Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରକ୍ତମୁଖା ପୋଲିସକୁ ନ୍ୟାୟର ଦେବତା ବୋଲି ଫୁଲ ବନ୍ଦାଉଥିବା ଲୋକେ ଅନ୍ୟାୟକୁ ହିଁ ସମର୍ଥନ ଦେଉଛନ୍ତି    
ବିଶେଷ ଖବର

ରକ୍ତମୁଖା ପୋଲିସକୁ ନ୍ୟାୟର ଦେବତା ବୋଲି ଫୁଲ ବନ୍ଦାଉଥିବା ଲୋକେ ଅନ୍ୟାୟକୁ ହିଁ ସମର୍ଥନ ଦେଉଛନ୍ତି    

December 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କୌଣସି ଅପରାଧର ମୁକାବିଲା ଲାଗି ପୋଲିସ ବି  ଅପରାଧୀ ହେବା ଜରୁରୀ କି? ଏ ପ୍ରଶ୍ନ ପଚାରିବା ବି ଏକ ଅପରାଧ। ସାରା ଦେଶ ଗତକାଲି ରକ୍ତରେ ଭିଜି ଭିଜି ନ୍ୟାୟର ଉତ୍ସବ ପାଳନ କରିଛି। ହାଇଦ୍ରାବାଦରେ ୨୭-୨୮ ନଭେମ୍ବର ରାତ୍ରିରେ ଯେଉଁ ଭୟଙ୍କର ଧର୍ଷଣ ଓ ହତ୍ୟାକାଣ୍ଡ ଘଟିଥିଲା ତାର ଚାରି ଜଣ ଅଭିଯୁକ୍ତ ଅପରାଧୀଙ୍କୁ ପୁଲିସ ଗୁଳି କରି ମାରିଦେଇଛି। ପୁଲିସ ର ଏହି ଗୁଳିମାରିବା ଆଇନ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହାକୁ ନେଇ ଦେଶରେ ଗୋଟେ ଅଦ୍ଭୁତ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ସତେକି ହତ୍ୟାକାରୀ ପୋଲିସ ହିଁ ଏ ଦେଶର ସର୍ବଶ୍ରେଷ୍ଠ ବିଚାରକ। ପୋଲିସର ତଥାକଥିତ ତୁରନ୍ତ ନ୍ୟାୟ ଦେବାର ଏହି ବର୍ବର ପ୍ରକ୍ରିୟାକୁ ଆଖି ବୁଜି ସମର୍ଥନ କରା ଯାଉଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ପୁଲିସର ଏହି ବେଆଇନ ଗୁଳିକାଣ୍ଡ ବିରୋଧରେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ଅପରାଧୀଙ୍କ ସମର୍ଥକ ବୋଲି କହିବାକୁ ଲୋକେ ପଛାଉନାହାନ୍ତି।

