Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମ୍ବିଧାନ ବିରୋଧରେ କାମ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଥିବାରୁ ପରବେଜ ମୁଶାରଫଙ୍କୁ ଫାଶୀଦଣ୍ଡ
ବିଶେଷ ଖବର

ସମ୍ବିଧାନ ବିରୋଧରେ କାମ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଥିବାରୁ ପରବେଜ ମୁଶାରଫଙ୍କୁ ଫାଶୀଦଣ୍ଡ

December 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ଆମ ଦେଶର ସବୁ ଗଣମାଧ୍ୟମରେ ଖବର ଚାଲିଛି ଯେ, ପାକିସ୍ତାନର ପୂର୍ବତନ ସାମରିକ ଶାସକ ପରବେଜ ମୁଶାରଫଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି। ପାକିସ୍ତାନ ସ୍ଥିତ ପେଶାୱାର ହାଇ କୋର୍ଟର ଏକ ତିନି ଜଣିଆଁ ବେଞ୍ଚ ମୁଶାରଫଙ୍କୁ ସର୍ବୋଚ୍ଚ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ କାହିଁକି ମୁଶାରଫଙ୍କୁ ଏହି ଦଣ୍ଡାଦେଶ ମିଳିଛି? ପୂର୍ବରୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୁର୍ନୀତି ଅଭିଯୋଗରେ ସେହି ଦେଶର ସର୍ବୋଚ୍ଚ ଅଦାଲତ ଜେଲ ଦଣ୍ଡ ଦେଇଥିଲେ। ତେବେ ସରିଫଙ୍କ ମାମଲା ବ୍ୟକ୍ତିଗତ ହୋଇଥିବା ବେଳେ, ମୁଶାରଫଙ୍କ ମାମଲା ସାମ୍ବିଧାନିକ। ପାକିସ୍ତାନର ସମ୍ବିଧାନକୁ ବରଖାସ୍ତ କରି ସାମରିକ ଏକଛତ୍ରବାଦ ପ୍ରତିଷ୍ଠା କରିଥିବାରୁ ମୁଶାରଫଙ୍କୁ ଏହି ଦଣ୍ଡ ଦିଆଯାଇଛି। ପେଶାୱାର ହାଇକୋର୍ଟର ସ୍ଵତନ୍ତ୍ର ବେଞ୍ଚ ଏହି ସଜା ଶୁଣାଇବାବେଳେ ପାକିସ୍ତାନର ସମ୍ବିଧାନ ଓ ଆଇନକୁ ସର୍ବୋଚ୍ଚ ବୋଲି କହିବା ସହିତ ସାମ୍ବିଧାନିକ ବିଧି ବ୍ୟବସ୍ଥା ସହିତ ଖେଳ ଖେଳାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି।

୧୯୯୯ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧ ପରେ ସେତେବେଳେ ସେନାବାହିନୀର ମୁଖ୍ୟ ଥିବା ଜେନେରାଲ ପରଭେଜ ମୁଶାରଫ ନିର୍ବାଚିତ ନୱାଜ ସରିଫ ସରକାରକୁ ଗାଦୀରୁ ହଟାଇ ପାକିସ୍ତାନର ସାମରିକ ଶାସକ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ଏକ ନିର୍ବାଚିତ ସରକାରକୁ ବଳ ପୂର୍ବକ ହଟାଇ ୨୦୦୧ ରେ ଜୁନ ମାସରେ ସେ ନିଜେ ନିଜକୁ ରାଷ୍ଟ୍ରପତି ଭାବେ ମନୋନୀତ କରିଥିଲେ। ୩, ନଭେମ୍ବର, ୨୦୦୭ ରେ ଦେଶରେ ପ୍ରତିଷ୍ଠିତ ସମ୍ବିଧାନକୁ ବରଖାସ୍ତ କରି ମୁଶାରଫ ପାକିସ୍ତାନରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଥିଲେ। ସୁପ୍ରିମ କୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଇଫ୍ତେଖାର ଚୌଧୁରୀ ଙ୍କ ସମେତ ଅନେକ ବିଚାରପତିଙ୍କୁ ନିଲମ୍ବିତ କରିଥିଲେ। ୧୮, ଅଗଷ୍ଟ, ୨୦୦୮ ରେ ମୁଶାରଫ ପାକିସ୍ତାନ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ଇସ୍ତଫା ପରେ ୩୧,ଜୁଲାଇ, ୨୦୦୯ ତାରିଖରେ ପାକିସ୍ତାନ ସୁପ୍ରିମ କୋର୍ଟ ମୁଶାରଫଙ୍କ ରାଷ୍ଟ୍ରପତି ପଦବୀ ଓ ସେ ନେଇଥିବା ସବୁ ସରକାରୀ ନିଷ୍ପତ୍ତି ଅବୈଧ ବୋଲି ଘୋଷଣା କରିଥିଲେ। ୨୦୦୯ ରୁ ସ୍ଵତନ୍ତ୍ର ବିଚାର ବିଭାଗୀୟ ପ୍ରକ୍ରିୟାରେ ମୁଶାରଫଙ୍କ  ବିଚାର ଚାଲିଥିଲା। ଆଇନର ଶାସନକୁ ଅଣଦେଖା କରି ଏକଛତ୍ରବାଦ ପ୍ରତିଷ୍ଠାକୁ ପାକିସ୍ତାନର ସୁପ୍ରିମ କୋର୍ଟ କଡା ବିରୋଧ କରିବା ସହିତ ମୁଶାରଫଙ୍କୁ ଆଜି ହାଇକୋର୍ଟରେ ଦଣ୍ଡିତ ହେବାକୁ ପଡିଛି।

ସମ୍ବିଧାନ ବିରୋଧୀ ପଦକ୍ଷେପ ନେଇଥିବା ଯେ କୌଣସି ଦେଶର ଯେ କୌଣସି ସରକାରକୁ ଅଦାଲତ ଛାଡି ଦେବେନାହିଁ ବୋଲି ଆଜି ପାକିସ୍ତାନର ଅଦାଲତ ଦେଖେଇ ଦେଇଛନ୍ତି। ଦେଶର ଦୁଇଜଣ ଅତ୍ୟନ୍ତ ପ୍ରଭାବଶାଳୀ ରାଜନେତାଙ୍କୁ ଇତିମଧରେ ବଳିଷ୍ଠ ଦଣ୍ଡ ଦିଆ ହୋଇଛି। ପାକିସ୍ତାନ ଅଦାଲତର ଏହି କଠୋର ଆଭିମୁଖ୍ୟ କାରଣରୁ ଏବେ ସମ୍ବିଧାନ ସହ ଖେଳ ଖେଳିବାକୁ ପାକିସ୍ତାନର ରାଜନୈତିକ ଦଳ ଓ ସାମରିକ ବ୍ୟବସ୍ଥା ଭିତରେ ଭୂକମ୍ପ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Latest News

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.