ଟୋଲ୍‌ଗେଟ୍‌ରେ ଲାଗୁ ହେଲା ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥା

Published: Dec 15, 2019, 8:15 am IST
ନୂଆଦିଲ୍ଲୀ, ୧୫/୧୨: ଲାଗୁ ହେଲା ଫାଷ୍ଟ୍‌ଟ୍ୟାଗ୍‌।ଟୋଲ ପ୍ଲାଜାରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଟୋଲ ଟ୍ୟାକ୍ସକୁ ଅତି ସହଜ କରିବା ପାଇଁ ଫାଷ୍ଟ୍ୟାଗ ସିଷ୍ଟମ ରବିବାର-ସୋମବାର ମଧ୍ୟରାତ୍ରୀରୁ ଲାଗୁ କରାଯାଇଛି।ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ୱାରା ଶନିବାର ଏସଂପର୍କିତ ଏକ ବିଜ୍ଞପ୍ତି ଜାରି ହୋଇଥିଲା।ସରକାର ଜାତୀୟ ରାଜପଥ ଉପରେ ଟୋଲ ଦେୟ ପାଇଁ ବାଧ୍ୟତାମୂଳକ ଭାବେ ଫାଷ୍ଟ୍ୟାଗ ଲାଗୁ କରିବାର ଅବଧି ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।ପୂର୍ବରୁ ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ରହିଥିଲା।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍.ଏଚ୍.ଏ.ଆଇ ଦ୍ବାରା ପରିଚାଳିତ ଇଲେଟ୍ରୋନିକ ଟୋଲ୍ କଲେକ୍ସନ୍ ବ୍ୟବସ୍ଥାର ନାଁ ହେଉଛି ଫାଷ୍ଟ ଟ୍ୟାଗ୍।ଏହାରି ମାଧ୍ୟମରେ ଟ୍ରାଫିକ ମୁଭମେଣ୍ଟକୁ ସହଜ କରିବା ଏବଂ ରେଡିଓ ଫ୍ରିକ୍ୟୁଏନ୍ସ ଆଇଡେଣ୍ଟିଫିକେଶନ ଟେକ୍ନୋଲୋଜୀ ମାଧ୍ୟମରେ ଟୋଲ ଆଦାୟ କରାଯାଇଥାଏ।ଏହି ବ୍ୟବସ୍ଥାରେ କୌଣସି ଗାଡ଼ିକୁ ଆଉ ଆଗଭଳି ଟୋଲ୍ ଗେଟ୍ ପାଖରେ ଛିଡ଼ା ହେବାକୁ ପଡ଼ିବ ନାହିଁ, ଅର୍ଥାତ୍ ଫାଷ୍ଟ ଟ୍ୟାଗ୍ ମାଧ୍ୟମରେ ଗାଡ଼ିମାଲିକଙ୍କ ଆକାଉଣ୍ଟରୁ ନିର୍ଦ୍ଧାରିତ ଅର୍ଥରାଶି ଆପେ ଆପେ କଟିଯିବ।
( ଏଜେନ୍ସି)

 

Related posts