ଦିଲ୍ଲୀ, 17/12: ନାଗରିକତା ସଂଶୋଧନ କାନୁନ୍ ବିରୋଧରେ ଦେଶ ସାରା ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଉଗ୍ର ପ୍ରଦର୍ଶନ କରୁଛନ୍ତି। ଭେଦଭାବ ଆଣୁଥିବା ସମ୍ବିଧାନ ବିରୋଧୀ ନୂତନ ନାଗରିକତା ଆଇନକୁ ଫେରାଇନେବା ପାଇଁ ବିରୋଧ କରାଯାଉଛି ପ୍ରତିବାଦ ସମୟରେ ଗାଡ଼ିଗୁଡ଼ିକର କାଚ ଭଙ୍ଗାଯାଇଛି ଏହା ଦ୍ବାରା କିଛି ପୋଲିସ୍ କର୍ମୀ ଓ ପ୍ରଦର୍ଶନ କରୁଥିବା କର୍ମୀମାନେ ଆହତ ହୋଇଛନ୍ତି। ଭିଡ ନିୟନ୍ତ୍ରଣ ପାଇଁ ପୁଲିସ୍ ଲୁହ ବୁହା ଗ୍ୟାସ୍ର ପ୍ରୟୋଗ କରିଛି । ବିରୋଧ ପ୍ରଦର୍ଶନ ଯୋଗୁ୍ଁ ସିଲମ୍ପୁରରୁ ଜାଫରବାଦ୍ ରାସ୍ତାକୁ ବନ୍ଦ କରିଦିଆଯାଇଛି। କିଛି ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରିଦିଆଯାଇଛି। (ଏଜେନ୍ସି)