Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ କଟାଯିବ 64 ହଜାର ଗଛ, ପରିବେଶବିତଙ୍କ ଉଦବେଗ
ବିଶେଷ ଖବର

ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ କଟାଯିବ 64 ହଜାର ଗଛ, ପରିବେଶବିତଙ୍କ ଉଦବେଗ

November 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Lucknow: A view of the Gomti river covered with the carpet of water hyacinth, in Lucknow on June 26, 2019. A survey carried out by a team of environmentalists has found that the dissolved oxygen (DO) in the Gomti river has dipped to dangerous levels and can no longer sustain aquatic life. The DO level should be at least 8.5 mg/litre to make river water fit for human consumption while a drop below 5 mg /litre makes it unfit for flora and fauna. The DO level of Gomti river water has gone down to 0.5 mg/litre. (Photo: IANS)

ଉତ୍ତରପ୍ରଦେଶ,29/11: ଭାରତର ସାମରିକ ଶକ୍ତି ପ୍ରଦର୍ଶନ ପାଇଁ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ପ୍ରତିରକ୍ଷା ପ୍ରଦର୍ଶନୀ ପାଇଁ ବଳି ପଡିବେ 63799ଟି ନୂଆ ପୁରୁଣା ଗଛ। ତୁରନ୍ତ ଏହି ଗଛ କାଟି ସଫା କରିବା ପାଇଁ ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷ ଲକ୍ଷ୍ନୌ ନଗର ନିଗମକୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ଫେବୃୟାରୀରେ ହେବାକୁ ଥିବାରୁ ଜାନୁୟାରୀ 15 ତାରିଖ ସୁଦ୍ଧା ସବୁ ଗଛ କାଟି ଖାଲି ସ୍ଥାନକୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ଚିଠିକୁ ନେଇ ଉତ୍ତର ପ୍ରଦେଶ ପରିବେଶବିତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। କାରଣ ତିନିବର୍ଷ ତଳେ ଲକ୍ଷ୍ନୌ ନଗର ନିଗମ 59 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋମତୀ ନଦୀ ତଟ ଏବଂ ଏହାର ଆଖପାଖ ଅଞ୍ଚଳରେ ଚାରା ରୋପଣ କରିଥିଲେ।  ଏଥିସହିତ ସେଠାରେ ପ୍ରାଚୀନ କାଳରୁ ବହୁ ବଡ ବଡ ଗଛ ମଧ୍ୟ ରହିଛି। ଫଳରେ ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଏପରି ନିଷ୍ପତିକୁ ସହଜରେ ଗ୍ରହଣ କରୁ ନାହାଁନ୍ତି ପରିବେଷବିତ।

ଲକ୍ଷ୍ମୌ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଚିଠି ପାଇବାରେ ପରେ ଲକ୍ଷ୍ମୌ ନଗର ନିଗମର ସଚିବ ଏମ.ପି ସିଂହ ଏକ ପ୍ରସ୍ତାବ ଦେଇଛନ୍ତି। ଚିଠିର ଉତ୍ତର ଦେଇ ନିଗମ ଲେଖିଛି ଯେ, ପ୍ରଦର୍ଶନୀ ସରିବା ପରେ ପୁଣି ସେଠାରେ ଚାରା ରୋପଣ ପାଇଁ ପଦକ୍ଷେପ ନିଆଯିବ। ସେଥିପାଇଁ କର୍ତ୍ତୁପକ୍ଷ ବର୍ତ୍ତମାନ 59 ଲକ୍ଷ ଟଙ୍କା ନିଗମକୁ ଯୋଗାଇ ଦେଉ ବୋଲି ଚିଠିରେ ଉଲ୍ଲେଖ କରିଛି। ସେଥିରେ କୁହାଯାଇଛି ଯେ, ତିନିବର୍ଷ ତଳେ ଗୋମତୀ ନଦୀ ସହିତ ହନୁମାନ ସେତୁ, ନିଶିଥଗଂଜ ବ୍ରିଜ ପ୍ରଭୃତି ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। ପ୍ରଦର୍ଶନୀ ପାଇଁ ସେଗୁଡିକ କଟାଯିବା ପରେ ପୁଣି ଥରେ ଚାରା ରୋପଣ କରାଯିବାର ଆବଶ୍ୟକ ରହିଛି। ଏପରିକି କେତେକ ଗଛକୁ ମଧ୍ୟ ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଥିବାରୁ ଉନ୍ନୟ କର୍ତ୍ତୁପକ୍ଷ ଏହି ଅନୁଦାନ ଦିଅନ୍ତୁ ବୋଲି ନିଗମ ଚିଠିରେ ଜଣାଇ ଦେଇଛି। ତେବେ ଏହାର ଉତ୍ତର ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ଉନ୍ନୟନ କର୍ତ୍ତୁପକ୍ଷ ଦେଇ ନାହାଁନ୍ତି।

