Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁରରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲେ ରାଜରାସ୍ତାକୁ ଓହ୍ଳାଇବାକୁ ଓକିଲ ସଂଘର ଚେତାବନୀ
ଆଜିର ଖବର

ବ୍ରହ୍ମପୁରରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲେ ରାଜରାସ୍ତାକୁ ଓହ୍ଳାଇବାକୁ ଓକିଲ ସଂଘର ଚେତାବନୀ

December 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ/ହେମାଙ୍ଗ ରାଉଳ 

ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି । ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ ୨୦୦୭ ମସିହାରୁ ତତ୍କାଳୀନ ଗଂଜାମ ବାର୍ ଏସୋସିଏସନର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା । ହାଇକୋର୍ଟର ସ୍ଥାୟୀବେଞ୍ଚ ବ୍ରହ୍ମପୁରରେ ସ୍ଥାପନ କରିବା ଏକ ଯୁକ୍ତିଯୁକ୍ତ ଦାବି ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତା ଯୋଗୁଁ ଏହା ପୂରଣ ହୋଇପାରୁନି। ଏହି କାରଣରୁ  ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କାମରେ କଟକକୁ ଯିବାକୁ ବାଧ୍ୟ ହେଉଛନ୍ତି।

ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି, ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍ ଏସୋସିଏସନ୍ ୨୦୦୭ ମସିହାରେ ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ । ଆନ୍ଦୋଳନ ଏତେ ତୀବ୍ରତର ହେଲା ଯେ, ସେହି ସମୟରେ ପୋଳିସ୍ ଓକିଲମାନଙ୍କ ଉପରେ ଲାଠିଚାର୍ଜ କରିବାକୁ ମଧ୍ୟ ପଛାଇନଥିଲା । ଯାହାଫଳରେ ବହୁ ଆଇନଜୀବୀ ଲହୁଲୁହାଣ ହୋଇଥିଲେ ଏବଂ ଅନେକଙ୍କୁ ହାଜତ ମଧ୍ୟରେ ଭର୍ତ୍ତି କରି ଦିଆଯାଇଥିଲା । ସେହି ସମୟରେ ରାଜ୍ୟ ସରକାର କିଛି ମାତ୍ରାରେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ବନ୍ଦ କରାଯାଇଥିଲା । କିନ୍ତୁ ଦୀର୍ଘ ୧୨ ବର୍ଷ ବୀଟିଗଲା ପରେ ମଧ୍ୟ ଆଜି ମଧ୍ୟ  ସରକାର ଭୁଆଁ  ବୁଲାଉଛନ୍ତି । ଯାହାଫଳରେ ୨୦୦୭ ମସିହାରୁ ବ୍ରହ୍ମପୁରରେ ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍ ପ୍ରତ୍ୟେକ ମାସର ଶେଷ ଚାରିଦିନ କାର୍ଯ୍ୟବନ୍ଦ କରି ଆସୁଛନ୍ତି । ଏହାକୁ ଗଂଜାମ ଜିଲ୍ଲାରେ ଥିବା ଅନ୍ୟ ବାର୍ ମଧ୍ୟ ସମର୍ଥନ ଜଣାଇ କିଏ ଦୁଇଦିନ, କିଏ ଚାରିଦିନ କାର୍ଯ୍ୟ ବନ୍ଦ କରୁଥିବା ଜଣାଯାଉଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗଂଜାମ ବାର୍ ଏସୋସିଏସନାକୁ  ସମର୍ଥନ ଜଣାଇ ଆସିଛନ୍ତି । କିନ୍ତୁ ପରିତାପର ବିଷୟ  ଯେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାବେଳେ ଏବଂ ଏହି ଜିଲ୍ଲାରେ ଅନେକ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ସୁଦ୍ଧା ଗଞ୍ଜାମର ନ୍ୟାଯ୍ୟ ଦାବି ପୂରଣ ହୋଇ ପାରୁନାହିଁ।  ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସରକାରୀ  ଆନ୍ତରିକତା ଥିବା ପରିଲକ୍ଷିତ ହୋଇପାରୁନାହିଁ  ଏବେ ଏହି ଦାବି ପୂରଣ ଲାଗି ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନକୁ  ଗଂଜାମ ଜିଲ୍ଲା ପ୍ରେସ୍ କ୍ଲବ୍ ଦୃଢ଼ ସମର୍ଥନ ଦେଇଛି । ଅନ୍ୟ ସଂଘ ମଧ୍ୟରେ ଜନଜାଗରଣ ମଂଚ, ଏନ୍ଜିଓ ସିସି ଗଂଜାମ, ଅବସରପ୍ରାପ୍ତ ଶିକ୍ଷକ ମହାମଂଚ, ଟ୍ୟାକ୍ସ ବାର୍ ଏସୋସିଏସନ୍, ଗଂଜାମ ଜିଲ୍ଲା ବିକାଶ ମଂଚ, ସେବା ନିବୃତ୍ତ କର୍ମଚାରୀ ଶିକ୍ଷକ ବିକାଶ ମଂଚ ଆଜି ଏହି ଆନ୍ଦୋଳନକୁ ସହଯୋଗ କରିଥିଲେ ।

ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଂଜାମ ବାର୍ ଏସୋସିଏସନ୍ ସଭାପତି ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ଯେତେଦିନ ଯାଏଁ ସରକାର ଆମ ଦାବିକୁ ମାନିବେନି ଆମେ ଏହି ଆନ୍ଦୋଳନ ଜାରି ରଖିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବୁ ନାହିଁ । ଯାହାକି ୨୦୦୭ରେ ଘଟିଥିବା ଦୃଷ୍ଟାନ୍ତମୂଳକ ଆନ୍ଦୋଳନଠାରୁ ମଧ୍ୟ ଅତି ଭୟଙ୍କର ରୂପ ଧାରଣ କରିପାରେ ବୋଲି ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ବର୍ତ୍ତମାନର ଗଂଜାମ ଜିଲ୍ଲା ବାର୍ ଏସୋସିଏସନର ସଭାପତି ରବିନାଥ ପାଣିଗ୍ରାହୀ କହିଥିଲେ ଯେଉଁ ପର୍ଯ୍ୟନ୍ତ ଆମର ଦାବି ସରକାର ମାନିନାହାନ୍ତି, ସେ ପର୍ଯ୍ୟନ୍ତ ଆମର ଏ ସଂଗ୍ରାମ ଜାରି ରହିବ । ଯଦି ଆବଶ୍ୟକ ପଡ଼େ ତେବେ ତୀବ୍ର ରୂପ ଧାରଣ କରିବ । ବାର୍ ଏସୋସିଏସନ୍ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ଏହି ସ୍ଥାୟୀ ବେଞ୍ଚ ସ୍ଥାପନ ନିମେନ୍ତ ପ୍ରତିମାସ ଶେଷ ଚାରିଦିନ ସହିତ ପ୍ରତ୍ୟେକ ଦିନ ଖରାବେଳ ବିଶ୍ରାମ ସମୟ ୧ ଘଣ୍ଟାରେ ମଧ୍ୟ ଦାବି କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Latest News

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.