ଏ ସମ୍ପର୍କରେ ମତାମତ ରଖି ଜଣେ ଅତ୍ୟନ୍ତ ବର୍ଷିୟାନ ଓ ସମ୍ମାନନୀୟ ଲେଖିକା ମୋତେ ପଚାରିଥିଲେ- ସେ ଝିଅ ଟି ଯଦି ଆପଣଙ୍କ ଝିଅ କି ଭଉଣୀ ହୋଇଥାନ୍ତା ଆପଣ ଏ ପ୍ରଶ୍ନ କରିଥାନ୍ତେ କି? ବଡ ବେଦନାଦାୟକ ଏ ପ୍ରଶ୍ନ। ଯେ କୌଣସି ମହିଳାଙ୍କୁ ଯେତେବେଳେ ଏ ପ୍ରକାର ଭୟଙ୍କର ଅପରାଧର ସାମ୍ନା କରିବାକୁ ପଡେ, ତାହା ମୋର ପ୍ରାଣକୁ ଆଘାତ ଦିଏ। ହାଇଦ୍ରାବାଦର ସେ ଝିଅ ହୁଏତ ମୋର ଝିଅ କି ଭଉଣୀ ନୁହଁ, ହେଲେ ତାର ଚେହେରାରେ ମୋ ଝିଅ କି ଭଉଣୀର ଚେହେରା ରହିଛି। ତା ଉପରେ ଘଟିଥିବା ନିର୍ମମ ଅପରାଧ ପାଇଁ ମୁଁ ବି କାନ୍ଦିଛି, ମୋତେ ବି ସେ ଅପରାଧୀଙ୍କୁ ଚିରି ଫାଡି ଦେବାର ଇଚ୍ଛା ହୋଇଛି। ହେଲେ ଏକଥା ଭାବିଲା ବେଳେ ଆଉ ଗୋଟେ କଥା ମଧ୍ୟ ମୁଁ ଜାଣିଛି ଯେ ମୁଁ ବିଚାରପତି ନୁହଁ। ଦଣ୍ଡ ଦେବାର ଅଧିକାର ମୋର ନାହିଁ। ଆଇନଗତ ପ୍ରକ୍ରିୟାରେ ବିଚାର କରିବାର କ୍ଷମତା ବା ଦକ୍ଷତା ମୋର ନାହିଁ। ତେଣୁ ମୁଁ ଦଣ୍ଡ ଦେବାର ଅଧିକାର ଯାହା ପାଖରେ ଅଛି, ତାଙ୍କ ପାଖରୁ ନ୍ୟାୟ ଆଶା କରିବି। ମୁଁ ଆଇନର ନିୟାମକ ନୁହେଁ କି ଦଣ୍ଡ ଦେବା ମୋର ଅଧିକାର ନୁହେଁ।

ତେବେ ପୋଲିସର ଦଣ୍ଡ ଦେବାର ଅଧିକାର ରହିଛି କି? ପୋଲିସର ଭୂମିକା ଦୋଷୀକୁ ନ୍ୟାୟାଳୟ ପାଖରେ ପହଞ୍ଚାଇ ତାର ଦୋଷ ପ୍ରମାଣିତ କରିବ। ତାହା ନ କରି ପୋଲିସ ଯଦି ଖୋଦ ଦଣ୍ଡାଧିକାରୀ ହୋଇଯାଏ, ତାହେଲେ ଦେଶର ନ୍ୟାୟ ବ୍ୟବସ୍ଥା ଭୁଷୁଡି ପଡିବ। ଏହି ଘଟଣାର ସବୁଠୁ ଭୟଙ୍କର ଦିଗଟି ହେଉଛି ନ୍ୟାୟ ବ୍ୟବସ୍ଥା ପ୍ରତି ଆମର ମଧ୍ୟବିତ୍ତଙ୍କର ଅନାସ୍ଥା। ଆମେ ଚାହୁଁଛୁ, ନ୍ୟାୟ ସେମିତି ମିଳୁ। ଆମେ ହିଁ ନିର୍ଣ୍ଣୟ କରିବୁ ଅପରାଧ କଣ, ଅପରାଧୀ କିଏ ଓ ସେ କି ପ୍ରକାର ଦଣ୍ଡ ପାଇବା ଦରକାର। ଏହା ଆଇନର ଶାସନ ବିରୋଧୀ ଓ ସମ୍ବିଧାନ ବିରୋଧୀ ମଧ୍ୟ। ଆମର ନ୍ୟାୟ ବ୍ୟବସ୍ଥାରେ ଅପରାଧୀର ଦୋଷ ପ୍ରମାଣ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେ ପ୍ରକ୍ରିୟାକୁ ମାନିବାକୁ ଆମେ ପ୍ରସ୍ତୁତ ନୋହୁ। ଆମକୁ ତୁରନ୍ତ ଆମେ ଚାହୁଁଥିବା ମୁତାବକ ନ୍ୟାୟ ଦରକାର!

