Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରୁ ବାଦ୍‌ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ
ଆଜିର ଖବର

ଗଣତନ୍ତ୍ର ଦିବସ ପ୍ୟାରେଡ୍‌ରୁ ବାଦ୍‌ ପଡ଼ିଲା ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ

January 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗ, 2/1: ନୂତନ ବର୍ଷ ଆସିବା ସହିତ ଗଣତନ୍ତ୍ର ଦିବସର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହି ପ୍ୟାରଡ୍‌ରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟଗୁଡ଼ିକ ପ୍ରଜ୍ଞାପନ ମେଢ ସୂଚୀରୁ ପଶ୍ଚିମବଙ୍ଗ ବାଦ୍‌ପଡିଛି । ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ନେଇ କେନ୍ଦ୍ର ସରକାରଙ୍କୁ ପାଖକୁ ମୋଟ 56ଟି ପ୍ରସ୍ତାବ ଆସିଥିଲା । ଏହି ପ୍ରସ୍ତାବ ମଧ୍ୟରେ ପଶ୍ଚିମବଙ୍ଗର ପ୍ରସ୍ତାବ ମଧ୍ୟ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଭିନ୍ନ ବିଷୟକୁ ନେଇ ପଶ୍ଚିମବଙ୍ଗ ସରକାର  ଓ କେନ୍ଦ୍ର ସରକାର ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି । ତେବେ ନିକଟରେ ଏହି ପ୍ରଜ୍ଞାପନ ମେଢ ବାଦ୍‌ ପଡ଼ିବା ଘଟଣା ଏକ ନୂତନ ବିବାଦର ସୂତ୍ରପାତ କରିପାରେ ବୋଲି ସୂଚନା ମିଳୁଛି ।

ଗଣତନ୍ତ୍ର ଦିବସ ପ୍ୟାରେଡ୍‌ ଅବସରରେ  ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଥାଏ। ଏଥିରେ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ ଓ କେନ୍ଦ୍ରୀୟ ମନ୍ତ୍ରାଳୟର ଉପସ୍ଥିତ ଜାହିର୍‌ କରାଯାଇଥାଏ। ଚଳିତ ବର୍ଷ ପ୍ୟାରେଡ୍‌ରେ ମୋଟ 22ଟି ମେଢ ପ୍ରଦର୍ଶନ କରାଯିବ । ଏଥିରେ 16ଟି ରାଜ୍ୟ, 6ଟି କେନ୍ଦ୍ର ଶାସିତ ପ୍ରଦେଶ ଓ 6ଟି କେନ୍ଦ୍ରୀୟ ମନ୍ତ୍ରାଳୟ ରହିଛନ୍ତି । ରକ୍ଷା ମନ୍ତ୍ରାଳୟ ନିକଟରକୁ ପ୍ୟାରେଡ୍‌ ନିମେନ୍ତ ମୋଟ 56ଟି ପ୍ରସ୍ତାବ ଆସିଥିଲା। ଏହି ମେଢ ପ୍ରଦର୍ଶନରେ ସାମିଲ୍‌ ପାଇଁ ଏକ ଲମ୍ବପ୍ରକ୍ରିୟା କରାଯାଇଥାଏ । ଏକ୍ସପର୍ଟ କମିଟି ଦ୍ବାରା ଏହି ମେଢ ପ୍ରଦର୍ଶନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଏଥିରେ ପ୍ରଜ୍ଞାପନ ମେଢର ଥିମ୍‌, କନ୍‌ସେପ୍ଟ, ଡିଜାଇନ୍‌, ଭିଜୁଆଲ୍‌ ଓ ଇଫେକ୍ଟ ଆଦିକୁ ନଜର ଦିଆଯାଇଥାଏ । (ଏଜେନ୍ସି)

republic parade westbengal
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

ପୋଲ ତଳୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

February 11, 2026

‘ଆମକୁ ଟଏଲେଟ୍ ପେପର୍ ପରି ବ୍ୟବହାର କଲା ଆମେରିକା’: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

February 11, 2026

ଆଇଆଇଟି ଭୁବନେଶ୍ୱରରେ କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା ସହିତ ସ୍ୱଦେଶୀ ଡିଜିଟାଲ୍ ସବଷ୍ଟେସନ ସ୍ଥାପନ

February 11, 2026
Latest News

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନଗତ ସାକ୍ଷରତା ଏବଂ ସଚେତନତା ଶିବିର

February 11, 2026

୨୦୨୬ ଟି-୨୦ ବିଶ୍ୱକପ: IND vs PAK ମ୍ୟାଚ୍ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନୀ ଖେଳାଳି

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ପୋଲ ତଳୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

February 11, 2026

‘ଆମକୁ ଟଏଲେଟ୍ ପେପର୍ ପରି ବ୍ୟବହାର କଲା ଆମେରିକା’: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.