ସାଧାରଣ ଜନତାର କଷ୍ଟ ଲାଗି ଉଭୟ ବିଜେପି ଓ କଂଗ୍ରେସ ଦାୟୀ; ମାୟବତୀ

Published: Jan 15, 2020, 11:47 am IST

ଗତକାଲି ନିଜର ୬୨ତମ ଜନ୍ମଦିନ ପାଳନ ଅବସରରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ସୁଶ୍ରୀ ମାୟାବତୀ ଦେଶର ସାଧାରଣ ଜନତାର କଷ୍ଟ ଲାଗି ଉଭୟ କଂଗ୍ରେସ ଓ ବିଜେପି ଦାୟୀ ବୋଲି କହିଛନ୍ତି। ବିଜେପି ସରକାରର ଭୁଲ ନୀତି ଯୋଗୁଁ ଦେଶର ସବୁ ବର୍ଗ କଷ୍ଟରେ ଥିବା ବେଳେ ଅର୍ଥନୀତିରେ ଭୟଙ୍କର ମାନ୍ଦାବସ୍ଥା ଆସିଛି। ଏଥିରୁ ନଜର ହଟାଇବାକୁ  ବିଜେପି ବିଭାଜନର ରାଜନୀତି କରୁଛି ବୋଲି ସେ କହିଛନ୍ତି। ଏହି ଅବସରରେ ନାଗରିକତା ସଂଶୋଧନ ଆଇନକୁ ମଧ୍ୟ ସେ ବିରୋଧ କରିଥିଲେ। କଂଗ୍ରେସ ନିଜର ଦୁର୍ନୀତିଗ୍ରସ୍ତ ଶାସନ ଯୋଗୁଁ ନିନ୍ଦିତ ହୋଇଥିବାରୁ ଏହା ବିଜେପିର ଦୁର୍ନୀତି ବିରୋଧରେ କହିବାର ନୈତିକ ଅଧିକାର ହରାଇଛି ବୋଲି ସେ କହିଥିଲେ। ମାୟବତୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଆତ୍ମଜୀବନୀ ମଧ୍ୟ ପ୍ରକାଶ ପାଇଛି।  (ଏଜେନ୍ସି)

Related posts