ତେବେ ଲକ୍ଷ୍ମୌ ଜଙ୍ଗଲ ବିଭାଗର କେତେକ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ସେଠାରେ ଗଛ ଲଗାଇବା ସମ୍ଭବ ନୁହେଁ। କାରଣ ବର୍ତ୍ତମାନ ଚାରା ରୋପଣ ପାଇଁ ଉପଯୁକ୍ତ ସମୟ ନୁହେଁ। ଯଦି ଏବେ ଗଛ ଲଗାଯାଏ ତେବେ ସେଗୁଡିକ ବଞ୍ଚିବ ନାହିଁ। ସେହିପରି ବର୍ତ୍ତମାନର ପାଗ ଅନୁସାରେ କୌଣସି ଗଛକୁ ମଧ୍ୟ ସ୍ଥାନାନ୍ତର କଲେ ସେଗୁଡିକ ଯେ ବଞ୍ଚିବେ ତାହା କହିହେବ ନାହିଁ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଗଛ କାଟିବା ହିଁ ନିଶ୍ଚିତ, ହେଲେ ଗଛ ଲାଗିବା ସମ୍ଭବ ନୁହେଁ। ଏହିପରି ବାଦାନୁବାଦ ମଧ୍ୟରେ ବର୍ତ୍ତମାନ ପ୍ରତିରକ୍ଷା ପ୍ରଦର୍ଶନୀର କାମ ଧିମାଇ ଯାଇଛି। ସେପଟେ ପରିବେଶବିତଙ୍କ ଉଦବେଗ ପରେ ନଗର ନିଗମ କଣ କରିବେ ଚିନ୍ତାରେ ପଡିଯାଇଛି।

ପ୍ରତିରକ୍ଷା ବିଭାଗ ତରଫରୁ ଆସନ୍ତା ଫେବୃୟାରୀ 5 ରୁ 8 ତାରିଖ ପର୍ଯ୍ୟନ୍ତ ଗୋମତୀ ନଦୀ ନିକଟସ୍ଥ ସ୍ଥାନରେ ଏକ ବଡ ପ୍ରତିରକ୍ଷା ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ବିଭିନ୍ନ ଦେଶରୁ ବହୁ ପ୍ରତିନିଧି ଯୋଗଦେଇ ଭାରତର ସାମରିକ ଶକ୍ତିକୁ ଦେଖିବେ। ସେଥିପାଇଁ ଏହି ପ୍ରଦର୍ଶନୀକୁ ସଫଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହାକୁ ଆୟୋଜନ କରିବା ପାଇଁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡକୁ ଦାୟିତ୍ବ ଦିଆଯାଇଛି। ଏଥିରେ ଭାରତର ବହୁ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସହିତ ସାମରିକ ଉପକରଣ ପ୍ରଦର୍ଶିତ କରାଯିବ। ପ୍ରଥମ ଥର ପାଇଁ ଲକ୍ଷ୍ମୌରେ ଏହି ବଡ ପ୍ରଦର୍ଶନୀର ଆୟୋଜନ କରାଯାଉଥିବାରୁ ସେଠାକାର ସରକାର ବେଶ ତତ୍ପର ହୋଇ ଉଠିଛନ୍ତି। (IANS)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.