ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,18/12 : ଓଡିଶାର ଖ୍ୟାତନାମା କଥାଶୀଳ୍ପି ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଉଛି। ତାଙ୍କର ଗଳ୍ପ ପୁସ୍ତକ “ଭାସ୍ବତୀ” ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀ ତରଫରୁ ସୂଚନା ମିଳିଛି। ଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ଗତ ଚାଳିଶ ବର୍ଷ ଧରି ଗଳ୍ପ ଓ ଉପନ୍ୟାସ ରଚନା କରି ଆସୁଛନ୍ତି। ତାଙ୍କର ଚର୍ଚ୍ଚିତ ପୁସ୍ତକ ଗୁଡିକ ଭିତରୁ “କୋମଳ ଗାନ୍ଧାର”, “ଶରଦ ଶତମ୍”, “ଭାସ୍ବତୀ” ଇତ୍ୟାଦି ବେଶ ପାଠକୀୟ ଆଦୃତି ପାଇଛି।