ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୧/୧୨: ତିନିମାସର କଣ୍ଟ ପୂରଣ ହେବା ପରେ ରାଜ୍ୟରେ ପୁଣିଥରେ ଟ୍ରାଫିକ୍ ନିୟମ ଏବେ କଡ଼ାକଡ଼ି ଭାବରେ ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବାରୁ ତାଙ୍କ ବାପାଙ୍କୁ ଜରିମାନା ଦେବାକୁ ପଡିଛି। ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଛନ୍ତି। ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ। ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଛି। ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ନୂତନ ମୋଟର ଯାନ ଅନୁଯାୟୀ ମଦ୍ୟପାନ କରି ଗାଡି ଚଳାଇଲେ ୧ହଜାର ଟଙ୍କା, ଦ୍ରୁତ ଗତିରେ ଗାଡି ଚଳାଇଲେ ୫ହଜାର, ଟ୍ରାଫିକର ବିପରୀତ ଦିଗରେ ଗାଡି ଚଳାଇଲେ ୫ହଜାର, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ହଜାର, ୨ ଚକିଆରେ ୩ଜଣ ଗଲେ ୫ହଜାର, ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର, ରେଡ ଲାଇଟକୁ ଅବମାନନା କଲେ ୫ ହଜାର, ହେଲମେଟ ନପିନ୍ଧିଲେ ୧ହଜାର ଓ ସିଟ୍ ବେଲ୍ଟ ନପିନ୍ଧିଲେ ୧ ହଜାର ଗଣିବେ। ଏଣିକି ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମେସିନ୍ ସାହାଯ୍ୟରେ ଗାଡ଼ି ନମ୍ବର ପ୍ଲେଟ ସ୍କାନ୍ ହୋଇ ଡାକ୍ ଯୋଗେ ସିଧାସଳଖ ଚାଲାଣ ଘରେ ଆସି ପହଞ୍ଚିବ । (ଏଜେନ୍ସି)