Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନରେ ମୁଖରିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା
ବିଶେଷ ଖବର

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନରେ ମୁଖରିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା

January 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଯାହାକୁ ପରିବେଷଣ କରିଥିଲେ ନାଜିଆ ଆଲାମ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗାଙ୍ଗ ବେଣୁଧରଙ୍କ ରଚନାରେ ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି ଶ୍ୟାମ ବନ୍ଧୁ ଲାଗି ସଖିରେ ଝୁରି ଝୁରି ମରିବି, ପରେ ପରେ ଭାବାଙ୍ଗ ଗଦାଧର ସିଂ ସାମନ୍ତଙ୍କ ରଚନାରୁ ଚାହାଁ ଚାହାଁରେ ବନ୍ଧୁ ଚାହାଁ, ତା ପରେ ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଚେତି ଚାତୁରୀ ଚାହିଁଲା ନିଶି ନାଶେ, ଜୟଦେବଙ୍କ ରଚନାରୁ ଗୀତ ଗୋବିନ୍ଦ ସଖୀ ହେ କେଶି ମଥନ ମୁଦାରଂ ଏବଂ ଶେଷରେ ନାଟ୍ୟାଙ୍ଗ ରଘୁନାଥଙ୍କ ରଚନାରୁ ପାରମ୍ପାରିକ ସ୍ୱରରେ ନଯା ଜମୁନାରେ ନଯା ଜମୁନା । ତାଙ୍କ ସହିତ ମର୍ଦ୍ଦଳରେ କାଳନ୍ଦି ଚରଣ ପରିଡ଼ା, ମଞ୍ଜିରାରେ ସୌମ୍ୟ ରଞ୍ଜନ ନାୟକ, ବଂଶୀରେ ଶ୍ରୀନିବାସ ଶତପଥୀ, ତାନପୁରାରେ ଅନିମା ନାଥ ଓ ହାରମୋନିୟମରେ ଗୁରୁ କେଶବ ଚନ୍ଦ୍ର ରାଉତ ସହଯୋଗ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିୟ ଖ୍ୟାତି ସମ୍ପର୍ଣ୍ଣ ସନ୍ତୁର ବାଦକ ପଣ୍ଡିତ ଭଜନ ସୋପରି ଓ ଅଭୟ ସୋପରିଙ୍କ ଦ୍ୱାରା ସନ୍ତୁର ବାଦନ । ତାଙ୍କର ପ୍ରସ୍ତୁତିରେ ଥିଲା ରାଗ ଚମ୍ପକଲି, ଆଳାପ ଏବଂ ବନ୍ଦିସ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସ୍ୱତନ୍ତ୍ର ଶୈଳୀରେ ସନ୍ତୁର ବାଦନ ଯାହା ପଣ୍ଡିତ ଭଜନ ସୋପରିଙ୍କ ସୃଜନଶୀଳତାର ସୂଖ୍ମତା ପ୍ରତିପାଦିତ ହୋଇଥିଲା । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ଆକ୍ରମ ଖାନ ଏବଂ ପୋଖଜରେ ରିଶି ଶଙ୍କର ଉପାଧ୍ୟାୟ ।

ଦ୍ବିତୀୟ ସନ୍ଧ୍ୟାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସରକାରୀ ଉଦ୍ୟୋଗ ଏବଂ ସାମାଜିକ ନିରାପତ୍ତା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାସନ ସଚିବ ବିଶାଲ କୁମାର ଦେବ, ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ଏବଂ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ । ଡ. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026

ଖୁବ୍ ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି: SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା

February 16, 2026
Latest News

ଦିଲ୍ଲୀ ପୋଲିସର ୭୯ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଅମିତ ଶାହ

February 16, 2026

ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ, ଜନସେବା କ୍ଷେତ୍ରରେ ସେ ଥିଲେ ବେଶ ପରିଚିତ

February 16, 2026

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

February 16, 2026

ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

February 16, 2026

ଖୁବ୍ ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି: SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.