ଭୁବନେଶ୍ବର, ୨/୧୨: ଆଜିଠାରୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ ଆରମ୍ଭ ହେଉଛି। ଏହା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳନ କରାଯିବ। ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ,ପଟାଙ୍ଗି ନନ୍ଦପୁର ଓ ପଡ଼ୁଆ ଓ ଲମତପୁଟ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସ୍ ଓ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାର ସମଗ୍ର ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତ ଅଞ୍ଚଳରେ ବିଏସଫ, ସିଆର୍ପିଏଫ୍, ଏସ୍ଓଜି ପରି ସଶସ୍ତ୍ର ବାହିନୀକୁ ସଜାଗ ରଖା ଯାଇଛି । ପିଏଲଜିଏ ସପ୍ତାହକୁ ଆଖି ଆଗରେ ରଖି ନକ୍ସଲ ପ୍ରଭାବିତ ବିଭିନ୍ନ ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଛି । (ଏଜେନ୍ସି)