ବେଙ୍ଗାଲୁରୁ, ୧୯/୧୨: ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କୁ ବେଙ୍ଗାଲୁରରେ ପୋଲିସ୍ ଅଟକ ରଖିଛି। ନାଗରି୍କତ୍ବ ସଂଶୋଧନ ଆଇନ୍ (ସିଏଏ) ବିରୋଧ ପ୍ରଦର୍ଶନ କରୁଥିବା ହେତୁ ପୋଲିସ୍ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି। ଗୁହାଙ୍କ ବ୍ୟତୀତ ଅନ୍ୟ କିଛି ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଥିବା ସୂଚନା ରହିଛି । ପୂରା ବେଙ୍ଗାଲୁରୁରରେ ୧୪୪ଧାରା ଲାଗୁ କରାଯାଇଛି ।
କର୍ଣ୍ଣାଟକ ସମେତ ବେଙ୍ଗାଲୁରୁରେ କିଛି ସଙ୍ଗଠନ ସିଏଏ ବିରୋଧରେ ରାଲି ବାହାର କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଜି ବଡ଼ ଅଧିକାରୀମାନଙ୍କ ସହ ବେୈଠକ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି ଘଟଣାକୁ ନେଇ କହିଛନ୍ତି ଯେ, ଏପରି ପ୍ରଦର୍ଶନ ପଛରେ କଂଗ୍ରେସର ଶକ୍ତ ହାତ ରହିଛି।
କେବଳ ବେଙ୍ଗାଲୁରୁ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ନାଗରିକତା କାନୁନ୍କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଧାରା ୧୪୪ ଲାଗୁ କରାଯାଇଛି। ଏହି ବିରୋଧ ପ୍ରଦର୍ଶନରେ ବିରୋଧୀଙ୍କ ସମେତ ଅନ୍ୟ ରାଜନୈତିକ ଦଳ ସାମିଲ୍ ରହିଛନ୍ତି। (ଏଜେନ୍ସି)