ପୋଲିସକୁ ହତ୍ୟା କରିବାର ଅଧିକାର ଦେଇ ଯେଉଁମାନେ ଉଲ୍ଲସିତ ହେଉଛନ୍ତି, ସେମାନେ ମନେ ରଖିବା ଉଚିତ, ଏହା ନିଜ ପଣତରେ ନିଜେ ନିଆଁ ଲଗାଇବା ଭଳି କାମ। ହତ୍ୟା ବା ରକ୍ତପାତ ପୋଲିସର କାମ ନୁହେଁ। ଅପରାଧୀ କିଏ ତାର ନିର୍ଣ୍ଣୟ  ଅଦାଲତ କରିବ। ପୋଲିସର କାମ ହେଉଛି ଅଭିଯୁକ୍ତର ଦୋଷ ପ୍ରମାଣିତ କରି ତାକୁ ଦଣ୍ଡିତ କରାଇବାରେ ଅଦାଲତକୁ ସାହାଯ୍ୟ କରିବା। ଯେଉଁମାନେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ଓ ବିଡମ୍ବିତ ହେଉଛି ବୋଲି ଅଭିଯୋଗ କରୁଛନ୍ତି, ସେମାନେ ବୋଧେ ଜାଣନ୍ତି ନାହିଁ ଏଥିଲାଗି ଖୋଦ ପୋଲିସ କମ ଦାୟୀ ନୁହେଁ। ଅନେକ ସମୟରେ ଅପରାଧୀଙ୍କୁ ଖସାଇଦେବା ଲାଗି ପୋଲିସ ଏତାଲା ଠୁ ଆରମ୍ଭ କରି ଚାର୍ଜଶିଟ ପର୍ୟନ୍ତ ବିଭିନ୍ନ ପ୍ରକ୍ରିୟାରେ ଗଳା ବାଟ ରଖିଥାଏ। ଯାହା ଫଳରେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ବା ବିଡମ୍ବିତ ହୁଏ।

ହାଇଦ୍ରାବାଦ ଘଟଣାରେ ପୋଲିସ ପ୍ରଥମ ୪୮ ଘଣ୍ଟା ଏତାଲା ମଧ୍ୟ ରଖିନାହିଁ। ଏତାଲା ଦେବାକୁ ଯାଇଥିବା ପୀଡ଼ିତାଙ୍କ ପରିବାରକୁ ଯାବତୀୟ ଦୁର୍ବ୍ୟବହାର କରାଯାଇଛି। ୩୦ ତାରିଖରେ କିଛି ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କୁ ବିଚାର ବିଭାଗୀୟ ପଚରା ଉଚୁରା ଲାଗି ଆଣି ସେମାନଙ୍କୁ ଗୁଳି କରାଯାଇଛି। ଏହାକୁ ଏକ ଏନକାଉଣ୍ଟରର ରୂପ ଦିଆ ହୋଇଛି। ଏହି ଏନକାଉଣ୍ଟର ପଛରେ ପୋଲିସର ଅପାରଗତାକୁ ଲୁଚାଇବାର ଏକ ଜଘନ୍ୟ ଷଡଯନ୍ତ୍ର ରହିଛି। ତେବେ ଏହା ନ୍ୟାୟ ବ୍ୟବସ୍ଥାର ଚୂଡାନ୍ତ ଚେହେରା କି? ଏହି ଘଟନା ପଛରେ କେବଳ ଏହି ଚାରି ଜଣ ଲୋକ ଥିଲେ ନା ଆଉ କେହି ଏହା ସହ ସମ୍ପୃକ୍ତ ଥିଲେ? ଆଉ କୌଣସି ପ୍ରଶ୍ନର ଉତ୍ତର ୟାପରେ ଆଉ ମିଳିବ ନାହିଁ। ତୁରନ୍ତ ନ୍ୟାୟ ହୋଇଗଲା ଭାବି ଆମେ ବହୁତ ଖୁସି, ହେଲେ ଏ ଖୁସିର ପ୍ରତିକ୍ରିୟାରେ ଆମେ ପୋଲିସକୁ ହତ୍ୟାକାରୀ ହେଉ ବୋଲି ଏକ ବେଆଇନ ଅଧିକାର ଦେଇ ଦେଇଛୁ।

ଅପରାଧ ନିୟନ୍ତ୍ରଣ କରିବାକୁ ପୋଲିସ ରକ୍ତମୁଖା ହେବା ଉଚିତ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେ ରକ୍ତର ଛିଟା ବୃହତ୍ତର ସମାଜ ଉପରେ ମଧ୍ୟ ପଡିବ, ଏକଥା ଭୁଲି ଯାଆନ୍ତୁ ନାହିଁ।

ପୋଲିସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.