ତାମିଲନାଡୁ, ୧/୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍ର ନାଦୁର କନ୍ନାପନ ଲେଆଉଟ୍ଠାରେ ଏକ କାନ୍ଥ ଭୂଷୁଡି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୩ଟି ଘର ନଷ୍ଟ ହୋଇଯିବା ସହ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୋଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବହୁଦିନ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କାନ୍ଥଟି ଭୂଷୁଡି ଯିବାରୁ ଘର ଭିତରେ ଥିବା ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ଜଣ ପୁରୁଷ, ୧୦ ମହିଳା ଓ ଦୁଇଜଣ ଶିଶୁ ରହିଛନ୍ତି । (ଏଜେନ୍ସି)