କାଶ୍ମୀରରେ ବରଫ ଝଡ : 5 ମୃତ

Published: Jan 14, 2020, 12:59 pm IST

କାଶ୍ମର: ଜମ୍ମୁକାଶ୍ମୀରରେ ଲଗାତାର ଜାରି ରହିଥିବା ବରଫପାତରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହିମସ୍ଖଳନରେ ତଳେ ଚାପି ହୋଇ ରହିଥିବା କେତେକ ଯବାନଙ୍କୁ ଉଦ୍ଧାର କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଯବାନ ନିଖୋଜ ଥିବା କୁହାଯାଉଛି। ରାମପୁର ଏବଂ ଗୁରେଜ ସେକ୍ଟରରେ ଏକାଧିକ ସ୍ଥାନରେ ହିମସ୍ଖଳନ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେନା ତରଫରୁ ଏହି ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related posts