍ଟୋବରରେ ୧.୩ ପ୍ରତିଶତ ରହିଥିଲା। ୨୦୧୮ରେ ୮ଟି ମୁଖ୍ୟଶିଳ୍ପର ଉତ୍ପାଦନ ୪.୮ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା। ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଅଭିବୃଦ୍ଧି ହାର ୦.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୮ରେ ସମାନ ସମୟରେ ୫.୪ ପ୍ରତିଶତ ରହିଥିଲା। ଗତ ସେପ୍ଟେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦଶନ୍ଧିର ସର୍ବନିମ୍ନ ୫.୧ପ୍ରତିଶତ ଛୁଇଁଥିଲା।(ଏଜେନ୍ସୀ)

 

 

gdp india
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026

ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ମଝିଘରିଆଣୀ

October 11, 2026

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି କୁପର ଧକ୍କାରେ ୩ ମୃତ

October 12, 2026

ଷ୍ଟାରଲିଙ୍କକୁ ନେଇ ଭାରତରେ ସସପେନ୍ସ! ଲାଇସେନ୍ସ ମିଳିବାରେ ବିଳମ୍ବ ପଛରେ କ’ଣ କାରଣ?

October 12, 2026

ବାଣୀ ବିହାରରେ ବୋମାମାଡ଼ ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା; ୫ ପ୍ଲାଟୁନ୍ ଫୋର୍ସ ମୁତୟନ

October 12, 2026

UPI Payment Charges: ବଡ଼ ବ୍ୟବସାୟୀଙ୍କୁ ଲାଗିପାରେ MDR ଫି, EMI ପେମେଣ୍ଟକୁ ମିଳିପାରେ ଛାଡ଼!

October 12, 2026

ବିମାନବନ୍ଦରରେ କ୍ଷେପଣାସ୍ତ୍ର ମାଡ଼: ଭାରତୀୟଙ୍କ ସମେତ ୧୩ ମୃତ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.