Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ
ବିଶେଷ ଖବର

ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

May 17, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଆଜି ଆରମ୍ଭ ହୋଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଆରମ୍ଭ କରି ସିଧାସଳଖ ବିଜେପି ଟାର୍ଗେଟ୍‌ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦଳକୁ ସୁରକ୍ଷା ଦେବାକୁ ଯାଇ ଟ୍ଵିଟ୍‌ କରି ରାଜ୍ୟ ସରକାର ଓ ବିଜେଡି ଉପରେ ଆରୋପ ଲଗାଇଛନ୍ତି। ଅପର ପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡି ଆନ୍ଦୋଳନକୁ ହାସ୍ୟାସ୍ପଦ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକାକୁ ସମାଲୋଚନା କରିଛନ୍ତି।

ଟ୍ଵିଟ୍‌ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ସମସ୍ୟାର ସମାଧାନ ନା ରାଜ୍ୟର ସାଧାରଣଙ୍କ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ଚେଷ୍ଟା କରୁଛନ୍ତି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ନିଜେ ହିଁ ଦେଇପାରିବେ। ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀର ପାଣି ପିଢ଼ି ପରେ ପିଢ଼ି ଅବାରିତ ଭାବେ ଓଡ଼ିଶାରେ ପ୍ରବାହିତ ହେଉ, ଏହା ସୁନିଶ୍ଚିତ କରିବାକୁ ହିଁ ପଡ଼ିବ। ଟ୍ରିବ୍ୟୁନାଲ୍‌ ଓ ଆଇନଗତ ପଦକ୍ଷେପ ସହ ଏହି ପ୍ରକ୍ରିୟା ଲମ୍ବା ସମୟ ଚାଲିବାର ଆଶଙ୍କା ଦୃଷ୍ଟିରୁ ଚୂଡ଼ାନ୍ତ ରାୟ ପୂର୍ବରୁ ଆପୋସ କଥାବାର୍ତ୍ତାର ରାସ୍ତା ଖୋଲା ନ ରଖିଲେ ଓଡ଼ିଶା ଚାଷୀଙ୍କ ଲାଭକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଗୁରୁତର ସହ ବିଚାର କରିବାକୁ ପଡ଼ିବ। ହୀରାକୁଦ ତଳମୁଣ୍ଡରେ ଖରାଦିନେ ପାଣି ସଂରକ୍ଷଣ ବ୍ୟବସ୍ଥା ତିଆରି କରାଯାଇଥିଲେ ଓଡ଼ିଶାର ଅନେକ ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଆଜି ଦିନରେ ନ ଥା’ନ୍ତା। ବିଳମ୍ବରେ ହେଲେ ବି ରାଜ୍ୟ ସରକାର କିଛି ନୂଆ ପ୍ରକଳ୍ପ ନିର୍ମାଣ କରି ଜଳ ସଂରକ୍ଷଣ କଥା ଘୋଷଣା କରିଛନ୍ତି। ତୁରନ୍ତ ଏହି ପ୍ରକଳ୍ପ କ୍ରିୟାନ୍ଵିତ କରାଗଲେ ଓଡ଼ିଶାର ପାଣି ସମସ୍ୟା ସମାଧାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.