ମେକ୍ସିକୋ, ୨/୧୨: ଆମେରିକାର ଟେକ୍ସାସ ସୀମାନ୍ତରେ ଥିବା ଉତ୍ତର ମେକ୍ସିକୋରେ ଗୁଳିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣ ସନ୍ଦିଗ୍ଧ ଡ୍ରଗ୍ସ ମାଫିଆ ପ୍ରାଣ ହରାଇଛନ୍ତି। ଅନ୍ୟ ମୃତକଙ୍କ ମଧ୍ୟରେ ୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ପୁଲିସ ଅଫିସର ରହିଛନ୍ତି ବୋଲି ସୂଚନା ରହିଛି। ଏହା ସହିତ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରଗ୍ସ ଚାଲାଣକୁ ଅଟକାଇବା ଲାଗି ପୁଲିସ ଚଢ଼ାଉ କରିବା ବେଳେ ମାଫିଆଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। (ଏଜେନ୍ସି)